ଧନତେରସ ପରେ ପୁଣି ଥରେ ଖସିଲା ସୁନା ଏବଂ ରୂପାର ଦାମ୍। ଜାଣନ୍ତୁ ଏବେ ବଜାରରେ କେତେ ରହିଛି ଦାମ୍…..

ଧନତେରସ ପରେ ପୁଣି ଥରେ ଖସିଲା ସୁନା ଏବଂ ରୂପାର ଦାମ୍ । ଯଦି ଆପଣ ମାନେ ଏବେ ଅଳଙ୍କାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଭଲ ସୁଯୋଗ।ପୁଣିଥରେ ଆନ୍ତର୍ଜାତିକ ବଜାରରେ ସୁନା ଓ ରୁପା ର ଦରରେ ହ୍ରାସତା ପରିଲକ୍ଷିତ ହୋଇଛି। ଆପଣ ଜାଣିଥିବେ କରୋନା ଭ୍ୟାକସିନକୁ ନେଇ ଯେଉଁ ସକାରାତ୍ମକ ଖବର ଆସିଥିଲା ତାରି ଭିତରେ ସୁନା ଏବଂ ରୂପା ଦାମ୍ ରେ ହ୍ରାସ ପାଇଥିବା ଖବର ସାମ୍ନାକୁ ଆସିଥିଲା।

ତେବେ ଦ୍ବିତୀୟ ଥର ପୁଣି ମଙ୍ଗଳବାର ଦିନ ଅର୍ଥାତ୍ ନଭେମ୍ବର ୧୭ ରେ ବୈଶିକ ବଜାରରେ ସୁନା-ରୂପାର ବାଏଦା ଓ ହାଜିରା ଦାମ୍ ହ୍ରାସ ପାଇବାକୁ ଲାଗିଛି। ଭାରତୀୟ ବଜାରରେ ମଧ୍ୟ ମଙ୍ଗଳବାର ସୁନା ଦାମରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ତେବେ ଜାଣି ରଖନ୍ତୁ ବର୍ତ୍ତମାନ ସୁନା ଓ ରୂପା ଦାମ୍ ରେ ହ୍ରାସ ପାଇ କେତେ ରହିଛି। ସୂଚନା ଅନୁସାରେ (MCX) ଏମସିଏକ୍ସ ଏକ୍ସଚେଞ୍ଜ ଡିସେମ୍ବର ବାଏଦାର ସୁନା ଦାମ୍ ମଙ୍ଗଳବାର ସକାଳେ ୭୦ ଟଙ୍କା ହ୍ରାସ ପାଇବା ସହିତ ୫୦୭୬୦ ଟଙ୍କା ପ୍ରତି ୧୦ ଗ୍ରାମ ପ୍ରତି ରହିଛି ଏବଂ ଏହା ଏହି ଟ୍ରେଣ୍ଡ କରୁଥିବା ନଜର ଆସିଚି।

ସେହିପରି ରୂପା ଦାମ୍ ରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ରୂପା ଦାମ୍ ମଧ୍ୟ ହ୍ରାସ ପାଇ ଏହା ଭାରତୀୟ ବଜାରରେ ମଙ୍ଗଳବାର ସକାଳେ ଡିସେମ୍ବର ବାଏଦା ରୂପା ଦାମ୍ ୦.୧୯ ପ୍ରତିଶତ ବା ୧୨୧ ଟଙ୍କା ହ୍ରାସ ପାଇଥିବା ସୂଚନା ରହିଛି। ଯାହା ଫଳରେ ଏହି ଦାମ୍ ରେ ହ୍ରାସ ହେବା ସହିତ ରୂପାର ଦାମ୍ ୬୩,୫୭୦ ଟଙ୍କା ପ୍ରତି କିଲୋଗ୍ରାମରେ ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳିଛି।

ବୈଶିକ ବଜାର ଭଳି ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନା ଓ ରୂପା ର ଦରଦାମ୍ ହ୍ରାସ ଘଟିଛି।୧୭ ତାରିଖ ମଙ୍ଗଳାବର ଦିନ ଦ୍ୱିପ୍ରହର ସମୟରେ ସୁନା ଦାମ୍ ୦.୧ ପ୍ରତିଶତ ହ୍ରାସ ପାଇ ୧୮୮୬.୮୩ ଡଲାର ପ୍ରତି ଆଉନ୍ସକୁ ଆସିଥିବା ବେଳେ ଆମେରିକୀୟ ସୁନା ବାଏଦା କ୍ଷେତ୍ରରେ ୦.୧ ପ୍ରତିଶତ ହ୍ରାସ ପାଇ ଏହା ୧,୮୮୫.୪୦ ଡଲାରକୁ ଖସି ଯାଇଛି ।

ତେବେ ଯାହା ଦରଦାମ ର ରିପୋର୍ଟ୍ ରହିଥିଲା ପୂର୍ବରୁ ମଙ୍ଗଳବାର ସକାଳେ ସୁନାର ବୈଶିକ ବାଏଦା ଦାମ୍ ୦.୦୮ ପ୍ରତିଶତ ଅର୍ଥାତ୍ ୧.୬୦ ଡଲାର ହ୍ରାସ ସହିତ ୧୮୮୬.୨୦ ଡଲାର ପ୍ରତି ଆଉନ୍ସରେ ଟ୍ରେଣ୍ଡ କରୁଥିଲା।ଆଉ ସେହି ସମୟରେ ସୁନାର ବୈଶିକ ହାଜିରା ଦାମ୍ ରେ ୦.୦୬ ପ୍ରତିଶତ ଅର୍ଥାତ୍ ୧.୨୧ ଡଲାର ହ୍ରାସ ପାଇ ୧୮୮୭.୭୪ ଡଲାର କୁ ଖସି ଆସିଥିଲା।

ସେହିପରି ରୂପାର ଦାମ୍ କ୍ଷେତ୍ରରେ ଭାରତୀୟ ବଜାରରେ ବାଏଦା ଦାମ୍ ୦.୧୯ ପ୍ରତିଶତ ବା ୧୨୧ ଟଙ୍କା ହ୍ରାସ ପାଇ ୬୩,୫୭୦ ଟଙ୍କା ପ୍ରତି କିଲୋଗ୍ରାମରେ ରହିଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ରୂପାର ବାଏଦା ଓ ହାଜିରା ଉଭୟ ଦାମ୍ରେ ହ୍ରାସପାଇ ଡିସେମ୍ବର ବାଏଦାର ରୂପା ଦାମ୍ ୦.୦୧ ପ୍ରତିଶତ ଖସି ୨୪.୮୦ ଡଲାର ରହିଛି। ଆଗକୁ ଏହି ଦରରେ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।