ଦେଖନ୍ତୁ ଭାଇରାଲ ଭିଡ଼ିଓ ! ପ୍ରେମି ଯୁଗଳଙ୍କୁ ମାଡ଼ ମାରି ଆଣ୍ଠେଇ ଦେଲେ ଗ୍ରାମବାସୀ! ଭିଡ଼ିଓ କଲେ ଭାଇରାଲ

କେନ୍ଦୁଝର ରେ ପୁଣି କଙ୍ଗାରୁ କୋର୍ଟ।ଘଟଗାଁ ଥାନା ମେଲାଣ ଅଞ୍ଚଳ ରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ଙ୍କୁ କିଛି ଯୁବକ ଜୋର ଜବରଦସ୍ତ ମାଡ଼ ମାରିବା ସହ ସେମାନଙ୍କ ପ୍ରତି ଅଶାଳୀନ ବ୍ୟବହାର ହୋଇ ଥିବା ଅଭିଯୋଗ ହୋଇଛି।ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।

ଏହି ସମ୍ପର୍କରେ ଥାନା ରେ କୌଣସି ମାମଲା ରୁଜ୍ଜୁ ହୋଇ ନାହିଁ।କିନ୍ତୁ ଘଟଗାଁ ପୋଲିସ ପାଖରେ ଭାଇରାଲ ହୋଇ ଥିବା ଏହି ଭିଡ଼ିଓ ବିଷୟରେ ଖବର ଅଛି ବୋଲି ଜଣା ପଡ଼ିଛି।ତେଣୁ ପୋଲିସ ନିଜ ପକ୍ଷରୁ ଘଟଣା ର ତଦନ୍ତ ଆରମ୍ଭ କରିଛି।ଯୁବତୀ ଜଣଙ୍କ ଘର ଯାଜପୁର ଜିଲ୍ଲା କୋରେଇ ଥାନା ରୁଗୁଡ଼ି ଅଞ୍ଚଳରେ ଏବଂ ଯୁବକ ଜଣକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳ ର ବୋଲି ଜଣା ପଡ଼ିଛି।

ଏହି ଦୁଇ ଜଣ ସାଇଁକୁଳ କଲେଜ ରେ ପାଠ ପଢ଼ନ୍ତି।ଦୁହେଁ ଘଟଗାଁ ମାଆ ତାରିଣୀ ଦର୍ଶନ ସାରି ଆସୁ ଥିବା ବେଳେ ଝିଅ ର ମୁଣ୍ଡ ବୁଲେଇବା ରୁ ତାଙ୍କୁ ଗଛ ତଳେ ଶୁଆଇ ଦେଇ ଯୁବକ ଜଣକ ବୋତଲ ରେ ପାଣି ଆଣିବା ପାଇଁ ଯାଉ ଥିଲା ବେଳେ କିଛି ଯୁବକ ସେଠାରେ ପହଞ୍ଚି ତାଙ୍କୁ ଆକ୍ରମଣ କରି ଥିଲେ।

ଏପରିକି ଯୁବକ ଙ୍କୁ ଜୋର ଜବରଦସ୍ତ ଗଛ ରେ ବାନ୍ଧିବା କୁ ଉଦ୍ୟମ ମଧ୍ୟ କରି ଥିଲେ। ଏପରିକି ସେମାନଙ୍କୁ ବାଡ଼ି ରେ ମାରିବା ସହିତ ଅସଦାଚରଣ କରୁଥିବା ର ଦୃଶ୍ୟ ଭିଡ଼ିଓ ରେ ଦେଖିବା କୁ ମିଳିଛି।ଏପରିକି ପ୍ରେମୀ ଯୁଗଳ ଯେତେ କାକୁତି ମିନତୀ ହେଲେ କେହି ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ଭିଡ଼ିଓ ଦେଖିଲା ପରେ ଅଭିଯୋଗ ହୋଇ ନଥିଲେ ବି ଘଟଗାଁ ପୋଲିସ ତା ନିଜ ଆଡୁ ତଦନ୍ତ ଆରମ୍ଭ କରିଛି।

ପୋଲିସ ଭିଡ଼ିଓ ରେ ଦେଖା ଯାଉ ଥିବା ସ୍ଥାନ କୁ ଯାଇ ତଦନ୍ତ ଆରମ୍ଭ କରି ଥିଲେ ସୁଦ୍ଧା କୌଣସି ଅଭିଯୁକ୍ତ ଙ୍କୁ ପାଇ ପାରି ନାହିଁ।ଘଟଣା ରେ ଜଡ଼ିତ ସମସ୍ତ ଅଭିଯୁକ୍ତ ଙ୍କ ବିରୋଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ପୋଲିସ କହିଛି।

ସୋସିଆଲ ମିଡ଼ିଆ ରେ ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ଭାଇରାଲ କୁ ନେଇ ପୁଣି ଚର୍ଚ୍ଚା ରେ ଆସିଛି କେନ୍ଦୁଝର।କିଛି ଅସାମାଜିକ ଯୁବକ ବାରମ୍ବାର ଏମିତି ପ୍ରେମୀ ଯୁଗଳ ଙ୍କ ଅସହାୟତା ର ଫାଇଦା ଉଠାଇ ସେମାନଙ୍କୁ ହଇରାଣ କରୁଛନ୍ତି।ଏବେ ସୋସିଆଲ ମିଡ଼ିଆ ରେ ବାରମ୍ବାର ଏହି ପରି ଖବର ସବୁ ଦେଖିବା ପାଇଁ ମିଳୁଛି।କେବଳ କେନ୍ଦୁଝର ନୁହେଁ ସାରା ଦେଶରେ ଏହିପରି ଘୃଣ୍ୟ କାର୍ଯ୍ୟ ବାରମ୍ବାର ଦେଖିବା ପାଇଁ ମିଳୁଛି।

କିଛି ଅସାମାଜିକ ବ୍ୟକ୍ତି ବାରମ୍ବାର ଏହିପରି ଭାବରେ ପ୍ରେମୀ ଯୁଗଳ ଙ୍କୁ ତଥା ମହିଳା ମାନଙ୍କୁ ହଇରାଣ କରି ଚାଲିଛନ୍ତି।ଏହି ବିଷୟରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ବାରମ୍ବାର ଏହିପରି ଘଟଣା ଘଟିଛି ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।