ଦେଖନ୍ତୁ LIVE ଦୃଶ୍ୟ ! କଲେଜ ଆଗରେ ଛାତ୍ରୀଙ୍କୁ ହତ୍ୟା । ସିସିଟିଭିରେ କଏଦ୍ ହେଲା ଅଦ୍ଭୁତ ଭିଡିଓ……
କୁହାଯାଏ ଏକତରଫା ପ୍ରେମରେ କୌଣସି ଟେନ୍ସନ୍ ନଥାଏ। କିନ୍ତୁ ବେଳେବେଳେ ଏହା ଭୟାନକ ରୂପ ନିଏ। ସେହିଭଳି ଏବେ ଏକ ଏହିଭଳି ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି। ଏକତରଫା ପ୍ରେମ କରୁଥିବା ପାଗଳ ପ୍ରେମୀ ଜଣଙ୍କ ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କୁ ଗୁଳିମାଡ କରିଛି।ସେ ଏମିତି ଗୁଳି କରିଛି ଯେ ଯୁବତୀ ପଢ଼ୁଥିବା କଲେଜ ସାମ୍ନାରେ ସେଇଠି ହିଁ ଟଳି ପଡିଛନ୍ତି।ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଫରିଦାବାଦ ଜିଲ୍ଲାର ବଲ୍ଲଭଭଡରେ।
ସୂଚନା ଅନୁସାରେ ଏଠାରେ ଯୁକ୍ତ ୩ ବିକମ୍ ତୃତୀୟ ବର୍ଷର ପଢ଼ୁଥିବା ନିକିତା ନାମକ ଜଣେ ଛାତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଏଠାରେ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇ କଲେଜ ବାହାରେ ନିଜ ସାଙ୍ଗ ସହିତ ଯାଉଥିବା ବେଳେ ସେଠାରେ ତୋଫିକ ନାମକ ଜଣେ ଯୁବକ ନିଜ ସହଯୋଗୀ ସହିତ ପୂରା ବନ୍ଦୋବସ୍ତ କରି ସେଠାରେ ଜଗି ରହିଥିଲା।ଏହାପରେ ସେ ଯେମିତି ହିଁ ଯୁବତୀକୁ ଦେଖିଛି ସେ କାର ଭିତରକୁ ତାଙ୍କୁ ଟାଣି ଟାଣି ନେବାକୁ ଚେଷ୍ଟା କରିଥିଲା। ଏଥିରେ ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ପାଗଳ ପ୍ରେମୀ ଜଣଙ୍କ ରାଗିଯାଇ ତାଙ୍କୁ ପଏଣ୍ଟ ଜିରୋରୁ ଗୁଳି ମାରିଦେଇଛନ୍ତି।ତେବେ ଏକତରଫ ପ୍ରେମ କରୁଥିବା ଯୁବକ ଙ୍କ ଏହି ଉନ୍ମୁକ୍ତ କାଣ୍ଡରେ ସମସ୍ତେ ଚକିତ ହୋଇ ଯାଇଛନ୍ତି।
ଯାହା ଜଣା ପଡିଛି ଯୁବକ ଜଣଙ୍କ ଉକ୍ତ ଛାତ୍ରୀଙ୍କୁ ବହୁତ୍ ଦିନରୁ ପ୍ରେମ କରି ବସିଛନ୍ତି।ତାଙ୍କ ପ୍ରେମ ଏବେର ନୁହେଁ ବହୁତ୍ ପୂର୍ବର। ଅଭିଯୁକ୍ତ ଯୁବକ, ପାଗଳ ପ୍ରେମୀ, ନିକିତାଙ୍କ ସହିତ ଦ୍ୱାଦସ ଶ୍ରେଣୀ ପଯ୍ୟର୍ନ୍ତ ପଢ଼ୁ ଥିବାବେଳେ ତାଙ୍କ ସହିତ ଜୋର ଜବରଦସ୍ତ ବନ୍ଧୁତା ସ୍ଥାପନା କରିବାକୁ ବାରମ୍ବାର ଚେଷ୍ଟା କରୁଥିଲା। କିନ୍ତୁ ନିକିତା ଏଥିରେ ରାଜି ନଥିଲେ।
ପରେ ଯୁବକ ଏଭଳି ଏକ ଦୁଃଶାହସିକ କାମ କରିବାକୁ ନିଷ୍ପତି ନେଇଥିଲେ।ଯେଉଁ ଭାବରେ ଏହାପୂର୍ବରୁ ୨୦୧୮ରେ ମଧ୍ୟ ଯୁବକ ଜଣଙ୍କ ଆକ୍ରମଣ କରିଥିଲେ ଏବଂ ଯୁବତୀଙ୍କୁ ସେତେବେଳେ ଅପହରଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ। ସେତେବେଳେ ତାଙ୍କର ଦୁଇ ଜଣଙ୍କର କଥା ଲୋକ ବୁଝାମଣା କରି ନେଇଥିଲେ।
ଏହାପରେ ଯୁବତୀଙ୍କ ଭାଇ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଯାହାପରେ ଅଭିଯୁକ୍ତ ଯୁବକ ଗିରଫ ମଧ୍ୟ ହୋଇଥିଲା। କିନ୍ତୁ ଏବେ ପ୍ରତିଶୋଧ ପରାୟଣ ଯୁବକ ବହୁତ ବଡ ଏକ ଅପରାଧ କରିଛି। ଯୁବତୀ ଜଣଙ୍କ କଲେଜରୁ ପେପର କ୍ଲିୟର କରି ଫେରିବା ସମୟରେ ହିଁ ଏଭଳି ଏକ ଗମ୍ଭୀର ଅପରାଧ କରିବସିଲା ଯୁବକ ।
Blood-curdling daylight murder of college student identified as Nikita Tomar in Delhi suburb Faridabad (Haryana) caught on CCTV as she emerges from college after writing exam. Assailant identified as Taufeeq arrested, driver of car still absconding. https://t.co/8Yq4CWHsoi pic.twitter.com/HvBVrRgpGy
— Shiv Aroor (@ShivAroor) October 27, 2020
ଯାହା ସୂଚନା ରହିଛି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ପ୍ରଥମେ ଗିରଫ କରି ଥିବା ବେଳେ ପରେ ସାଥି ଅଭିଯୁକ୍ତ ରେହାନକୁ ଗିରଫ କରିଛି।ଏହି ଘଟଣା ପରେ ହରିଆଣା ରେ ଏକ ଭୟ ଖେଳି ଯାଇଛି। ସମସ୍ତେ ଏହି ଘଟଣା ଶୁଣିବା ପରେ ଅବାକ୍ ହୋଇ ଯାଇଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।