“ଏତେଦିନ ପରେ ଆଜି ମୁଁ ବହୁତ ଖୁସି “:ଦୀପିକା ଖୋଲିକି କହିଲେ ମନର କଥା..ତାଙ୍କୁ ମିଳିଗଲା କି ସ୍ବାମୀ ଦିନେଶ….

ଏବେ ସାରା ଓଡ଼ିଶା ରେ କେବଳ ଦୀପିକା ଓ ଦିନେଶ ଙ୍କ ନାଁ କୁ ନେଇ ଖୁବ ଚର୍ଚ୍ଚା କାରଣ ମାସେ ଉପରେ ହେଲାଣି ଦୀପିକା ଦିନେଶ ଙ୍କ ଘର ଆଗରେ ଧାରଣା ରେ ବସିଛନ୍ତି | ସେ ନିଜ ପୁଅ ର ବାପା ପରିଚୟ ପାଇଁ ଏବଂ ନିଜକୁ ନ୍ୟାୟ ଦେବା ପାଇଁ ଦିନେଶ ଙ୍କ ଘର ସାମ୍ନାରେ ବସିଛନ୍ତି | ବର୍ଷା ଖରା କୁ ସାମ୍ନା କରି କେତେ କଷ୍ଟ ସହି ସେ ଆଜି ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି |

କେବଳ ସେତିକି ନୁହେଁ ଏହା ସହିତ ତାଙ୍କ ଶାଶୁ ଶଶୁର ମଧ୍ୟ ବସି ଥିବା ଦୀପିକା ଙ୍କୁ ଅନେକ ଅତ୍ୟାଚାର କରିଛନ୍ତି, କିନ୍ତୁ ତଥାପି ଦୀପିକା ହାର ନ ମାନି ଘର ସାମ୍ନାରେ ବସିଛନ୍ତି | ତେବେ ଏହି ଘଟଣା ରେ ପୁଣି ଏକ ନୂଆ ତଥ୍ୟ ସାମ୍ନା କୁ ଆସିଛି ଯାହାକୁ ନେଇ ଦୀପିକା ମିଡ଼ିଆ ସାମ୍ନା ରେ କିଛି କହିଛନ୍ତି |

ତେବେ ଦୀପିକା ମିଡ଼ିଆ ସାମ୍ନାରେ କହିଛନ୍ତି କି ନେଷ୍ଟ ଡେଟ ରେ ବୋଧେ ଦିନେଶ ଆସିବେ ତାପରେ ଦେଖା ଯିବ କଣ ହେଉଛି | ମୁଁ ନିଶ୍ଚିତ ଭାବରେ ସନ୍ତୁଷ୍ଟ ଅଛି କାରଣ ଯେଉଁ ମହିଳା କମିଶନର ଅଛନ୍ତି ଆଉ ଯେଉଁ ନିଷ୍ପତି ଶୁଣାଇଛନ୍ତି ତାହାକୁ ନେଇ ମୁଁ ବହୁତ ଖୁସି ଅଛି |

ଆଉ କୋର୍ଟ ରେ ଯାହା ଅକିଲ କରିବେ ଯେହେତୁ ମୋ ସ୍ୱାମୀ ଆସି ପାରି ନଥିଲେ ଆଉ ମହିଳା କମିଶନର ଯାହା କହିଛନ୍ତି ତାହାକୁ ନେଇ ମୁଁ ବହୁତ ଖୁସି ଅଛି | ଆଉ ଆମେ ଦୁଇ ଜଣ ରହିଲେ ହିଁ କାଉନସିଲିଂ ହେବ ଆଉ ସେ ବିଷୟରେ ମୋର କିଛି କହିବାର ନାହିଁ | ଯେହେତୁ ମୋର ସମସ୍ୟା ଥିଲା ତେଣୁ ମୁଁ ସେଠାରେ ବସି ଥିଲି ଆଉ ମୋ ନାଁ ରେ ଯାହା ଆଲୋଚନା ହୋଇଛି ତାହା ବହୁତ ଭଲ ଆଲୋଚନା ହୋଇଛି |

 ପର ସପ୍ତାହ ରେ ଦେଖା ଯିବ କଣ ହେଉଛି ଆଉ ମୁଁ ଯେଉଁ ଏତେ ସମୟ ଧାରଣା ରେ ବସି ଥିଲି ମୋ ସ୍ୱାମୀ କଣ ମୋ ପାଖକୁ ଆସି ଥିଲେ କି ଉତ୍ତର ଦିଅନ୍ତୁ | ଆଉ ମହିଳା କମିଶନ ମତେ ଯେଉଁ ଆଶା ଦେଖାଇଛନ୍ତି ମୁଁ ଆଶା ମଧ୍ୟ ରଖିଛି ତାହା ପର ମୁହୂର୍ତ୍ତ ରେ ଦେଖା ଯିବ କଣ ହେଉଛି |

ନେକଷ୍ଟ ଉଇକ ରେ ଦିନେଶ ଆସିବେ ଆଉ ସେତେ ବେଳେ କାଉନସିଲିଂ ହେବ ତାପରେ ଦେଖା ଯିବ କଣ ହେଉଛି ବୋଲି ଦୀପିକା କହିଛନ୍ତି | ଦୀପିକା ଙ୍କର ଏହି କଥା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଯିଏ ବି ଶୁଣୁଛି ସେ ଦୀପିକା ଙ୍କର ଏହି କଥାକୁ ସମର୍ଥନ କରୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।