ଦେଖନ୍ତୁ live ଦୃଶ୍ୟ । ପୁଣି ରାଜଧାନୀ ଭୁବନେଶ୍ଵର ରେ ମର୍ମନ୍ତୁଦ ଭୟଙ୍କର ସଡ଼କ ଦୁର୍ଘଟଣା….

ପୁଣି ରାଜଧାନୀ ଭୁବନେଶ୍ଵର ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଏଭଳି ଦୁର୍ଘଟଣା ଯାହା ସମସ୍ତଙ୍କୁ ଥରାଇ ଦେଇଛି।ତେବେ ଏହି ଦୁର୍ଘଟଣା ଘଟିଛି ଭୁବନେଶ୍ୱର ବରମୁଣ୍ଡା ଓଭର ବ୍ରିଜ ଉପରେ। ସୂଚନା ଅନୁସାରେ ବୁଧବାର ଦିନ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ଏକ ଟ୍ରେଲର କୁ ପଛପଟୁ ଧକ୍କା ଦେଇଛି ଏକ ମାଲ ବୋଝେଇ ଟ୍ରକ।ତେବେ ସେଠାରେ ଏହି ଟ୍ରକ୍ ଟି ଧକ୍କା ଦେବାରୁ କ୍ୟାବିନ ଭିତରେ ଟ୍ରକ ଡ୍ରାଇଭର ଜଣଙ୍କ ଚାପି ହୋଇ ରହିଛନ୍ତି।

ଅତି ଦୟନୀୟ ଭାବରେ ଘଟିଛି ଏହି ସଡକ ଦୁର୍ଘଟଣା। ଏହାର ଅବସ୍ଥା ଏମିତି ହୋଇଛି ଯେ ଦେଖିବା ମାତ୍ରେ ଜଣେ ଭୟଭୀତ ହୋଇଯିବ।

ଗାଡ଼ିର ଅବସ୍ଥା ସାଙ୍ଗକୁ ଲୋକମାନେ ଗୁରୁତର ହୋଇ ପଡ଼ିଛନ୍ତି। ସେମାନଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି।ତେବେ ଆପଣ ଙ୍କୁ ପୁଣିଥରେ କହି ରଖୁଛୁ କି ରାଜଧାନୀର ବ୍ୟସ୍ତବହୁଳ ଅଞ୍ଚଳ ଫାୟାର ଷ୍ଟେସନ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା।ଏହି ଦୁର୍ଘଟଣା ଏତେ ଭୟଙ୍କର ଘଟିଛି ଯେ ଏହାର ପରବର୍ତ୍ତୀ ଚିତ୍ର ଆପଣ ଏହି ଭିଡିଓ ମାଧ୍ୟମରେ ଦେଖି ପାରିବେ।

ଭୁବନେଶ୍ୱର ର ବରମୁଣ୍ଡା ଫାୟାର ଷ୍ଟେସନ ଓଭର ବ୍ରିଜ୍ ନିକଟରେ ଦୁର୍ଘଟଣା ଟି ଘଟିଛି । ତେବେ ସୂଚନା ଅନୁସାରେ ଜାତୀୟ ରାଜପଥ ୧୬ରେ ଭୁବନେଶ୍ୱର ରୁ କଟକ ଅଭିମୁଖେ ୨ ଟି ଟ୍ରେଲର ଯାଉଥିଲେ।

ଠିକ ଏହି ସମୟରେ ରାଜପଥରେ ଯାଉଥିବା ୨ଟି ଟ୍ରେଲର ଟ୍ରକ୍ ପଛକୁ ପଛ ପିଟି ହୋଇ ଯାଇଥିଲେ ଏବଂ ଏହି ଏହିଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା।ତେବେ ଘଟିଥିବା ଏହି ଦୁର୍ଘଟଣା ରେ ଜଣେ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଯାହା ଖବର ମିଳିଛି ।

ତେବେ ଏହି ଦୁର୍ଘଟଣା ଘଟିବା ପରେ ବରମୁଣ୍ଡାରୁ ରସୁଲଗଡ଼ ଓଭରବ୍ରିଜ ର କଟକ ଯିବା ରାସ୍ତା ରେ ଲୋକଙ୍କ ଭିଡ଼ କାରଣରୁ ରାସ୍ତା ସଂପୂର୍ଣ୍ଣ ଜାମ୍ ହୋଇ ଯାଇଛି । ଏହି ଦୁର୍ଘଟଣା କୁ ଯିଏ ଦେଖୁଛି ସିଏ ଭୟଭୀତ ହୋଇ ଯାଉଛି। କାରଣ ଦୁର୍ଘଟଣା ପରବର୍ତ୍ତୀ ଦୃଶ୍ୟ ସେମିତି ଭୟାନକ ଦେଖା ଯାଉଛି।

ଘଟଣା ପରେ ତେବେ ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାଥମିକ ସ୍ତରରେ ଗୁରୁତର ଥିବା ୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରା ଯାଇଛି ।ତେବେ ଘଟଣା ଘଟିବା ପରେ ହଠାତ୍ ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ଗଣମାଧ୍ୟମ ର ପ୍ରତିନିଧି ମାନେ ମଧ୍ୟ ସେଠାରେ ଏହି ବିଭିନ୍ନ ତଥ୍ୟ ଦେଉଛନ୍ତି।ତେବେ ଏହି ଘଟଣାରେ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସାଧାରଣ ଜନତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।