viral video-ଦେଖନ୍ତୁ ଗୋଟେ “ବାପା” ନିଜ ଝିଅ ସହିତ କ’ଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ କ’ଣ ସତରେ ଏଭଳି ହୋଇପାରେ…

ତେବେ ଆଜି ଆମେ ଗୋଟେ ବାପା ଓ ଝିଅ ର କାହାଣୀ ଜାଣିବା ଯାହାକୁ ଶୁଣିବା ପରେ ଆପଣଙ୍କ ଆଖିରେ ନିହାତି ଭାବରେ ଲୁହ ଆସିଯିବ | ଗୋଟିଏ ଦିନ ଝିଅ ପୁନମ ଘରକୁ ଆସି ବାପା ଙ୍କୁ କହିଲା କି ବାପା ମୁଁ ମୋ ପସନ୍ଦର ପୁଅ ସହିତ ବାହା ହୋଇଗଲି | ତ ଏହାପରେ ବାପାଙ୍କୁ ବହୁତ ରାଗ ଆସିଲା କିନ୍ତୁ ସେ ବହୁତ ବୁଝିବା ଲୋକ ଥିଲେ ସେ ଖାଲି ନିଜ ଝିଅକୁ ଏତିକି କହିଲେ କି ତୁ ମୋ ଘରୁ ବାହାରି ଯା |

କିନ୍ତୁ ଝିଅ କହିଲା କି ଏବେ ଆମ ପାଖରେ ରହିବା ପାଇଁ ଜାଗା ନାହିଁ ଆମକୁ ରହିବାକୁ ଦିଅ ଆମେ ପରେ ପଳେଇବୁ | କିନ୍ତୁ ବାପା ଆଉ କିଛି ଶୁଣିଲେ ନାହିଁ ଆଉ ସେ ଝିଅକୁ ଘରରୁ ବାହାର କରି ଦେଲେ | କିଛି ବର୍ଷ ବିତି ଗଲା ଆଉ ପୁନମଙ୍କ ବାପାଙ୍କର ଦେହାନ୍ତ ହୋଇଗଲା ଆଉ ଦୁର୍ଭାଗ୍ୟ ବଶତଃ ପୁନମ ଯେଉଁ ପୁଅ ସହିତ ବିବାହ କରିଥିଲା ସେ ବି ଧୋକା ଦେଇ ପଳେଇଲା | ପୁନମ ର ପୁଅ ଗୋଟେ ଆଉ ଝିଅ ଗୋଟେ ଥିଲେ ଆଉ ସେ ଗୋଟେ ହୋଟେଲ ରେ କାମ କରୁଥିଲା ଯେଉଁଥିରେ ତା ଜୀବନ କଟୁ ଥିଲା |

ପୁନମ ଯେତେବେଳେ ଜାଣିଲା କି ତା ବାପା ଙ୍କର ମୃତ୍ୟୁ ହୋଇ ଗଲା ତ ସେ ମନେ ମନେ ଭାବିଲା କି ଭଲ ହେଲା କି ସେ ମତେ ଘରରୁ ବାହାର କରି ଦେଇ ଥିଲେ, ସେ ମତେ ଏକା ଏକା କଷ୍ଟରେ ବଞ୍ଚିବା ପାଇଁ ଛାଡ଼ି ଦେଇ ଥିଲେ ମୋ ସ୍ୱାମୀ ଗଲା ପରେ ବି ସେ ମତେ ଘରକୁ ଡାକିଲେ ନାହିଁ ମୁଁ ତ ଯିବିନି ତାଙ୍କ ଅନ୍ତିମ ସତ୍କାର ରେ | କିନ୍ତୁ ପୁନମ ଙ୍କର ପିଉସା ଅନ୍ତିମ ସତ୍କାର ରେ ଯିବା ପାଇଁ କହିଲେ ପୁନମ ଭାବିଲା କି ହଁ ଚାଲ ଥରେ ଯାଇକି ଆସିଯିବି | ପୁନମ ଯେତେବେଳେ ତା ବାପାଘରକୁ ଗଲା ସେତେବେଳେ ସମସ୍ତେ ଅନ୍ତିମ ସତ୍କାର ପାଇଁ ପ୍ରସ୍ତୁତି କରୁ ଥିଲେ | ଅନ୍ତିମ ସତ୍କାର ଆରମ୍ଭ ହେଲା ସମସ୍ତେ କାନ୍ଦୁ ଥିଲେ କିନ୍ତୁ ପୁନମ ନ କାନ୍ଦି କେବଳ ସେ ଦୂରରେ ଠିଆ ହୋଇ ସବୁ ଦେଖୁ ଥିଲା | ତେବେ ପରେ ପୁନମ ଙ୍କର ପିଉସା ତାଙ୍କୁ ଏକ ଲେଟର ଦେଲେ ଆଉ କହିଲେ କି ତୋ ବାପା ଏହି ଲେଟର ତୋ ପାଇଁ ଲେଖି ଥିଲେ |

ତେବେ ପରେ ପୁନମ ସେହି ଲେଟର ବାହାର କରି ପଢିଲେ, ସେଥିରେ ପ୍ରଥମେ ଲେଖା ହୋଇଥିଲା ମୋର ପ୍ରିୟ ଗୁଡ଼ିଆ ମତେ ଜଣା ଅଛିକି ତୁ ମୋ ଉପରେ ରାଗିକି ଅଛୁ କିନ୍ତୁ ତୋ ବାପାକୁ କ୍ଷମା କରିଦେ | ମୁଁ ଜାଣିଛି କି ମୁଁ ତତେ ଘରରୁ ବାହାର କରି ଦେଲି, ତୋର ମନେ ଅଛି ତୁ ଯେତେବେଳେ 5 ବର୍ଷର ଥିଲୁ ତୋ ମା ଆମକୁ ଛାଡ଼ି ପଳେଇଲା ସେତେ ବେଳେ ତୁ ବହୁତ କାନ୍ଦୁ ଥିଲୁ ଆଉ ମତେ ଛାଡ଼ି ଜମା ରହୁ ନଥିଲୁ | ତୋ ଦେହ ଯେବେ ବି ଖରାପ ହେଉ ଥିଲା ମୁଁ ମୋ ମନରେ ବହୁତ କାନ୍ଦୁ ଥିଲି କିନ୍ତୁ ତତେ ହସାଇ ଥିଲି ସବୁ କଥାରେ ମୁଁ ତୋର ସାଥ ଦେଇଛି | କିନ୍ତୁ ତୁ ଦିନେ ଏମିତି ଗୋଟେ ପୁଅକୁ ବାହା ହେଇ ଆସିଲୁ ଯାହାକି ତତେ ସେ ପୁଅ ବିଷୟରେ କିଛି ଜଣା ନଥିଲା କିନ୍ତୁ ସେ ପିଲାଟା ଧୋକାବାଜ ଥିଲା |

ମୋର କେତେ ଆଶା ଥିଲା କି ତତେ ଚାନ୍ଦ ତାରା ପରି ସଜେଇବି ଧୂମଧାମ ରେ ବାହାଘର କରାଇବି କିନ୍ତୁ ତୁ ମୋର ସବୁ ସ୍ୱପ୍ନ କୁ ଭାଙ୍ଗି ଦେଲୁ | ମୁଁ ଏହି ଚିଠି ଏଥିପାଇଁ ଲେଖିଛି କି ମୋର କୁଡ଼ିଆ ଆଉ ଆଲମାରୀ ରେ ତୋ ମା ର କିଛି ଗହଣା ଆଉ ମୁଁ କରିଥିବା କିଛି ଗହଣା ଅଛି, 3 କି 4 ଟା ଘର ଓ ସବୁ ଜାଗା ମୁଁ ତୋ ନାଁ ରେ ଆଉ ତୋ ପିଲା ମାନଙ୍କ ନାଁ ରେ କରି ଦେଇଛି ଆଉ କିଛି ଟଙ୍କା ବ୍ୟାଙ୍କ ରେ ଅଛି ତୁ ଯାଇଁ ନେଇ ଆସିବୁ | ଶେଷରେ ଏତିକି କହିବି ମୁଁ ତୋର ବାପା ଥିଲି ମୁଁ ଶତ୍ରୁ ନୁହେଁ ଆଉ ସେହି ବାପା ଯିଏ କି ତୋ ମା ମରିବା ପରେ ମଧ୍ୟ ଦ୍ୱିତୀୟ ବିବାହ କରି ନଥିଲା | ଏହାପରେ ପୁନମ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।