ଦେଖନ୍ତୁ ଭିଡ଼ିଓ । ଓଡିଶା ପୋଲିସ ବାବୁ ଙ୍କ ଇଂରାଜୀ କୁହା ଦେଖିଲେ ଆପଣ ବି ହୋଇଯିବେ ଅବାକ…..

ସରିଛି ଭାରତ ବନ୍ଦ ଆନ୍ଦୋଳନ। ଆପଣ ମାନେ ଜାଣିଛନ୍ତି କୃଷି ଆଇନକୁ ନେଇ ମଙ୍ଗଳବାର ଦେଶବ୍ୟାପୀ ଅନ୍ନଦାତା ଙ୍କ ପକ୍ଷରୁ ଦିଆ ଯାଇଥିବା ଭାରତ ବନ୍ଦ ଡାକରାରେ ଚକ-ଅଖ ସବୁ ବନ୍ଦ କରା ଯାଇଥିଲା। ତେବେ ପ୍ରଦର୍ଶନକାରୀ ଚାଷୀ ମାନେ ବହୁ ସ୍ଥାନରେ ରେଳ ରୋକ କରିଥିବାର ମଧ୍ୟ ଦେଖା ଯାଇଛି। ବିଭିନ୍ନ ଜାତୀୟ ରାଜପଥରେ ବସି ରହି ସେମାନେ ଯାନବାହନ ଚଳାଚଳକୁ ବନ୍ଦ କରି ଦେଇଥିଲେ।

ଇତିମଧ୍ୟରେ ଚାଷୀ ମାନେ ଭାରତ ବନ୍ଦ ଡାକରା ପୂର୍ବରୁ ସେମାନଙ୍କ ଦାବି ପ୍ରଦର୍ଶନକୁ ୧୨ ଦିନ ବିତିଥିଲେ ମଧ୍ୟ କୌଣସି ସମାଧାନର ପଥ ବାହାରି ପାରି ନଥିଲା।

ତେବେ ଏହାକୁ ଦୃଷ୍ଟିରେ ରଖି ଭାରତ ବନ୍ଦ ପରଦିନ ଅର୍ଥାତ୍ ବୁଧବାର କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟରେ ପୁଣି ଆଲୋଚନା କରାଯିବ। ତେବେ ମୋଦି ସରକାର କୃଷି ଆଇନ ଉପରେ ବିଚାର କରନ୍ତୁ ବୋଲି ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଦାବି ମଧ୍ୟ ହେବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ମଧ୍ୟ ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଥିଲେ।

ତେବେ ଭାଜପା ନେତୃତ୍ୱାଧୀନ ଏନ୍‌ଡ଼ିଏର କେତେକ ସହଯୋଗୀ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଥିବାର ଦେଖା ଯାଇଛି। ଫଳରେ ଏହି କାରଣରୁ ଏନ୍‌ଡିଏରେ ମଧ୍ୟ ଫାଟ ବଢ଼ିବାରେ ଲାଗିଛି।ତେବେ ଏହି ଆନ୍ଦୋଳନ ଫଳରେ ଅନେକ ସ୍ଥାନରେ ପୋଲିସ୍ ଓ ଆନ୍ଦୋଳନକାରୀ ମଧ୍ୟରେ ସାମାନ୍ୟ ବଚସା ମଧ୍ୟ ଦେଖିବାକୁ ମିଳିଛି।

ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯାହା ଘଟିଛି ଓଡ଼ିଶାର ରାଉରକେଲା ସହରର ଏକ ସ୍ଥାନରେ।ଯେଉଁଥିରେ ସୁରକ୍ଷା କର୍ମୀ ଏବଂ ଯୁବ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ବଚସା ହୋଇଛି। ଆଉ ଏଥିରେ ପରସ୍ପର ସହ ଝଗଡ଼ା ପରେ ସେହି ସମୟରେ ପୋଲିସ୍ ବାବୁ ଜଣଙ୍କ ରାଗିଯାଇ କହୁଛନ୍ତି ମୋତେ ତାହା ପଚାର ନାହିଁ କି କୁହ ନାହିଁ।

ଏହାର କାରଣ ହେଉଛି କି କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରା ଯାଉଥିବା ବେଳେ ପୋଲିସ ସେମାନଙ୍କ ଆନ୍ଦୋଳନକୁ ଶୃଙ୍ଖଳାର ସହିତ କରିବାକୁ କହିଥିଲେ। ଉତ୍ତ୍ୟକ୍ତ ନହୋଇ ଶୃଙ୍ଖଳାର ସହିତ ସେମାନଙ୍କୁ ଏହାକୁ କରିବାକୁ କହିଥିଲେ। ଏହାକୁ ନେଇ ଯୁବ କଂଗ୍ରେସ ର କର୍ମୀ ଉତ୍ତେଜିତ ହୋଇଥିଲେ।

ସେମାନେ ପୋଲିସ୍ କୁ କହିଥିଲେ ତୁମେ ଆମର କଣ କରିବ।ଆଉ ଏହି ପ୍ରଶ୍ନ ଶୁଣି ପୋଲିସ୍ ବାବୁ ଟିକିଏ ଚିଏଁକି ଉଠିଥିଲେ ଏବଂ କହିଥିଲେ କି ମୋତେ ସେହି ପ୍ରଶ୍ନ ପଚାର ନାହିଁ। ଏହାକୁ ସେ ବାରମ୍ବାର କହିଥିଲେ।ଏହା ଫଳରେ କଂଗ୍ରେସ କର୍ମୀ ମାନେ ମଧ୍ୟ ସେମାନଙ୍କ କଥା ଚାଲୁ ରଖିଥିଲେ ତୁମେ କଣ କରିବ। ଏହିଭଳି ଭାବରେ ସେଠାରେ କିଛି ସମୟ ପାଇଁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ମୋଦି ସରକାରଙ୍କ ପାଇଁ ଚେତବାନୀ ସୃଷ୍ଟି କରିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।ଏହି ଆନ୍ଦୋଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବରେ ହୋଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।