ଦେଖନ୍ତୁ ଭିଡିଓ Bike ରେ ନିଜ ଝିଅ ସହିତ କେମିତି ଖେଳୁଛନ୍ତି କ କ୍ରିକେଟର ମହେନ୍ଦ୍ର ସିଂହ ଧୋନି….

ମହେନ୍ଦ୍ର ସିଂହ ଧୋନି ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କ୍ରିକେଟ ଖେଳାଳୀ ଓ ଅଧିନାୟକ । ସେ 2007 ରେ ଟି20 ବିଶ୍ୱକପ ଓ 2011 ରେ ଦିନିକିଆ ବିଶ୍ୱକପରେ ଭାରତର ନେତୃତ୍ତ୍ୱ ନେଇଥିଲେ ଓ ତାଙ୍କ ଦଳଏ ଦୁଇ ଖେଳରେ ବିଜୟୀ ହୋଇଥିଲେ ।ମହେନ୍ଦ୍ର ସିଂହ ଧୋନି 1981 ମସିହା ଜୁଲାଇ 7 ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ପିତାଙ୍କ ନାମ ପାନ ସିଂହ ଓ ମାତାଙ୍କ ନାମ ଦେବକୀ ଦେବୀ । ତାଙ୍କର ପୈତୃକ ଘର ଉତ୍ତରାଖଣ୍ଡ ରାଜ୍ୟର ଆଲମୋରା ଜିଲ୍ଲା ଅନ୍ତର୍ଗତ ଲାମଗଡ଼ ବ୍ଲକ୍ର ଭାଲି ଗ୍ରାମରେ । ପିତା ପାନ ସିଂହ ମେକନ୍ କମ୍ପାନୀରେ କନିଷ୍ଠ ପରିଚାଳକ ରୂପେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଉତ୍ତରାଖଣ୍ଡରୁ ରାଞ୍ଚି ସ୍ଥାନାନ୍ତର ହେବାକୁ ପଡ଼ିଥିଲା । ଧୋନିଙ୍କର ଜଣେ ବଡ଼ ଭାଇ ନରେନ୍ଦ୍ର ଓ ଭଉଣୀ ଜୟନ୍ତୀ ମଧ୍ୟ ଅଛନ୍ତି ।

ପାଠ ପଢ଼ିବା ସମୟରେ ଧୋନିଙ୍କର ବ୍ୟାଡମିଣ୍ଟନ ଓ ଫୁଟବଲ ଭଳି ଖେଳରେ ରୁଚି ଥିଲା । ଏହି ଖେଳ ଦ୍ୱୟରେ ସେ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଧୋନି ତାଙ୍କର ଫୁଟବଲ୍ ଦଳର ଗୋଲ ରକ୍ଷକ ଥିଲେ ଓ ଏକଦା ତାଙ୍କର ପ୍ରଶିକ୍ଷକଙ୍କ କଥାରେ ସ୍ଥାନୀୟ କ୍ରିକେଟ୍ ଦଳ ପାଇଁ କ୍ରିକେଟ୍ ଖେଳିବାକୁ ଯାଇଥିଲେ । ତେବେ ସେଦିନର ସେହି କ୍ରିକେଟ୍ ମ୍ୟାଚରେ ଧୋନିଙ୍କୁ ବ୍ୟାଟିଂ କି ବୋଲିଂ କରିବାର ସୁଯୋଗ ମିଳି ନଥିଲା । ହେଲେ ନିଜର ଉଚ୍ଚସ୍ତରୀୟ କିପିଙ୍ଗ୍ଦ୍ୱାରା ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ଶ୍ରୀଲଙ୍କା ବିରୁଦ୍ଧରେ ମୁମ୍ବାଇରେ ଏକ ବିଶାଳ ଛକ୍କା ଲଗାଇ ଧୋନି ବିଶ୍ୱକପକୁ ଭାରତୀୟ ଦଳ ନାଁରେ କରାଇଥିଲେ । ଯାହା ଫଳରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଦୀର୍ଘ 28 ବର୍ଷର ଅପେକ୍ଷାର ଅନ୍ତ ଘଟିଥିଲା । ଏହାଛଡା ଆଇ.ପି.ଏଲ୍ରେ ମଧ୍ୟ ସେ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେଇ ଦଳକୁ 3ଥର ଚମ୍ପିୟାନ, 2 ଥର ରନର୍ସ ଅପ୍ କରାଇବାକୁ ସକ୍ଷମ ହୋଇଛନ୍ତି । ନିଜର ଥଣ୍ଡା ମିଂଜାସ ଓ ବିପରୀତ ସମୟରେ ଧର୍ଯ୍ୟ ପ୍ରଦର୍ଶନ ପାଇଁ ସେ କ୍ୟାପଟେନ କୁଲ୍ ହିସାବରେ ବି ପରିଚିତ । ଧୋନି ବର୍ତ୍ତମାନ ପର୍ଯ୍ୟନ୍ତ 77ଟି ଟେଷ୍ଟ, 226ଟି ଦିନିକିଆ ଓ 42ଟି ଟି20ମ୍ୟାଚ ଖେଳିସାରିଛନ୍ତି ।

ନିଜର କେଶସଜ୍ଜାକୁ ନେଇ ଧୋନି ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । କ୍ରିକେଟ ଦୁନିଆକୁ ପଶିବା ସମୟରେ ସେ ନିଜର ଲମ୍ବା କେଶ ପାଇଁ ସଭିଙ୍କର ପସନ୍ଦ ଥିଲେ । ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ ତାଙ୍କୁ ନିଜର କେଶ ନକାଟିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।କ୍ରିକେଟରେ ନିଜର ବଳିଷ୍ଠ ଅବଦାନ ପାଇଁ 2007 /୦08 ମସିହାରେ ତାଙ୍କୁ ଖେଳ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ସମ୍ମାନୀତ କରାଯାଇଛି ।

ମହେନ୍ଦ୍ର ସିଂହ ଧୋନି 2010ମସିହା ଜୁଲାଇ 4 ତାରିକରେ ଉତ୍ତରାଖଣ୍ଡ ଡେରାଡୁନର ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ସାକ୍ଷୀ ସିଂହ ରାୱତଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ବର୍ତ୍ତମାନ ଜିଭା ଧୋନୀଙ୍କ ସହିତ ଧୋନୀ ସମୁଦ୍ର କୂଳରେ ବହୁତ ମଜା ମସ୍ତି କରିବା ସହିତ ଦୁହେଁ ମିଶି ବାଲିରେ ଖେଳୁଥିବାର ନଜର ଆସିଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।