ଦେଖନ୍ତୁ Shocking ଭିଡ଼ିଓ : ନୃଶଂସ ମଣିଷ ଝଗଡା ପାଇଁ ହଟାତ ଚଳନ୍ତା ଟ୍ରେନରୁ ଦେଲେ ଠେଲି ! ଆଉ ତାପରେ ଯାହା ଘଟିଲା, ଦେଖିଲେ ଅବାକ ହୋଇଯିବେ…

ଆଜି ଏଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯାହାକୁ ଦେଖିଲେ ବା ଶୁଣିଲେ ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ | ଯୁକ୍ତିତର୍କ ହେଲା ବୋଲି ଯୁବକ ଙ୍କୁ ଆଉ ଜଣେ ଯୁବକ ଚଳନ୍ତା ଟ୍ରେନ ର ତଳକୁ ଠେଲି ଦେଲେ | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ଏହି ଭିଡ଼ିଓ କୁ ଦେଖିଲା ପରେ ଆପଣ ଏହା ଜାଣିବେ ଯେ ଦୁନିଆଁ ରେ ଯେମିତି ମାନବିକତା ହଜି ଗଲାଣି ଟିକିଏ କ୍ରୋଧ ପାଇଁ ଲୋକେ ରକ୍ତମୁଖା ହୋଇ ଯାଉଛନ୍ତି |ଜଣଙ୍କ ଜୀବନ ର ଯେମିତି କୌଣସି ମୂଲ୍ୟ ନାହିଁ ଲୋକେ ଅଛନ୍ତି ସେହିଭଳି କାମ କରି ଦେଖାଉଛନ୍ତି |
ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉ ଥିବା ଏହି ଭିଡ଼ିଓ କୁ ନେଇ ଏବେ ଜୋରସର ଚର୍ଚ୍ଚା ବଢୁଛି | ଯୁକ୍ତିତର୍କ ଓ ଜଣେ ଯୁବକ ଙ୍କୁ ଚଳନ୍ତା ଟ୍ରେନ ରୁ ଜଣେ ସହଯାତ୍ରୀ ଠେଲି ଦେଉଛନ୍ତି ଆଉ ଯୁବକ ଙ୍କୁ ଠେଲି ଦେବା ପରେ ଚୁପଚାପ ଆସି ପୁଣି ନିଜ ସିଟ ରେ ବସି ଯାଉଛନ୍ତି ଯେପରିକି କିଛି ଘଟଣା ହିଁ ଆଦୌ ଘଟି ନାହିଁ | ତେବେ ଏଭଳି ଏକ ଘଟଣା ପଶ୍ଚିମବଙ୍ଗ ର ହାଉଳା ମାଲଦା ଟାଉନ ଇଣ୍ଟରସିଟି ଏକ୍ସପ୍ରେସ ରେ ଘଟି ଯାଇଛି | ତେବେ ଏହି ଭିଡ଼ିଓ ଟି ସାମ୍ନା କୁ ଆସିବା ପରେ ଜିଆରପି ପକ୍ଷରୁ ଏହି ବ୍ୟକ୍ତି ଜଣଙ୍କୁ ଗିରଫ କରା ଯାଇଛି |

ତାରାପୀଠ ରୋଡ଼ ଓ ରାମପୁର ଷ୍ଟେସନ ମଝିରେ ସଜ୍ଜମ ଶେଖ ନାମକ ଜଣେ ଯୁବକଙ୍କୁ ତାଙ୍କ ସହ ଯାତ୍ରୀ ଟ୍ରେନ ରୁ ଠେଲି ଦେଇଛନ୍ତି | ଟ୍ରେନ ରେ ଯାତ୍ରା କରୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଲୋକ ଙ୍କୁ ଧମକ ଚମକ ଦେବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ଯାତ୍ରୀ ମାନେ ବସିଥିବା ସିଟ ରେ ଗୋଡ଼ ଲମ୍ବେଇ ଫୋନ ରେ ଜୋର ଜୋର କଥା ହେବା ସହିତ ପାଟି ତୁଣ୍ଡ ମଧ୍ୟ କରୁ ଥିଲେ | ଏହା ସହିତ ବଗି ରେ ମହିଳା ଯାତ୍ରୀ ମାନେ ଥିଲେ ମଧ୍ୟ ଅତ୍ୟନ୍ତ ଅଶ୍ଳୀଳ ଭାବରେ କମେଣ୍ଟ କରୁ ଥିଲେ |

ଏହାକୁ ନେଇ ସମ୍ପୂକ୍ତ ବ୍ୟକ୍ତି ଙ୍କ ସହ ଶେଖ ଙ୍କର ପାଟି ତୁଣ୍ଡ ହୋଇ ଥିଲା, ଏପରିକି ବ୍ୟକ୍ତି ଜଣଙ୍କ ଶେଖ ଙ୍କ ସହ ଠେଲା ପେଲା କରି ଥିଲେ ଆଉ ପରେ ପରେ ଝଗଡା ବଢ଼ି ଯିବାରୁ ଶେଖ ଙ୍କୁ ଚଳନ୍ତା ଟ୍ରେନ ରୁ ସେ ଠେଲି ଦେଇ ଥିଲେ | ଚଳନ୍ତା ଟ୍ରେନ ରୁ ଶେଖ ଖସି ପଡ଼ି ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ଆଦୌ ବିଚଳିତ ହୋଇ ନଥିଲେ | ଆଉ ଯୁବକ ଙ୍କୁ ଠେଲି ଦେଇ ଏହି ବ୍ୟକ୍ତି ଜଣଙ୍କ ପୁଣି ଯାଇ ଆରମ ରେ ନିଜ ସିଟ ରେ ବସି ଯାଇ ଥିଲେ | ତେବେ ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଏଭଳି ମାନବିକତା ପାଇଁ ଅନେକ ଲୋକ ନିନ୍ଦା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।