ଓଡ଼ିଆ ଷ୍ଟୋରୀ -ପ୍ରଥମ ଥର ପାଇଁ ଦେଖନ୍ତୁ ବ୍ୟାସ କବି ଫକୀରମୋହନ ଦ୍ୱାରା ରଚିତ ଗଳ୍ପ ରେବତୀ ” Rebati ” ହୋସ ଉଡେଇଦେଲା ଭଳି ଘଟଣା…

ଆପଣ ତ ଜାଣନ୍ତି ଆମ ସମାଜ କେତେ ଟେକନୋଲୋଜି ପାଇ ଆଗକୁ ଗଲାଣି, କିନ୍ତୁ ଏହା ବି ସତ ଯେ ସମାଜ ଯେତେ ଆଗକୁ ଆଗକୁ ଯାଉଛି ସେତେ ସବୁ ପଛ କଥା ଲୋପ ପାଇ ଯାଉଛି | ଆମ ପୂର୍ବ କାଳ ରେ ଅନେକ କବି ଓ ଲେଖକ ରହି ଥିଲେ ଯେଉଁ ମାନେ ସାହିତ୍ୟ ରେ ଅନେକ କିଛି ଗଳ୍ପ ସ୍ୱଳ୍ପ ଛାଡି ଦେଇ ଯାଇଛନ୍ତି | ତେବେ ତରଙ୍ଗ ଚ୍ୟାନେଲ ସେହି ସବୁକୁ ମନେ ପକାଇ ଦେବା ପାଇଁ ଏକ ନୂଆ ପ୍ରୟାସ କରିଥିଲା ଯାହାକି ଫକୀରମୋହନ ଙ୍କର ଗଳ୍ପ ସେ ଅଧ୍ୟାୟ ରୂପେ ଲୋକ ଲୋଚନ ସାମ୍ନା କୁ ଆଣି ଥିଲା |
ଓଡ଼ିଶା ସାହିତ୍ୟ ଦୋଛକି ରେ ଓଡ଼ିଆ ଭାଷା ଉପରେ ଯେତେ ବେଳେ ଲୋପ କରି ଦେବା ପ୍ରଚଣ୍ଡ ଆକ୍ରମଣ ଚାଲିଛି | ଯେତେ ବେଳେ ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ସ୍ଲାଗନ ପଙ୍କ ଦେଶ ରୁ ଭାସି ଆସୁଛି ସେତିକି ବେଳେ କେତେ ଜଣ ଯୋଗ ଜନ୍ମ ମଣିଷ ଉଦଭାସିତ ହୋଇ ଉଠିଛନ୍ତି | ଭକ୍ତକବି ମଧୁସୂଦନ, କବିବର ରାଧାନାଥ ଏବଂ ବ୍ୟାସ କବି ଫକୀରମୋହନ | ବ୍ୟାସ କବି ଫକୀର ମୋହନ ଉପଲବ୍ଧ କରି ଥିଲେ ଓଡ଼ିଆ ଭାଷା ର ଗଦ୍ୟ ସାହିତ୍ୟ ଗଦ୍ୟାନ୍ତ ଦୁର୍ବଳ, ତେଣୁ ତାକୁ ଦୃଢ କରିବା ପାଇଁ ସେ କଲମ ଧରିଲେ |

ଏହାପରେ ଜନ୍ମ ନେଲା ଛଅ ମାଣ ଆଠ ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ ଏବଂ ଲୋଛମୟୀ ପାରି କାଳଜାଇ ଉପନ୍ୟାସ ଗଢିଲେ | ଆଉ ଗଳ୍ପ ସ୍ୱଳ୍ପ ମାଧ୍ୟମ ରେ କ୍ଷେତ୍ର ଗଳ୍ପ ସବୁ ମାନ, ଲୋକ ଙ୍କର କଥିତ ଭାଷା ବ୍ୟବହାର କରି ଗଦ୍ୟ ସାହିତ୍ୟ ର ଫକୀର ମୋହନ ନୂଆ ରାସ୍ତା ଦେଖାଇଲେ | କ୍ଷୁଦ୍ର ଗଣ ଙ୍କ ମଧ୍ୟରେ ରେବତୀ ତାଙ୍କର ପ୍ରଥମ ଗଳ୍ପ ଏବଂ ରେବତୀ ମଧ୍ୟ ଓଡ଼ିଆ ସାହିତ୍ୟ ରେ ଆକାଶ ରେ ପ୍ରଥମ ସନ୍ଧ୍ୟା ତାରା ତଥା ପ୍ରଥମ କ୍ଷୁଦ୍ର ଗଳ୍ପ |

ତେବେ ଏଠାରେ ରେବତୀ ର ଏକ ଛୋଟ କାହାଣୀ ବର୍ଣ୍ଣନା କରା ଯାଇଛି ଯାହାକୁ ଆପଣ ପଢି ଥିବେ ଏବଂ ଜାଣି ଥିବେ ମଧ୍ୟ | ତେବେ ଏହି ରେବତୀ ଗଳ୍ପ କୁ ଟିଭି ରେ ମଧ୍ୟ ଏକ ସିରିଏଲ ଭାବରେ ପ୍ରସାରିତ କରା ଯାଇଛି | ଯାହାକି ତରଙ୍ଗ ଚ୍ୟାନେଲ ରେ ପ୍ରସାରଣ ହେଉ ଥିଲା ଏବଂ ଏହି ରେବତୀ ଗଳ୍ପ ଟିକୁ ଏହି କାର୍ଯ୍ୟକ୍ରମ ରେ ଅଧ୍ୟାୟ ଅଧ୍ୟାୟ ଭାବେ ଦିଆ ଯାଉ ଥିଲା | ଯାହାକି ବେସ ଲୋକ ପ୍ରିୟତା ମଧ୍ୟ ହାସଲ କରି ଥିଲା କାରଣ ଏହି ରେବତୀ ନାମକ ଧାରାବାହିକ ରେ ବହୁତ ବଡ଼ ବଡ଼ କଳାକାର ମଧ୍ୟ ଅଭିନୟ କରି ଥିଲେ | ତେବେ ବର୍ତ୍ତମାନ ସମୟ ରେ ପୁଣି ଏହି ରେବତୀ ଗଳ୍ପ ଟି ଜିଁ ଉଠିଛି ଯାହାକି ସୋସିଆଲ ମିଡ଼ିଆ ରେ ମଧ୍ୟ ବେସ ଚର୍ଚ୍ଚା ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।