ଧନତେରସ ରେ କେଉଁ ଦ୍ରବ୍ୟ କ୍ରୟ କଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ମିଳିପାରିବ ଜାଣନ୍ତୁ ? Dr. Bhabani Shankar Mohapatra

ଆଗକୁ ଆସୁଛି ଧନତେରସ। ଏହିଦିନ ଆମେ କିଛି ନୂଆ ଦ୍ରବ୍ୟ କ୍ରୟ କରି ଘରକୁ ଆଣିବା ପାଇଁ ଚିନ୍ତା କରିଥାଉ।ନିଜ ଭକ୍ତଙ୍କ ଧନ ସହ ଜଡିତ ସମସ୍ତ ସମସ୍ୟା ଦୂର କରିବା ସହ ଯଶ ଏବଂ କିର୍ତ୍ତୀର ବରଦାନ ଦେଇଥାନ୍ତି ମା’ ଲକ୍ଷ୍ମୀ । ଏହା ହିଁ କାରଣ ଯେ ସବୁ ବ୍ୟକ୍ତି ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ନିଜ ଘରକୁ ଆଣିବାର କୌଣସି ବି ସୁଯୋଗ ହାତ ଛଡା କରି ନଥାନ୍ତି । କେବେ ମା’ଙ୍କ ପାଇଁ ନାଲି ଓଢଣୀ ତ କେବେ ଧନତେରସରେ ଘରକୁ ନୂଆ ଝାଡୁ କିମ୍ବା ଅନ୍ୟ ସବୁ ଜିନିଷ କିଣି ମା’ଙ୍କୁ ପ୍ରସନ୍ନ କରିବାକୁ ସମସ୍ତ ଚେଷ୍ଟା କରିଥାନ୍ତି ।

ହେଲେ ଏ ସମସ୍ତ ଚେଷ୍ଟା ଏବଂ ସମୟ ବ୍ୟର୍ଥ ହୋଇଯାଏ ଯେତେବେଳେ ଆପଣ ଗୋଟିଏ ଛୋଟ ଭୁଲ୍ କରିଦିଅନ୍ତି । ଏମିତି କିଛି ଜିନିଷ ଅଛି ଯାହାକୁ ଧନତେରସ ରେ ଘରକୁ ଆଣିବା ଅନୁଚିତ। ଯାହା ଦ୍ଵାରା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି।

କ’ଣ କିଣିବେ ନାହିଁ,  ସେଗୁଡିକ ହେଲା- :

କାଚର ଯେ କୌଣସି ଜିନିଷ, ଆଲୁମିନିୟମ ଦ୍ରବ୍ୟ, ଲୁହା ସାମଗ୍ରୀ ଇତ୍ୟାଦି।

ତେବେ ଆସନ୍ତୁ ଜାଣିବା ଏମିତି କିଛି ଚମତ୍କାରୀ ଜିନିଷ ବିଷୟରେ ଯାହା ମା’ ଲକ୍ଷ୍ମୀଙ୍କୁ ଆପଣଙ୍କ ନିକଟକୁ ନେଇ ଆସିବ।ଏହି ଜିନିଷ ଗୁଡ଼ିକୁ ଧନତେରସ ରେ ନିଶ୍ଚୟ କିଣନ୍ତୁ।

ମାଟି ମାଠିଆ-

ଏହି ଦୀପାବଳିରେ ମାଟିର ସୁରେଇ ବା ମାଠିଆ ଆଣି ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି କରି ରଖିଦିଅନ୍ତୁ । ଏପରି କଲେ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିବ ନାହିଁ । ଏହାକୁ ଖାଲି ନରଖି ପାଣି ପୁରେଇ ରଖନ୍ତୁ।

ଧାତୂର କଇଁଛ-

ଘରେ ଧାତୂର କଇଁଛ ରଖିଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାକୁ ସୁଖ ଶାନ୍ତିର ପ୍ରତୀକ ବୋଲି କୁହାଯାଏ ।

ଧାତୂର ମାଛ-

ବିଶ୍ବାସ ରହିଛି ଯେ ସୁଖ ଏବଂ ସମୃଦ୍ଧି ଆଣିଥାଏ ଧାତୂର ମାଛ । ଘରେ ଧନର ଅଭାବକୁ ପୁରା କରିବା ପାଇଁ ଧାତୂରେ ନିର୍ମିତ ମାଛ ରଖିବା ଆବଶ୍ୟକ ।

ପିତ୍ତଳ ବା ତମ୍ବାର ପିରାମିଡ୍-

ଏହି ଦୀପାବଳିରେ ପିତ୍ତଳ ବା ତମ୍ବାରେ ତିଆରି ପିରମିଡ୍ ଆଣି ଘରର ସେ ସ୍ଥାନରେ ରଖନ୍ତୁ ଯେଉଁଠିକୁ ପରିବାରର ସଦସ୍ୟ ସବୁଠାରୁ ଅଧିକ ସମୟ ବିତାଇଥାନ୍ତି । ଏପରି କଲେ ଘରର ସଦସ୍ୟଙ୍କର ଆୟରେ ବୃଦ୍ଧି ହୋଇଥାଏ ।

ଲକ୍ଷ୍ମୀ – କୁବେରଙ୍କ ଫଟୋ-

ଏହାକୁ କିଣି ଘରର ମୁଖ୍ୟ ଦ୍ବାରରେ ଲକ୍ଷ୍ମୀ ଏବଂ କୁବେରଙ୍କ ଏକ ଫଟୋ ଆଣି ନିଶ୍ଚୟ ଲଗାନ୍ତୁ।

ମୟୁର ପଙ୍ଖ-

ଘର ହେଉ ବା ଦୋକାନ ଦକ୍ଷିଣ – ପୂର୍ବ ଦିଗରେ ମୟୁର ପଙ୍ଖ ରଖିବା ଦ୍ବାରା ଧନର ଅଭାବ ରହିବ ନାହିଁ ।

କେଉଁ ଶୁଭ ବେଳା ରେ କିଣିବେ-

ଅଭିଜିତ ବେଳା ରେ ଦିନ ୧୨ ଟା ୧ ମିନିଟ୍ ରୁ ୧୨ ଟା ୨୧ ମିନିଟ୍। କିମ୍ବା ସ୍ଥିର ଲଗ୍ନ ରେ ୧.୨୩ ମିନିଟ୍ ରୁ ୨.୫୩ ମିନିଟ୍ ସମୟରେ ଏହିସବୁ ଜିନିଷ କ୍ରୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।