ମୋ ଆଖି ଆଗରେ ଚତୁର୍ଥୀ ରାତିରେ ମୋ ସହିତ ଯାହା କରିବା କଥା ଭାଉଜ ସହିତ କଲା, ଭାଉଜ ପ୍ରେମ ଲୁଚେଇବାକୁ ମତେ କରିଦେଲା ଚୋରଣୀ, କହିଲା…’ ଦେଖନ୍ତୁ Video
ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଥାନାରେ ଅଭିଯୋଗ କରିବା ସହ ଗଣମାଧ୍ୟମକୁ ନିଜ ପାରିବାରିକ କଳହ ବିଷୟରେ କହିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ମହିଳା ଜଣକଙ୍କ ମତରେ ତାଙ୍କ ସ୍ଵାମୀଙ୍କର ଭାଉଜ ସହ ଖରାପ ସମ୍ପର୍କ ଅଛି । ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋର ବାହାଘର ଯେବେ ହେଲା ମୁଁ ଜାଣି ନଥିଲି ସେ ତାର ଭାଉଜ ସହ ସମ୍ପର୍କ ରଖିଛି ବୋଲି ।
ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେମାନେ ଖରାପ ସମ୍ପର୍କ ରଖିଥିଲେ ।ବାହାଘର ହେବା ପରେ ଚତୁର୍ଥୀ ଦିନ ମୋ ସ୍ଵାମୀ ମୋତେ ଜଣାଇ ଥିଲେ ଯେ, ମୁଁ ମୋ ଭାଉଜକୁ ପ୍ରେମ କରିଥିଲି ପାଞ୍ଚ ବର୍ଷ ସମ୍ପର୍କ ଥିଲା ଆଉ ତା ପାଇଁ ମୁଁ ବିସ ବି ଖାଇଥିଲି ।
ସେ ମୋତେ ଜଣାଇ ଥିଲେ ଜାଣିବା ପରେ ବି ଆଉ କଣ ମୁଁ ବାହା ତ ହେଇଯାଇଛି ଆଉ ମୁଁ ବସିଲି ତା ଭାଉଜ ସେହି ଦିନ ହିଁ ଆସିଲା । ମୁଁ ତାକୁ କହିଲି ତୁ ମୋ ସହ ଯାହା କରିବାର ଥିଲା ତୁ ତୋ ଭାଉଜ ସହ କାହିଁକି କରିଲୁ ମୁଁ ମୋ ନିଜ ଆଖିରେ ବି ଦେଖିଛି ।
ଏହା ପରେ ପାଟିତୁଣ୍ଡ ହେଲା ସେ ଭାଉଜ କହିଲା ତୁ କାଲି ଆସି ଆମର ପାଞ୍ଚ ବର୍ଷ ସମ୍ପର୍କକୁ ଭାଙ୍ଗି ଦେବୁ । ମୁଁ କହିଲି ଯଦି ତମେ ଦିଅରକୁ ରଖିବାର ଥିଲା ତା ହେଲେ ତମେ ମୋ ସହ ତାର ବାହାଘର କାହିଁକି କରୁଥିଲ । ତମେ ମୋର ଜୀବନ କାହିଁକି ନଷ୍ଟ କରିଲ । ଏମିତି ପାଟିତୁଣ୍ଡ ହେଲା ସେ ମୋତେ କହିଲା ମୁଁ ତାକୁ କହିଲି । ତା ପରେ ଆମ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ବହୁତ ଝଗଲା ଲାଗିଲା ମୁଁ କଷ୍ଟ ମଷ୍ଟରେ ଅଢେଇ ମାସ ସେଇଠି ରହିଲି । ଗତ 29 ତାରିଖ ଦିନ ମୋ ସ୍ବାମୀ ଏଫଆଇଆର କରିଲେ କି ମୋ ସ୍ତ୍ରୀ 50 ହଜାର ଟଙ୍କା, ମୋ ମାଁର ଗହଣା ନେବା ସହିତ ତାକୁ ତକିଆରେ ମାରିବା ପାଇଁ ଚେଷ୍ଟା କରିଛି।
ଏହାପରେ ମୋ ସ୍ବାମୀ ମୋ ଗୋଡ ତଳେ ପଡି ବିଷ ଖାଇଦେବେ ବୋଲି କହିଲେ ତେଣୁ ମୁଁ ସହି ନପାରି କେସ୍ ଫେରେଇ ଆଣିଲି। ତାପରେ 2 ମାସ ପର୍ଯ୍ୟନ୍ତ ଭଲରେ ଶାଶୁଘରେ ରହିଥିଲି କିନ୍ତୁ ଏହାପରେ ପୁଣି ସେମାନେ ମୋ ବାପା, ବଡବାପା ଏବଂ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ କରିଲେ ଏବଂ ମୋ ନାଁରେ ବି ଗୋଟିଏ ଲେଖାପଢ଼ା କରିନେଲେ କି ମୋର ଯଦି କିଛି ହୋଇଯାଏ ତାହେଲେ ମୋ ଶାଶୁଘର ଲୋକ ଦାୟୀ ନୁହଁନ୍ତି । ଏହାପରେ ଆରମ୍ଭ ହୋଇଗଲା ମୋ ଉପରେ ନିର୍ଯ୍ୟାତନା, ତେଣୁ ମୁଁ ଆଉ ସହି ନପାରି ବାପ ଘରକୁ ଆସିଲା ପରେ ଜାଣିଲି ମୋ ପେଟରେ ଛୁଆ ଅଛି । ମୁଁ ପୁଅକୁ ଜନ୍ମ ଦେବା ପରେ ମୋ ଶଶୁର ଚାହିଁଲେ ମୋତେ ନେବା ପାଇଁ ।