The Story Of A Eagle || କାହାରିଠୁ କପି କରନାହିଁ ନଚେତ ପରିସ୍ଥିତି ଭୟଙ୍କର…

ଗୋଟିଏ ଗ୍ରାମରେ ଏକ ବିଶାଳକାୟ ପର୍ବତ ଟିଏ ରହିଥିଲା ବା ପାହାଡ଼ ଟିଏ ରହିଥିଲା, ସେହି ବିଶାଳକାୟ ପର୍ବତ ର ଶିଖର ଉପରେ ଗୋଟିଏ ବହୁତ ବଡ଼ ଚିଲ ମଧ୍ୟ ରହୁ ଥିଲା | ସେହି ପର୍ବତର ତଳ ଭାଗରେ ଏକ ବିରାଟ ବଡ଼ ବର ଗଛ ମଧ୍ୟ ରହି ଥିଲା, ଗୋଟିଏ କାଉ ସେହି ବିରାଟ ବଡ଼ ବରଂ ଗଛ ରେ ନିଜର ବସା ତିଆରି କରି ରହୁଥିଲା | ଗୋଟିଏ ଦିନର କଥା ସେହି ପାହାଡ଼ର ତଳ ଭାଗରେ ସେଠାରେ ରହୁଥିବା କେତେକ ମେଣ୍ଢା ଘାସ ଚୋରୁ ଥିଲେ | ସେହି ବିଶାଳକାୟ ପର୍ବତ ଉପରେ ରହିଥିବା ଚିଲର ମଧ୍ୟ ନଜର ସେଠାରେ ଚୋରୁ ଥିବା ଗୋଟିଏ ଛୋଟ ମେଣ୍ଢା ଉପରେ ପଡିଥିଲା |
ସେହି ଛୋଟ ମେଣ୍ଢା କୁ ଦେଖି ସେହି ଚିଲ ଟି ପର୍ବତ ର ବହୁତ ଉପରକୁ ଉଡ଼ି ଯାଇ ତଳ ଭାଗରେ ଥିବା ମେଣ୍ଢା ପାଖକୁ ଯାଇ ତାକୁ ଆକ୍ରମଣ କରି ତାର ବିଶାଳ ମୁନିଆ ନଖ ସାହାଯ୍ୟ ରେ ସେହି ଛୋଟ ମେଣ୍ଢା ଟିକୁ ଧରି ପର୍ବତ ର ଶିଖର ଉପରକୁ ନେଇ ଉଡ଼ି ଚାଲି ଗଲା | ସେହି ଚିଲ ର ଏଭଳି କାର୍ଯ୍ୟ କଳାପ କୁ ଦେଖି ସେହି ବର ଗଛ ରେ ରହୁ ଥିବା କାଉ ଟିଏ ମଧ୍ୟ ବହୁତ ଉତ୍ସାହିତ ହେଲା ବା ଆଶ୍ଚର୍ଯ୍ୟ ମଧ୍ୟ ବହୁତ ହେଲା |

ଆଉ ସେହି କାଉ ଟି ଭାବିବାକୁ ଲାଗିଲା ଯଦି ଏହି ଚିଲ ଏଭଳି କାମ ବହୁତ ସହଜ ରେ କରି ପାରୁଛି ବା ସେ ଛୋଟ ମେଣ୍ଢା କୁ ଧରି ଆକାଶ ରେ ବହୁତ ସହଜ ରେ ଉଡ଼ି ପାରୁଛି | ତାହେଲେ ତ ମୁଁ ବି ସେହି ଚିଲ ପରି ଗୋଟିଏ ପକ୍ଷୀ ତେବେ ମୁଁ କାହିଁକି କରି ପାରିବି ନାହିଁ ତେଣୁ ମୁଁ ବି ସେହି ଚିଲ ପରି ଥରେ ପ୍ରୟାସ କରିବା ଉଚିତ |
ତାପରଦିନ କାଉ ମଧ୍ୟ ଠିକ ସେହିଭଳି ପାହାଡ଼ ର ତଳ ଭାଗରେ ଏକ ଛୋଟ ମେଣ୍ଢା ଚୋରୁ ଥିବାର ଦେଖିଲା ଆଉ ଏହା ଦେଖି କାଉ ମଧ୍ୟ ସେହି ଚିଲ ଭଳି ସେହି ପାହାଡ଼ର ବହୁତ ଉପରକୁ ଉଡିବା ପାଇଁ ଆରମ୍ଭ କଲା ଆଉ ଚେଷ୍ଟା କରି ବହୁତ ଉପରକୁ ମଧ୍ୟ ଚାଲି ଗଲା | ଏହାପରେ କାଉଟି ସେହି ଛୋଟ ମେଣ୍ଢା ଟିକୁ ଚିଲ ଭଳି ଆକ୍ରମଣ କରିବାକୁ ଲାଗିଲା, କିନ୍ତୁ କାଉଟି ସେ ମେଣ୍ଢା ନିକଟକୁ ପହଞ୍ଚିବା ପରିବର୍ତ୍ତେ ତାର ଭାରସାମ୍ୟ ହରାଇ ଗୋଟିଏ ପଥର ଉପରେ ଯାଇଁ ପଡିଗଲା ଯାହା ଦ୍ୱାରା ସେ ବାଡେଇ ହୋଇ ସେହି ଠାରେ ହିଁ ମୃତ୍ୟୁ ବରଣ କଲା | ତେବେ ଆମେ ଯଦି କିଛି ନଭାବି ନ ଚିନ୍ତା କରି ଅନ୍ୟ ଜଣଙ୍କୁ ଅନୁସରଣ କରନ୍ତି ବା କପି କରନ୍ତି ତେବେ ଆପଣ ଦିନେ ନା ଦିନେ ବହୁତ ପସ୍ତେଇବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।