ଦେଖନ୍ତୁ ଭିଡ଼ିଓ – ଖଣ୍ଡଗିରି ରେ ଡାକ୍ତରୀ ବାବା ! ଦିବ୍ୟ ଦୃଷ୍ଟି ଦ୍ଵାରା ଦେଉଛନ୍ତି ଔଷଧ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….
ସାଧୁ ସନ୍ଥ ଙ୍କ କାର୍ଯ୍ୟସ୍ଥଳ ହେଉଛି ଏହି ଖଣ୍ଡଗିରୀ । କେଉଁ ଅନାଦି କାଳ ରୁ ଏହି ଖଣ୍ଡଗିରୀ ରେ ହଜାର ହଜାର ସାଧୁ ସନ୍ଥ ଙ୍କ ତପସ୍ୟା ବଳରେ ଖଣ୍ଡଗିରି ରେ ଆଜି ପରିଲିଖିତ ହେଉଛି । ଖଣ୍ଡଗିରୀ ର କୁମ୍ଭ ମେଳା ରେ ଅନେକ ସାଧୁ ସନ୍ଥ ଆସିଛନ୍ତି। ସାରା ଭାରତ ବର୍ଷରେ ହିମାଳୟ ପାଦ ଦେଶ ରୁ ଆରମ୍ଭ କରି ଜାମ୍ମୁ କାଶ୍ମୀର ଜାଏ ଅନେକ ସାଧୁ ସନ୍ଥ କୁ ଦେଖିବାକୁ ମିଳିଛି ଏହି ମେଳା ରେ । କିନ୍ତୁ ଖଣ୍ଡଗିରି ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଡାକ୍ତର ବାବା। ଜଣେ ନାଗା ସାଧୁ ସନାତନ ଧର୍ମ କୁ ବିଶ୍ୱାସ କରୁଥିବା ଓ ସନାତନ ଧର୍ମ ର ପ୍ରଚାର ପ୍ରସାର କରୁଥିବା ଏହି ସାଧୁ ଜଣଙ୍କ ହେଉଛନ୍ତି ମଦନ ମୋହନ ଗିରି ।
ଅନେକ ଭକ୍ତ ମାନେ ତାଙ୍କ ପାଖକୁ ଆସୁଛନ୍ତି ଓ ଅନେକ ଭିଡ଼ ମଧ୍ୟ ଜମୁଛି ଏହି ଭିଡ଼ ର ମୁଖ୍ୟ କାରଣ ହେଉଛି ଡାକ୍ତରୀ ବିଦ୍ୟା । ଆୟୁର୍ବେଦ ରେ ପାରଦର୍ଶିତା ହାସଲ କରିଛନ୍ତି କୌଣସି ବି ବ୍ୟକ୍ତି ତାଙ୍କ ଶରଣାପନ୍ନ ହେଉଛନ୍ତି । ତାଙ୍କର ରୋଗ ବିଷୟ ରେ କହୁଛନ୍ତି ଓ ତାଙ୍କୁ ମେଡ଼ିସିନ୍ ବିଷୟ ରେ ମଧ୍ୟ ପଚାରି ଅଛନ୍ତି ଓ ତାଙ୍କ ରୋଗ ବିଷୟ ରେ ସେ ସଠିକ୍ ବିବରଣୀ ଦେଉଛନ୍ତି ବୋଲି ସେ ଦାବି କରିଛନ୍ତି । ବାବା ଙ୍କୁ ତାଙ୍କ ବିଷୟ ରେ ଅଧିକ ପଚାରିବାରୁ ସେ କହିଥିଲେ ଯେ ସେ ବଦ୍ରିନାଥ ରୁ ଆସିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେଉଁ ସବୁ ରୋଗ ପାଇଁ ସେ ମେଡ଼ିସିନ୍ ଲେଖୁଛନ୍ତି ସେ ଏହି କାମ ନିଜ ଗୁରୁଜୀ ଠାରୁ ଶିଖି ଅଛନ୍ତି।
ତାଙ୍କ ଗୁରୁଜୀ ଜଣେ ବହୁତ୍ ବଡ଼ ବୈଦ ଥିଲେ । ସେ ସବୁ ପ୍ରକାର ଚିକିତ୍ସା ଜାଣିଛନ୍ତି ଆୟୁର୍ବେଦିକ, ଆଲୋପେତିକ , ହୋମିଓପାଥିକ ଚିକିତ୍ସା ଚିକିତ୍ସା ଶିଖି ଅଛନ୍ତି। ଏହା ସହିତ ସେ କହିଛନ୍ତି ଯେ ତାଙ୍କର ଦିବ୍ୟ ଦୃଷ୍ଟି ଅଛି ଓ ନିଜ ଆଖିର ଦିବ୍ୟ ଦୃଷ୍ଟି ଓ ଚୁମ୍ବକୀୟ ଶକ୍ତି ଦ୍ଵାରା ସେ ଏହି ସବୁ ରୋଗ ଭଲ କରି ପାରନ୍ତି । ଦିବ୍ୟ ଦୃଷ୍ଟି ଦ୍ଵାରା ସେ ଅନେକ ପ୍ରକାର ରୋଗ ଲୋକ ମାନଙ୍କ ର ଭଲ କରି ପାରନ୍ତି । ସେ ଏହି ପ୍ରକାର ଚିକିତ୍ସା ପିଲା ଦିନରୁ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି।
୧୦ ବର୍ଷ ବୟସ ରୁ ସେ ଏହି ପ୍ରକାରର ଚିକିତ୍ସା କରୁଛନ୍ତି। ତେବେ ବର୍ତ୍ତମାନ ଏହି ସାଧୁ ବାବା ଖଣ୍ଡଗିରି ମେଳା ର ମୁଖ୍ୟ ଆକର୍ଷଣ ହୋଇଛନ୍ତି । ତାଙ୍କ ପାଖକୁ ଅନେକ ଲୋକ ନିଜର ସମସ୍ୟା ନେଇ ଆସୁଛନ୍ତି ଓ ନିଜ ସ୍ବାସ୍ଥ୍ୟ ସମ୍ବର୍ଧିତ ସମସ୍ୟା ବିଷୟ ରେ ସେ ତାଙ୍କୁ ଜଣାଇ ଅଛନ୍ତି ଓ ସେ ମଧ୍ୟ ଏହାର ସମାଧାନ ନିମନ୍ତେ ବିଭିନ୍ନ ମେଡ଼ିସିନ୍ ଲେଖିଛନ୍ତି। ତେବେ ଅନେକ ଲୋକ ଏହାର ଜୀବନ୍ତ ଉଦାହରଣ ପାଇ ଅଛନ୍ତି ଯେଉଁଥି ପାଇଁ ସେ ବାବା ଙ୍କୁ ବିଶ୍ୱାସ କରୁଛନ୍ତି ବୋଲି କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।