‘ମୁଁ ଆଉ sahi ପାରୁନି ଦିନେଶ…ମୋ ଆଗରେ ବିଞ୍ଚା ହେଉଥିବ ଖଇ କଉଡି ରାମନାମ ସତ୍ୟ ହେ କହି ମୋତେ ନେଇଯାଉଥିବେ ଲୋକେ ଆଉ ତୁ…’ କଣ କହିଲେ Deepika
ଆପଣ ତ ଜାଣିଛନ୍ତି ବ୍ରହ୍ମପୁର ସହର ର ଦୀପିକା ଙ୍କ କଥା ଯିଏ କି ନ୍ୟାୟ ପାଇଁ ଆଜି ପର୍ଯ୍ୟନ୍ତ ବି ଦିନେଶ ଙ୍କ ଘର ସାମ୍ନାରେ ଧାରଣା ରେ ବସି ରହିଛନ୍ତି | ତେବେ ବର୍ତ୍ତମାନ ଘଟଣା ର ମୋଡ଼ ନେଇଛି, କାରଣ ଏତେ ଦିନ ହେବ ଦୀପିକା ନିଜ ପାଇଁ ଆଉ ନିଜର କୁନି ପୁଅ ପାଇଁ ସଂଘର୍ଷ କରି ଆସୁ ଥିଲେ କେବେ ହେଲେ ସେ ହାର ମାନି ନିଜ ଜୀବନ ହାରି ନାହାଁନ୍ତି |
କିନ୍ତୁ ଲଢେଇ କରି କରି ସେ ଆଜି ଥକି ପଡିଛନ୍ତି ଆଉ କହିଛନ୍ତି କି ଶେଷ ସମୟରେ ଦିନେଶ ତାଙ୍କ ମଥାରେ ଟୋପାଏ ସିନ୍ଦୁର ଦେବେ | ତେବେ ଆସନ୍ତୁ ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
ବର୍ତ୍ତମାନ ସମୟରେ ଦୀପିକା ଙ୍କର ମନର କଥା ସ୍ପଷ୍ଟ ଜଣା ପଡୁଛି, ସଂଘର୍ଷ କରି କରି ସେ ଶେଷରେ କହୁଛନ୍ତି କି ମୁଁ ତୋ ଜୀଵନ ରୁ ଚାଲି ଯାଉଛି ତୁ ଖୁସିରେ ରହ ଦିନେଶ ଏହି ଘର ଦୁଆରୁ ଏବେ ମୋର କୋକେଇ ଯିବ ଆଉ ମୋ ଉପରେ ଖଇ କଉଡ଼ି ପକା ଯିବ |
ରାମନାମ ସତ୍ୟ ହେ କହି ମତେ ଘର ଲୋକ ନେଇ ଯାଉ ଥିବେ, ମୋ ଦେହ ଉପରେ ପଡ଼ିଥିବ ଧଳା ଲୁଗା ଆଉ ଲୁଗା ଉପରେ ସିନ୍ଦୁର ପଡ଼ିଥିବ ମୁଁ ମଲା ପରେ ମତେ ସଧବା ବେଶ କରାଇବେ | ଆଉ ଯେତେ ବେଳେ ସିନ୍ଦୂର ଲଗାଇବେ ସେତେ ବେଳେ ଆସିବୁ ମୋ ମଥାରେ ତୁ ହିଁ ସିନ୍ଦୁର ଦେବୁ | ବଞ୍ଚି ଥାଉ ଥାଉ ତ ସିନ୍ଦୂର ପାଇଲିନି ମୁଁ ମରିଗଲା ପରେ ଟିକେ ସିନ୍ଦୂର ପିନ୍ଧେଇ ଦେବୁ ଆଉ ଏଇଟା ମୋର ଶେଷ ଇଚ୍ଛା ବୋଲି ଭାବିବୁ ଆଉ ମୋର କୋକେଇ ରେ ଟିକେ କାନ୍ଧ ଦେବୁ |
ଆଉ ତୋ ଘର ସାମ୍ନା ରେ ବି କେହି ଧାରଣା ଦେଇ ନଥିବେ ଆଉ ସବୁ ଆଡେ ଖାଁ ଖାଁ ଥିବ ସବୁଦିନ ପାଇଁ ଏ ଦୀପିକା ଦିନେଶ ର ଜୀବନ ରୁ ଚାଲି ଯିବ | ଆଉ କିଛି ଦିନ ପରେ ଓଡ଼ିଶା ବାସୀ ମଧ୍ୟ ଭୁଲି ଯିବେ କି ଦିନେଶ ଓ ଦୀପିକା ଙ୍କର ଦିନେ ପ୍ରେମ କାହାଣୀ ଥିଲା ବୋଲି |
ଆଉ ମୁଁ ମରି ଗଲା ପରେ ମୋ ପୁଅର ଯତ୍ନ ନେବୁ ରେ, ତୁ ଯେଉଁ ଭଳି ଭାବରେ ମତେ ଭଲ ପାଇବା ଦେଲୁ ସେଥିପାଇଁ ମୁଁ ମୋ ଭାଗ୍ୟ ଉପରେ ଆଜି ହସୁଛି ଧନ୍ୟବାଦ ମୋ ଜୀବନ ବର୍ବାଦ କରି ଥିବାରୁ | ତେବେ ଏ ହେଉଛି ଦୀପିକା ଙ୍କର ମନର କଥା ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |