ଦେଖନ୍ତୁ LIVE ଭିଡ଼ିଓ । ପୁଣି ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି…କ’ଣ ସତରେ ବିଦ୍ୟାଶ୍ରୀ ହିଁ….

ମାନବପ୍ରେମୀ ତଥା ମୋଟିଭେଶନାଲ ସ୍ପିକର୍ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ କୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏଯାବତ୍ ତାଙ୍କର ମୃତ୍ୟୁର ପ୍ରକୃତ ରହସ୍ୟ ବା କାରଣ ସାମ୍ନାକୁ ଆସି ପାରିଲା ନାହିଁ। ବରଂ ସ୍ୱାମୀକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଆଦିତ୍ୟ ଙ୍କ ପତ୍ନୀ ଙ୍କୁ ଅନେକ ଟାହୀ ଟାପରା ସହିତ ଅନେକ ଅପବାଦ ସହିବାକୁ ପଡ଼ିଲା। ତେବେ ନିଜ ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଅନେକ ପ୍ରଶ୍ନ ର ସାମ୍ନା କରିବାକୁ ପଡ଼ିଲା।ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କୁହାଗଲା। ଅନେକ ଅଭିଯୋଗ ମଧ୍ୟ ତାଙ୍କ ନାମରେ କରାଗଲା।

ତାପରେ ବି ସେସବୁ କୁ ସହି ସେ ତାଙ୍କ ସ୍ବାମୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଏବଂ ତାଙ୍କୁ ଉଚିତ୍ ନ୍ୟାୟ ଦାବିରେ ଲଢେଇ କରି ଆସୁଥିଲେ।

ଶେଷରେ ତାଙ୍କୁ ମାନସିକ ସ୍ତରରେ ଚାପ ପ୍ରୟୋଗ କରିବା ଦ୍ୱାରା ସେସବୁ ର ସାମ୍ନା କରି ନପାରି ଶେଷରେ ଅବସାଦ ରେ ରହି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେ। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହା ସୂଚନା ରହିଛି ଆତ୍ମହତ୍ୟା କରିଛନ୍ତି ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ ଫେସବୁକ୍ ଲାଇଭ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କର କଟକ ସ୍ଥିତ ବାସଭବନରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି। ଏହି ଖବର ପ୍ରଘଟ ହେବା ପରେ ତାଙ୍କୁ କଟକ ବଡ ମେଡିକାଲରେ ଏବେ ଭର୍ତ୍ତି କରାଯାଇଛି।

ତେବେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ବୁଧବାର ଅର୍ଥାତ୍ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସୁଛି।ସୂଚନା ମୁତାବକ ୩୦ଟି ନିଦ ବଟିକା ଖାଇ ପ୍ରତିକ୍ରିୟା ହୋଇ ନଥିବା କହି ଆହୁରି ଅଧିକ ବଟିକା ଖାଇ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଭିଡିଓରେ ସ୍ପଷ୍ଟ ହେଉଛି।

ଆଉ ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସ୍‌ସିବି କୁ ସ୍ଥାନାନ୍ତର ମଧ୍ୟ କରା ଯାଇଛି। ତାଙ୍କୁ ଅନେକ ମାନସିକ ନିର୍ଯାତନା ଦିଆଯିବା ସହ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରା ଯାଉଥିବା ରୁ ସେ ଏହାକୁ ପ୍ରମାଣ କରିବାକୁ ଯାଇ ଥକି ପଡ଼ିଥିଲେ ଏବଂ ଏଭଳି ଶେଷରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଫେସବୁକ୍‌ ଲାଇଭ୍‌ରେ କହିଛନ୍ତି।

ଏହାଛଡା ଭିଡିଓରେ ତାଙ୍କର ଏହି ମୃତ୍ୟୁ ପାଇଁ କେଉଁମାନେ ଦାୟୀ ରହିବେ ସେ ବିଷୟରେ ଅର୍ଥାତ୍ ସେମାନଙ୍କ ନାମ ମଧ୍ୟ ସେ ଏକ ଡାଏରୀରେ ଉଲ୍ଲେଖ କରିଥିବା ମଧ୍ୟ କହିଛନ୍ତି।ଯେଉଁ ପାଇଁ ତାଙ୍କର ମୃତ୍ୟୁପରେ ତାଙ୍କର ମୃତ୍ୟୁର କାରଣ କଣ ଏବଂ ଏଥିପାଇଁ କିଏ କିଏ ଦାୟୀ ଏହା ସ୍ପଷ୍ଟ ହୋଇ ପାରିବ।ସେ ଏହି ଭିଡିଓ କଲାବେଳେ କାନ୍ଦୁଥିଲେ ଏବଂ ବହୁତ୍ ଭାଙ୍ଗି ପଡିଥିବା ଭଳି ଲାଗୁଥିଲେ। ଯେଉଁ କାରଣରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।