ଦେଖନ୍ତୁ ଛାତି ଥରା ଭିଡ଼ିଓ ! ପୁରୀ କେଶ୍ ରେ ନୂଆ ଖୁଲାସା । ରାତି ଅଧିଆ ଡିଲ ର ଭିଡିଓ ହେଲା ଭାଇରାଲ……

କେ ରମେଶ ମୃତ୍ୟୁ ମାମଲା ରେ ନୂଆ ତ୍ୱିଷ୍ଟ । ପୁରୀ ରୁ ଭାଇରାଲ ହୋଇ ଥିବା ମୋବାଇଲ ଭିଡିଓ ରେ ଜଣେ ବ୍ୟକ୍ତି ନିଜକୁ ଆସିଷ୍ଟାଣ୍ଟ କମିଶନର ପରିଚୟ ଦେଇ କେ ରମେଶ ଙ୍କ ପରିବାର ସହିତ ଡ଼ିଲ କରିବାର ଶୁଣିବାକୁ ମିଳିଛି। ଏହି ଡିଲ୍ ରେ ରେ ମୃତ ପରିବାର ଲୋକ ଙ୍କୁ ସରକାର ଙ୍କ ସ୍କିମ ପକ୍ଷରୁ ଜାଗା ସହିତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସବୁ ଚେଷ୍ଟା କରାଯିବ ବୋଲି ପୋଲିସ ବାବୁ ଜଣଙ୍କ କହୁଥିବା ର ଦେଖିବାକୁ ମିଳିଛି ।

ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳ ର କେହି ଜଣେ ମଧ୍ୟସ୍ଥି କାର୍ଯ୍ୟ କରୁଥିବା ର ଦେଖିବାକୁ ମିଳିଛି। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ପୋଲିସ୍ ବାବୁ ଜଣଙ୍କ ରାତି ଅଧିଆ କାହିଁକି ମୃତକ ପରିବାର କୁ ଭେଟିଲେ ଆଉ କାହା ନିର୍ଦ୍ଦେଶ ରେ ଏଭଳି ଡ଼ିଲ୍ କରିଲେ ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ତେବେ ଏନେଇ ପୋଲିସ କିମ୍ବା କେ ରମେଶ ପରିବାର ଙ୍କ ପତିକ୍ରୀୟା ମିଳି ପାରି ନାହିଁ। ତେବେ କଣ ରହିଛି ସେହି ଭିଡିଓ ରେ ବାର୍ତ୍ତାଳାପ ଆସନ୍ତୁ ଜାଣିବା ।

” ଗୋଟିଏ କଥା କହିବି, ଏହି ଘଟଣା ସହିତ ଏହି ଜାଗା କୁ ଲିଙ୍କ୍ ରଖନ୍ତୁ ନାହିଁ । ଏହି ଘଟଣା ରେ ଆଇନ୍ ଅନୁସାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ । କିନ୍ତୁ ପୁରୀ ରେ ଏହି ଅର୍ବାନ ଜାଗା ରେ ବସ୍ତି ବାସିନ୍ଦା କୁ ଥଇଥାନ କରିବାକୁ ନୀତି ପ୍ରଣୟନ ହେଉଛି କିନ୍ତୁ ଏହି ସମୟ ରେ ଆମେ ତିନୋଟି ନୁହଁ ୪ ଟା ଜାଗା ଦବୁ ।

ଗ୍ୟାରେଣ୍ଟି ନାହିଁ କିନ୍ତୁ ଆମ ଉପରେ ବିଶ୍ୱାସ ରଖ। ଯେତେବେଳେ ଦେବାର ପ୍ରୋଭିଯନ୍ ଆସିବ ସେତେବେଳେ ହନ୍ଦ୍ରେଡ ପର୍ଶେଣ୍ଟ ଦିଆଯିବ। ଆଉ ଗୋଟିଏ କଥା ଶୁଣନ୍ତୁ , ଠିକ୍ ଅଛି ଆମେ ଲିଖିତ ଦେବାର ଆମର କ୍ଷମତା ନାହିଁ । ଗୋଟିଏ ବିଶ୍ୱାସ ରେ କହିଲି ଆମେ ଚେଷ୍ଟା କରିବା ଓ ଦେବାର ସମ୍ଭାବନା ଅଛି ଏବଂ ଆଇନ ଅନୁସାରେ ଯେଉଁ ଘଟଣା ଘଟିଛି ୟା ପାଇଁ ଯିଏ ଦୋଷ କରିଛି ସିଏ ଦଣ୍ଡ ପାଇବ । ଯାହା ଆଇନ୍ ଅନୁସାରେ ହେବ , ଆରେଷ୍ଟ ହେଲେ ଆରେଷ୍ଟ ହେବ ।

ଏସିପି ବଦଳି ହୋଇ ସାରିଲେଣି ଜାଣିଛନ୍ତି କି ? ଆଉ ମୋର ଲେଖିକି ଦେବାର ଅଧିକାର ନାହିଁ ବା ମୁଁ ଦେଇ ପାରିବିନି , ଆମେ କହିବୁ । ସମସ୍ତେ ଅଲଗା ଅଲଗା ପାଇବେ । କେତେ ଟଙ୍କା ପେନସନ ହେଲେ ହେବ ବା କଣ ସରକାରୀ ସାହାର୍ଯ୍ୟ ବା ସରକାରୀ ସାହାର୍ଯ୍ୟ ସାହୋଜଗ ଦରକାର । ଯାହା କହୁଛୁ ଶୁଣ !

ସରକାର ଯଦି ଗୋଟେ ପିଅନ କୁ ୫୦୦୦ ହଜାର ଟଙ୍କା ଦଉଛି , ଗୋଟେ ଆଇଏଏସ ଅଫିସର୍ କୁ ଦେଢ଼ ଲକ୍ଷ ଦଉଛି । ମୋତେ କହ ୫୦୦୦ ଦରକାର । ମୁଁ ପୋଲିସ୍ ଅଧିକାରୀ ଠିକ୍ ଅଛି ! ମୁଁ ତ କହିଲି ସହାୟତା କରିବାକୁ ଚେଷ୍ଟା କରିବୁ । ” ଏହା ଥିଲା ସେହି ବାର୍ତ୍ତାଳାପ ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।