ଧନୁ ସଂକ୍ରାନ୍ତି ( 15 December 2020 )କରନ୍ତୁ ଏହି ୩ଟି କାମ | ମନସ୍କାମନା ପୂର୍ଣ୍ଣ ହେବ, ଆସିବ ପୁଳା ପୁଳା ଟଙ୍କା
ଡିସେମ୍ବର ୧୫ ତାରିଖ ୨୦୨୦ ମସିହା ରେ ଧନୁ ସଂକ୍ରାନ୍ତି ପଡ଼ୁଛି । ସୂର୍ଯ୍ୟ ଙ୍କ ର ଗୋଟିଏ ରାଶି ରୁ ଆଉ ଗୋଟିଏ ରାଶି ର ଚଳନ କୁ ସଂକ୍ରାନ୍ତି କୁହାଯାଏ । ହିନ୍ଦୁ ଧର୍ମ ଅନୁସାରେ ସମ୍ପୂର୍ଣ ବର୍ଷ ରେ ପ୍ରାୟ ୧୨ ଟି ସଂକ୍ରାନ୍ତି ରହିଥାଏ ଓ ସବୁ ସଂକ୍ରାନ୍ତି ର ଅଲଗା ଅଲଗା ମହତ୍ୱ ରହିଥାଏ । ଶାସ୍ତ୍ର ରେ ସଂକ୍ରତି ର ତିଥି ଓ ସମୟ କୁ ଖୁବ୍ ମହତ୍ୱ ଦିଆଯାଏ । ସୂର୍ଯ୍ୟ ପ୍ରତି ମାସ ରେ ସ୍ଥାନ ବଦଳାଇ ଗୋଟିଏ ସ୍ଥାନ ରୁ ଆଉ ଗୋଟିଏ ରାଶି କୁ ଯାଇ ଥାଆନ୍ତି। ସୂର୍ଯ୍ୟ ଙ୍କ ର ଏହି ସ୍ଥାନ ବଦଳାଇବା କୁ ସଂକ୍ରାନ୍ତି କୁହାଯାଏ ।
ହିନ୍ଦୁ ଧର୍ମ ରେ ସଂକ୍ରାନ୍ତି କୁ ବହୁତ୍ ମାନ୍ୟତା ଦିଆ ଯାଇଥାଏ । ସଂକ୍ରାନ୍ତି ରେ ଏମିତି କିଛି କାମ ଥାଏ ଯାହା କରିବା ଦ୍ୱାରା ଆମକୁ ଅନେକ ପ୍ରକାର ଶୁଭ ଫଳ ମିଳିଥାଏ। ତେବେ ମଙ୍ଗଳ ବାର ଦିନ ଧନୁ ସଂକ୍ରାନ୍ତି ଦିନ କରନ୍ତୁ ଏହି ୩ ଟି କାମ ଆପଣ ଙ୍କ ଭାଗ୍ୟ ବଦଳି ଯିବ ।
ଜୀବନ ରେ ଯେଉଁ ସବୁ ସୁଖ ପାଇବାକୁ ଚାହୁଁଛନ୍ତି ସବୁ ଆପଣ ଙ୍କୁ ପ୍ରାପ୍ତି ହେବ । ଆପଣଙ୍କ ର ସବୁ ଦୁଃଖ ଦୂର୍ ହେବ । ଘର ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ । ଧନୁ ସଂକ୍ରାନ୍ତି କୁ ଆମ ଦେଶ ର କିଛି ରାଜ୍ୟ ରେ ଖୁବ୍ ଧୁମ୍ ଧାମରେ ପାଳନ କରାଯାଏ ଯେମିତି କି ଆମ ଓଡ଼ିଶା , କର୍ଣ୍ଣାଟକ, ଗୁଜରାଟ ଆଦି ରାଜ୍ୟ ମାନଙ୍କ ରେ ଧନୁ ସଂକ୍ରାନ୍ତି କୁ ଖୁବ୍ ଧୁମ୍ ଧାମରେ ପାଳନ କରାଯାଏ ।
ଧନୁ ସଂକ୍ରାନ୍ତି ଟି ଖୁବ୍ ଶୁଭ ଦିନ ହୋଇଥାଏ ଏହି ଦିନ ଜଗନ୍ନାଥ ମନ୍ଦିର ରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ଜାଏ ଚାଲି ଥାଏ । ଏହି ପବିତ୍ର ଦିନ ରେ ମହା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇ ଥାଆନ୍ତି । ଏହି ଦିନ ରେ ଅଧିକ ଶୀତ ମଧ୍ୟ ଲଗିଥାଏ । ତେବେ ଆସନ୍ତୁ ଜାଣିବା ସେହି ତିନୋଟି କାର୍ଯ୍ୟ ବିଷୟ ରେ ;
୧- ଏହି ଧନୁ ସଂକ୍ରାନ୍ତି ଦିନ ପହିଲି ଭୋଗ ମୁଆଁ ଭଗବାନ ଜଗନ୍ନାଥ ଙ୍କ ପାଖରେ ଲାଗି ହୋଇ କଣ୍ଟିଲୋ ନୀଳ ମାଧବ , କାକଟପୁର ମଙ୍ଗଳା ତଥା ଆଠଗଡ଼ ନୀଳ କଣ୍ଠେଶ୍ୱର୍ ରେ ମଧ୍ୟ ଧନୁ ମୂଆଁ ଭୋଗ କରାଯାଏ । ଏହି ମୂଆଁ ଭୋଗ ର ବିଶେଷ ମହତ୍ତ୍ଵ ରହିଛି । ତେଣୁ ଆପଣ ଯଦି ମନ୍ଦିର ରେ ପୂଜା କରି ସାରିବା ପରେ ନିଜ ଘରେ ମୂଆଁ ଭୋଗ ଲଗାଇବେ ତେବେ ଏହା ବହୁତ୍ ଶୁଭ ହୋଇଥାଏ । ଏହି ଦିନ ରେ ମୂଆଁ ଭୋଗ ଖାଇବା ପାଇଁ ମଧ୍ୟ ବହୁତ୍ ଭଲ ଲାଗିଥାଏ ।
୨-ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବ ଙ୍କୁ ବିଶେଷ ଭାବରେ ପୂଜା କରାଯାଏ । ତେଣୁ ଆପଣ ଯଦି ଏହି ଦିନ ସକାଳୁ ସ୍ନାନ କରି ସୂର୍ଯ୍ୟ ଦେବ ଙ୍କୁ ପାଣି ଦେବେ ତେବେ ଏହା ଆପଣ ଙ୍କ ସମ୍ପୂର୍ଣ ଦିନ ପାଇଁ ଖୁବ୍ ଶୁଭ ହେଉଥାଏ । ଏହା କରିବା ଦ୍ଵାରା ପ୍ରଭୁ ସୂର୍ଯ୍ୟ ଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଥାଆନ୍ତି।
୩-ଧନୁ ସଂକ୍ରାନ୍ତି ଦିନ କୁ ବର୍ଷ ର ଶେଷ ସଂକ୍ରାନ୍ତି ବୋଲି ଲୋକ ମାନେ ଖୁବ୍ ଭଲ ରେ ଏହି ଦିନ ପୂଜା ଅର୍ଚ୍ଚନା କରି ଥାଆନ୍ତି । ଏହି ଦିନ ଯଦି ଆପଣ କିଛି ଗରିବ ଲୋକ ଙ୍କୁ ଦାନ ଧର୍ମ କରିବେ ତେବେ ଏହା ଆପଣ ଙ୍କ ପାଇଁ ବହୁତ୍ ଶୁଭ ହୋଇଥାଏ ଓ ପୁନ୍ୟକରି ହୋଇଥାଏ ମଧ୍ୟ। ଏହି ଦିନ ଆପଣ ଯଦି କୃଷକ ମାନଙ୍କୁ ସାହାର୍ଯ୍ୟ କରିବେ ତେବେ ଏହା ମଧ୍ୟ ଆପଣ ଙ୍କ ପାଇଁ ଖୁବ୍ ଶୁଭ ହେଉଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।