ଦେଖନ୍ତୁ ଭିଡିଓ – ପୁଣିଥରେ କଲେଜ ଭିତରେ ଦୁଇ ପ୍ରେମୀ ଯୁଗଳଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରଲ କଲେ କିଛି ଛାତ୍ରଛାତ୍ରୀ ଆଉ ତା’ପରେ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ଟି ଘଟିଛି ବଲାଙ୍ଗୀର ଜିଲ୍ଲା ର ମୁରିବାହାଲ ବ୍ଲକ ଅନ୍ତର୍ଗତ ଘୋଷରାମୁଣ୍ଡା ଜଙ୍ଗଲ ରେ ଏକ ନିଛାଟିଆ ଅଞ୍ଚଳରେ ଦୁଇଜଣ କଲେଜ ପଢୁଆ ପୁଅ ଝିଅ ଏକାଠି ବସି କଥା ବାର୍ତ୍ତା ହେଉଥିଲେ।

ହୁଏତ ସେମାନେ ପରସ୍ପର କୁ ଭଲ ମଧ୍ୟ ପାଉଥାଇ ପାରନ୍ତି କିମ୍ବା ଭଲ ସାଙ୍ଗ ମଧ୍ୟ ହୋଇଥାଇ ପାରନ୍ତି, କିନ୍ତୁ କିଛି ଅସାଧୁ ଲୋକ ଏହାର ସତ୍ୟତା ନଜାଣି ,ସେମାନଙ୍କ ଅସହାୟତା ର ସୁଯୋଗ ନେଇ ତାଙ୍କୁ ଧମକ ଚମକ ଦେଇ ଡରେଇବା ପାଇଁ ଚେଷ୍ଟା କରିବା ସହ ଅସଦାଚରଣ ମଧ୍ୟ କରିଛନ୍ତି।ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓ ରୁ ଜଣା ପଡୁଛି କି ସେହି ସ୍କୁଲ ପଢ଼ନ୍ତା ପ୍ରେମୀ ଯୁଗଳ ପରସ୍ପର ଙ୍କୁ ଭେଟିବା ପାଇଁ ଏକ ନିଛାଟିଆ ଜାଗା କୁ ଆସିଥିଲେ।ଏହାର ସୁଯୋଗ ନେଇ ୫ ରୁ ୬ ଜଣ ଅସାମାଜିକ ଲୋକ ପ୍ରେମୀ ଯୁଗଳ ଙ୍କୁ ଆଣ୍ଠେଇ ଦେଇଛନ୍ତି।

ଏପରିକି ସେମାନଙ୍କୁ ବାଡ଼ି ରେ ମାରିବା ସହିତ ଅସଦାଚରଣ କରୁଥିବା ର ଦୃଶ୍ୟ ଭିଡ଼ିଓ ରେ ଦେଖିବା କୁ ମିଳିଛି।ଏପରିକି ପ୍ରେମୀ ଯୁଗଳ ଯେତେ କାକୁତି ମିନତୀ ହେଲେ କେହି ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି।

ସେମାନଙ୍କ ପାଖରୁ ମୋବାଇଲ ଛଡ଼ାଇ ନେବା ସହ ସେମାନଙ୍କ ବ୍ୟାଗ ରୁ ଅନ୍ୟ ଜିନିଷ କାଢି ନିଆ ଯାଇଛି। ଅସହାୟ ଅବସ୍ଥା ରେ ଅତି ବିକଳ ଭାବରେ କାନ୍ଦୁଛନ୍ତି ପିଡ଼ିତା ଛାତ୍ରୀ,ହେଲେ ସେମାନଙ୍କ କାନ୍ଦ ଶୁଭୁ ନାହିଁ ଏହି ରାକ୍ଷସ ମାନଙ୍କୁ।ବରଂ ମୋବାଇଲ ରେ ନିର୍ଯ୍ୟାତନା ର ଭିଡ଼ିଓ ସୁଟ କରି ବ୍ଲାକମେଲ କରୁଛନ୍ତି ଏହି ଦୁର୍ବୁତ୍ତ।

ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ତା ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଖବର ବଲାଙ୍ଗୀର ମଥାରେ କଳଙ୍କ ଟୀକା ଲଗାଇ ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।