ସାବଧାନ ! ଦେଖନ୍ତୁ Earphone ବ୍ୟବହାର କରିବା ଦ୍ୱାରା ଏହି ସବୁ ଭୟଙ୍କର ରୋଗ ହେଉଛି, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…..

ଇଅର୍ ଫୋନ୍ କିମ୍ବା ହେଡ୍ ଫୋନ୍ ର ବ୍ୟବହାର ଆଜିର ସମୟ ରେ ଆମେ ସମସ୍ତେ କରି ଥାଉ । ଗୀତ ଶୁଣିବା ପାଇଁ ହେଉ କିମ୍ବା , କଥା ହେବା ପାଇଁ ହେଉ କିମ୍ବା ଭିଡ଼ିଓ ଦେଖିବା ପାଇଁ ହେଉ ଏହାର ବ୍ୟବହାର ଆମେ ମାନେ ସମସ୍ତେ କରି ଥାଉ । ଯେମିତି ଆପଣ ଜାଣି ଥିବେ ସବୁ ଏଲେକ୍ଟ୍ରୋନିକ୍ ଜିନିଷ ର କିଛି ଉପକାରିତା ଥିଲେ ମଧ୍ୟ କିଛି ଅପକାରିତା ମଧ୍ୟ ରହିଛି ।

ସେମିତି ଇଅର୍ ଫୋନ୍ ର ମଧ୍ୟ କିଛି ଖରାପ୍ ଗୁଣ ରହିଛି ଯାହା ଆମ ଶରୀର କୁ କ୍ଷତି ପହଞ୍ଚାଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

1- ଶୁଣିବା , ଯେତେବେଳେ ଆମେ ଅଧିକ ଭଲୁମ୍ ରେ ଗୀତ ଶୁଣି ଥାଉ ସେତେବେଳେ ଆମ ପାଖକୁ ଏକ ୱର୍ଣ୍ଣିଂ ମେସେଜ ଆସି ଥାଏ ଯେଉଁ ରେ କି ଲେଖା ହୋଇ ଥାଏ ଅଧିକ ସାଉଣ୍ଡ ଦେବା ଦ୍ଵାରା ଏହା ଶୁଣିବା ର ଶକ୍ତି କମାଇ ଥାଏ । ତେବେ ଆମେ ସମସ୍ତେ ଏହାକୁ ଅଣଦେଖା କରି ଅଧିକ ସାଉଣ୍ଡ ରେ ଶୁଣି ଥାଉ ଯାହା ଦ୍ଵାରା ଆମ କାନ ର ଶୁଣିବା ଶକ୍ତି କମି ଯାଇଥାଏ ।

2- ରୋଗ ସଂକ୍ରମଣ ବ୍ୟାପିବା , କେବେ କେବେ ଆମେ ଅନ୍ୟ ମାନଙ୍କ ଇଅର୍ ଫୋନ୍ ବ୍ୟବହାର କରି ଥାଉ କେବେ ଫ୍ରେଣ୍ଡ୍ ମାନଙ୍କ ର ତ କେବେ ଆମ ଫ୍ୟାମିଲି ମେମ୍ବର ମାନଙ୍କ ର । ତେବେ ଏହି ଇଅର୍ ଫୋନ୍ ଅନ୍ୟ ମାନଙ୍କ ର ବ୍ୟବହାର କରିବା ଦ୍ଵାରା ରୋଗ ସଂକ୍ରମଣ ହୋଇ ଥାଏ ବା ରୋଗ ବ୍ୟାପି ଥାଏ। ତେଣୁ ଯାହାର ବି ଇଅର୍ ଫୋନ୍ ବ୍ୟବହାର କରୁଛନ୍ତି ଏହାକୁ ପ୍ରଥମେ ସଫା କରନ୍ତୁ ।

3- କାନ ଯନ୍ତ୍ରଣା ହେବା , ଯେତେବେଳେ ଆମେ ଅଧିକ ସମୟ ଜାଏ ଇଅର୍ ଫୋନ୍ ବ୍ୟବହାର କରିଥାଉ କିମ୍ବା ଥରେ ବାହାର କରି ଆଉ ଥରେ ବ୍ୟବହାର କରିଥାଏ ସେତେବେଳେ ଆମ କାନ ଯନ୍ତ୍ରଣା କରିଥାଏ । ଏହି ଇଅର୍ ଫୋନ୍ ଆମ କାନ ଭିତର କୁ ପବନ ପଶିବା ପାଇଁ ଦେଇ ନଥାଏ । ଏହା ବ୍ୟତୀତ ଇଅର୍ ଫୋନ୍ ଦେଇ ଗୀତ ଶୁଣିବା ଦ୍ଵାରା କାନ ର ଶୁଣିବା ଶକ୍ତି କମି ଯାଇ ଥାଏ।

ଯଦି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଇଅର୍ ଫୋନ୍ ବ୍ୟବହାର କରୁଛନ୍ତି କିମ୍ବା ପ୍ରତିଦିନ ବ୍ୟବହାର କରୁଛନ୍ତି ତେବେ ଏହାର ପରିଣାମ ଆପଣ ଙ୍କୁ ଆଗକୁ ଭୋଗିବାକୁ ପଡ଼ିବ । ତେବେ ଏହି ଅର୍ଥ ନୁହେ ଯେ ଆପଣ ଇଅର୍ ଫୋନ୍ ବ୍ୟବହାର କରିବେ ନାହିଁ କିନ୍ତୁ ଇଅର୍ ଫୋନ୍ ଆପଣ ବେଶୀ ସମୟ ଜାଏ କରନ୍ତୁ ନାହିଁ କିମ୍ବା ଅଧିକ ସାଉଣ୍ଡ ଦେଇ ଗୀତ ଶୁଣନ୍ତୁ ନାହିଁ ।

ତେବେ ଏହା ଥିଲା ଇଅର୍ ଫୋନ୍ ବ୍ୟବହାର କରିବା ଦ୍ଵାରା ଆମକୁ କେଉଁ ସବୁ ସମସ୍ୟା ହୋଇ ଥାଏ। ଆଉ ଏହାର ସମାଧାନ ଆପଣ କିପରି କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।