ଦେଖନ୍ତୁ ଭିଡ଼ିଓ ! ମେଡ଼ିକାଲ କଲେଜ ରେ ଡାକ୍ତର- ଡାକ୍ତରାଣୀ ଙ୍କ ଜୋତା ମାଡ଼ ର ଭିଡ଼ିଓ ଭାଇରାଲ।ଏମାନେ ଡାକ୍ତର ନା ଆଉ କଣ….?

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।

ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।

ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ସମ୍ବଲପୁର ସ୍ଥିତ ବୁର୍ଲା, ଭୀମସାର ମେଡିକାଲ କଲେଜ ଭିତରେ ଜଣେ ପୁରୁଷ ଡାକ୍ତର ଓ ମହିଳା ଡାକ୍ତର ଙ୍କ ଭିତରେ ମାରପିଟ ହେଉଥିବା ର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓ ଟି କେବେକାର ଯଦିଓ ସ୍ପଷ୍ଟ ହୋଇ ନାହିଁ କିନ୍ତୁ ଏହି ଭାଇରାଲ ଭିଡ଼ିଓ ରେ ଦେଖିବାକୁ ମିଳୁଛି କି ଜଣେ ମହିଳା ଡାକ୍ତର, ଜଣେ ପୁରୁଷ ଡାକ୍ତର ଙ୍କୁ ଚପଲ ରେ ମାଡ଼ ମାରୁଥିବା ଦେଖିବା କୁ ମିଳିଛି।

ପୁରୁଷ ଡାକ୍ତର ମଧ୍ୟ ଉକ୍ତ ଡ଼ାକ୍ତରାଣୀ ଙ୍କୁ ମାଡ଼ ମାରିଥିବା ର ଦେଖିବାକୁ ମିଳିଛି ଏହି ଭିଡ଼ିଓ ରେ।ଏମାନଙ୍କୁ ଆଉ ଜଣେ ପୁରୁଷ ଡାକ୍ତର ଛଡାଉଥିବା ଦେଖିବା ପାଇଁ ମିଳିଛି।ତେବେ କେଉଁ କାରଣ ପାଇଁ ଜଣେ ଯୁବତୀ ଡାକ୍ତର ଙ୍କୁ ସେହି ପୁରୁଷ ଡାକ୍ତର ମାଡ଼ ମାରୁଛନ୍ତି ତାହା ଜଣା ପଡ଼ି ନାହିଁ।

ତେବେ ଏହି ମାମଲା କୁ ନେଇ ବୁର୍ଲା ଥାନା ରେ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ଜଣା ପଡ଼ିଛି।ତେବେ ବୁର୍ଲା, ଭୀମସାର ପରି ମେଡିକାଲ ରେ ଏହି ପରି ନିନ୍ଦନୀୟ ଘଟଣା ଘଟିବା ଓ ଭିଡ଼ିଓ ଭାଇରାଲ ହେବା ସଚେତନ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଘଟଣା କୁ ସମସ୍ତେ ତୀବ୍ର ସମାଲୋଚନା କରିଛନ୍ତି।ଡାକ୍ତରୀ ପରି ଏକ ସମ୍ମାନଜନକ ପଦବୀ ରେ ଥାଇ ମଧ୍ୟ ସେମାନେ କେମିତି ଏପରି ଅମାନୁଷିକ କାର୍ଯ୍ୟ କରି ପାରିଲେ ତାହା ଏବେ ସମସ୍ତ ଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।ତେବେ ଘଟଣା ସମ୍ପର୍କରେ କୌଣସି ତଥ୍ୟ ମେଡ଼ିକାଲ କତ୍ତୃପକ୍ଷ ଙ୍କ ପାଖରୁ ମିଳି ପାରି ନାହିଁ ଏବଂ ସେମାନେ ପ୍ରକୃତରେ ଡାକ୍ତର, ଡାକ୍ତରାଣୀ ନା ଅନ୍ୟ କିଛି ତାହା ଜଣା ପଡ଼ି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।