ଦେଖନ୍ତୁ ଭିଡ଼ିଓ – Reception party ରେ ଜବରଦସ୍ତ ଡ୍ୟାନ୍ସ କଲେ ଅଭିନେତା ଓ ଅଭିନେତ୍ରୀ ! ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ….

ସବୁ ଅପେକ୍ଷାର ଅନ୍ତ ଘଟାଇ, ଶେଷରେ ବିବାହ କରିଛନ୍ତି ଓଲିଉଡର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ। ଅର୍ଚ୍ଚିତାଙ୍କ ହାତ ଧରି ବାଟ ଚାଲିବାକୁ ନିଷ୍ପତ୍ତି ନେଇଛନ୍ତି ସବ୍ୟସାଚୀ ।ତେବେ ନିକଟରେ ଓଲିଉଡ ସୁନ୍ଦରୀ ଅର୍ଚ୍ଚିତା ଏବଂ ଓଲିଉଡ ର ଆଗ ଧାଡ଼ିର ଜଣାଶୁଣା ନାୟକ ସବ୍ୟସାଚୀ ବିବାହ କରି ଛନ୍ତି। ଆଉ ଏନେଇ ଦୁହେଁ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ ତାଙ୍କର ବିବାହର ଇନଭିଟେସନ୍‌।ଆଉ ତାପରେ ରାଜସ୍ଥାନର ଉଦୟପୁରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଚର୍ଚ୍ଚିତ ଲୋକପ୍ରିୟ ଯୋଡ଼ିଙ୍କ ର ।ଆଉ ଏହି ବାହାଘରରେ ନିକଟ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ ।

ଏହି ଦୁଇ ରୋମାଣ୍ଟିକ ଯୋଡ଼ି ନୂଆ ସମ୍ପର୍କ ଆରମ୍ଭ କରିବାକୁ ଯାଉ ଥିବାରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ଓଡ଼ିଶା ବାସୀଙ୍କ ଆଶୀର୍ବାଦ ଲୋଡିଥିଲେ ଅର୍ଚ୍ଚିତା-ସବ୍ୟସାଚୀ । ଏହାସହ ସୋସିଆଲ୍‌ ମିଡିଆରେ କରିଥିବା ଏକ ପୋଷ୍ଟରେ ସେମାନେ ଲେଖିଥିଲେ ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ଆମ ସହ ରହିଛି। ଆଗକୁ ସେଭଳି ସହଯୋଗ ରହିବ ବୋଲି କାମନା କରିଥିଲେ ଅର୍ଚ୍ଚିତା-ସବ୍ୟସାଚୀ।ତେବେ ପୂର୍ବରୁ ଓଲିଉଡର ଏହି ସୁପରହିଟ୍‌ ଯୋଡ଼ିଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଛି ।ଆଉ ଶେଷରେ ରିଲ ଲାଇଫ ପାର୍ଟନର ରୁ ରିଅଲ୍‌ ଲାଇଫ ପାର୍ଟନର ହୋଇ ଯାଇଛନ୍ତି ଏହି ସୁପରହିଟ ଯୋଡ଼ି ଅର୍ଚ୍ଚିତା-ସବ୍ୟସାଚୀ।

ଏବେ ବିବାହ ପରେ ସେମାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉଭୟ ସ୍ବାମୀ ସ୍ତ୍ରୀ ଅର୍ଥାତ୍ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ପରିବାର ର ବାହାଘରରେ ଉପସ୍ଥିତି ଓ ଯୋଗଦାନ ଦେଖିବାକୁ ମିଳିଛି। ଦୁଇ ପରିବାର ର ଅନେକ ସଦସ୍ୟ ମାନଙ୍କ ସହିତ ସେମାନଙ୍କ ଶୁଭେଚ୍ଛୁ ଏବଂ ଆତ୍ମୀୟ ସ୍ୱଜନ ଙ୍କୁ ଦେଖିବାକୁ ମିଳିଛି ଏହି ଭିଡିଓ ରେ। ସେମାନଙ୍କ ସହିତ ସମସ୍ତେ ବର କନ୍ୟା ପୋଷାକରେ ଫଟୋ ଉଠାଇ ଅଛନ୍ତି ଏବଂ ଏହା ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ ହୋଇଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ଏବଂ ଖୁସି ମଧ୍ୟ ହୋଇଛନ୍ତି। ଆପଣ ମଧ୍ୟ ଏହି ଭିଡିଓ ରେ ସେମାନଙ୍କ ପରିବାର ର ସଦସ୍ୟ ମାନଙ୍କୁ ଦେଖିବାର ସୁଯୋଗ ପାଇବେ।

ତେବେ ଅନେକ ସୁପରହିଟ୍‌ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି ଓଲିଉଡ ର ଏହି ଚର୍ଚ୍ଚିତ ଯୋଡ଼ି। ଶେଷରେ ସବୁ ଆଶଙ୍କା ର ଅବସାଦ ଘଟାଇ ସିନେ ପ୍ରେମୀ ମାନଙ୍କ ଆଶିର୍ବାଦ କାମନା କରି ଏହି ଦୁଇଜଣ ସାଂସାରିକ ବନ୍ଧନରେ ବାନ୍ଧି ହୋଇଛନ୍ତି।ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ସବୁଠାରୁ ଚୁଲବୁଲି ସୁନ୍ଦରୀ ନାୟିକା ଅର୍ଚ୍ଚିତା ସାହୁ।

ସେହିପରି ଅଭିନେତା ସବ୍ୟସାଚୀ ମିଶ୍ର ଯିଏକି ଏବେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଜଣେ ଲୋକପ୍ରିୟ ଚେହେରା ପାଲଟି ଯାଇଛନ୍ତି । ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକମାନଙ୍କ ପାଇଁ ସାଜିଛନ୍ତି ପ୍ରକୃତ ହିରୋ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।