ଦେଶରେ କୋଟି କୋଟି ଲୋକ ଭୋକରେ ଥିବା ବେଳେ ୧୦୦୦କୋଟି ଟଙ୍କା ବ୍ୟୟରେ ନୂଆ ସଂସଦ ନିର୍ମାଣ କରିବା କ’ଣ ଆବଶ୍ୟକ ବୋଲି ମୋଦୀଙ୍କୁ ପ୍ରଶ୍ନ କଲେ – କମଲ ହାସନ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଡିସେମ୍ବର ୧୦ ତାରିଖ ଦିନ ନୂଆ ସାଂସଦ ଭବନ ପାଇଁ ଭୂମି ପୂଜା କରିଥଲେ ।ତେବେ ନୂତନ ସଂସଦ ଗୃହ ପ୍ରସ୍ତୁତ କରିବାକୁ ୨୦୨୨ ପର୍ଯ୍ୟନ୍ତ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସୂଚନା ମିଳିଛି । ତେବେ ପ୍ରଧାନ ମନ୍ତ୍ରୀ ଙ୍କ ଏହି ଭୂମି ପୂଜା ଅବସରରେ ପତିକ୍ରୀୟ ରଖିଛନ୍ତି ମକ୍କଲ ନିଧି ମୟମ ର ମୁଖ୍ୟ କମଲ ହାସନ । କମଲ ହସନ୍ ପ୍ରଧାନ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ବର୍ତ୍ତମାନ ନୂତନ ସାଂସଦ ନିର୍ମାଣ କରିବା କଣ ଆବଶ୍ୟକ ଥିଲା ।

ତେବେ କମଲ ହାସନ୍ ନିଜର ପତିକ୍ରିୟା ନିଜର ସୋସିଆଲ ମିଡିଆ ଆକାଉଣ୍ଟ୍ ଟୁଇଟର ଜରିଆ ରେ ଲେଖିଥିଲେ । ନିଜ ଟୁଇଟର ଆକାଉଣ୍ଟ୍ ରେ କମଲ ହସନ ଲେଖିଛନ୍ତି ଯେ ଯେତେବେଳେ ଚାଇନାର ଗ୍ରେଟ୍ ୱାଲ୍ ନିର୍ମାଣ କରା ଯାଇଥିଲା ସେତେବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା।

ଆଉ ସେହି ସମୟରେ ଶାସକ ମାନେ କହିଥିଲେ ଯେ ଏହା ଲୋକ ମାନଙ୍କ ସୁରକ୍ଷା ପାଇଁ କରାଯାଇଛି।ତେବେ ବର୍ତ୍ତମାନ କରୋନା ମହାମାରୀ ର ସଂକ୍ରମଣ କାରଣରୁ ଦେଶର ଅଧିକାଂଶ ଲୋକ ଭୋକ ଶୋଷ ରେ ଜୀବନ ଯାପନ କରୁଛନ୍ତି,ଆଉ ଏହି କାରଣ ରୁ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଆପଣ କାହାର ରକ୍ଷା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ନୂତନ ସଂସଦ ଭବନ ନିର୍ମାଣ କରୁଛନ୍ତି? ମୋର ସମ୍ମାନୀୟ ପ୍ରଧାନମନ୍ତ୍ରୀ ଏହରା ଉତ୍ତର ଦିଅନ୍ତୁ।’

ତେବେ ଆସନ୍ତା ବର୍ଷ ମେ ଜୁନ୍ ମାସ ରେ ହେବାକୁ ଯାଉଥିବା ତାମିଲନାଡୁ ର ବିଧାନ ସଭା ନିର୍ବାଚନ ପାଇଁ ହେବାକୁ ଯାଉଥିବା ପ୍ରଚାର ହେବା ପୂର୍ବରୁ କମଲ ହସନ ଏହା ଟୁଇଟ କରିଛନ୍ତି । ତେବେ ଟେମ୍ପଲ୍ ଟାଉନ୍ ରୁ ବାହାରିବା ପୂର୍ବରୁ କମଲ ହସନ ମିଡ଼ିଆ ସହିତ କଥାବାର୍ତ୍ତା କରିବା ସମୟ ରେ ଅଭିଯୋଗ କରିଛନ୍ତି ଯେ ସହରାଞ୍ଚଳ ରେ ଅଭିଯାନ ଆରମ୍ଭ କରିବା ପାଇଁ ଅଧିକାରୀ ମାନେ ତାଙ୍କୁ ଅନୁମତି ଦେଇ ନାହାନ୍ତି।ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାମିଲନାଡୁରେ ଏକ ପରିବର୍ତ୍ତନ ଆରମ୍ଭ ହେବ।

ତେବେ ଏହି ନୂତନ ସାଂସଦ ଟି ୧୩ ଏକର ଜମିରେ ୪ ମହଲା ବିଶିଷ୍ଟ ଏକ ନୂଆ ସାଂସଦ ଭବନ ହେବ । ତେବେ ଏହାର ଭୂମି ପୂଜନ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ର ଶିଳାନ୍ୟାସ ଉତ୍ସବ ରେ ଯୋଗ ଦେଇ କହିଥିଲେ ଯେ ନୂତନ ସଂସଦ ଭବନ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ସାକ୍ଷୀ ହୋଇ ରହିବ ଏବଂ ଏହା ଭାରତୀୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପାଲଟିବ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ସାଂସଦ କୁ ପ୍ରବେଶ କରିବାର ପ୍ରଥମ ଦିନ କୁ ସେ କେବେ ମଧ୍ୟ ଭୁଲି ପାରିବେ ନାହିଁ । ତେବେ ଶହେ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ସାଂସଦ ର ଧରଣ କ୍ଷମତା ଶକ୍ତି କମ୍ ବୋଲି ନୂତନ ସାଂସଦ ନିର୍ମାଣ ନିହାତି ଆବଶ୍ୟକ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।