ଦେଖନ୍ତୁ ଭିଡ଼ିଓ । ଶ୍ରେଣୀ ଗୃହରେ ଛାତ୍ରୀଙ୍କୁ ମଙ୍ଗଳସୂତ୍ର ପିନ୍ଧାଇଲେ ଛାତ୍ର : ବାପ-ମାଆ କହିଲେ, ଆମ ମାନ ସମ୍ମାନ…..

ପ୍ରେମ ମାନେନା ସମାଜର କଟକଣା।ଏହା ଏମିତି ଏକ ଜିନିଷ ତାହା କେତେବେଳେ କାହା ସହ ହୋଇଯାଏ କହିବା ମୁସ୍କିଲ। କାରଣ ପ୍ରେମରେ ପଡ଼ିବା ପରେ ପ୍ରେମୀ ଯୁଗଳ ପରସ୍ପର ଭିତରେ ନିଜକୁ ହଜାଇ ଦେଇଥାନ୍ତି।ଏକ ସୁନ୍ଦର ଅନୁଭବ ଭିତରେ ଦୁହେଁ ଦୁହିଁଙ୍କୁ ଅନୁଭବ କରିଥାନ୍ତି। କିନ୍ତୁ ପ୍ରେମ ଯଦି ସଠିକ ସାଥୀ ଏବଂ ସଠିକ ଭାବରେ ହୋଇ ନଥାଏ ତେବେ ସେହିଠାରେ ଆରମ୍ଭ ହୋଇଥାଏ ସମସ୍ୟା।

କାରଣ ଏହି ପ୍ରେମ ପାଇଁ କେହି କେବେ କେବେ ଭଲ ରାସ୍ତାରେ ଚାଲନ୍ତି ତ,ପୁଣି କେହି କେବେ କେବେ ନିଜର ସବୁ ସୀମାକୁ ଭୁଲି ଭୁଲ୍ ମାର୍ଗରେ ନିଜକୁ ନେଇ ଯାଇଥାନ୍ତି।

ଆଉ ସେହି ଭଳି ଭୁଲ୍ ମାର୍ଗରେ ପ୍ରେମକୁ ପରିଚାଳିତ କରୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ସମାଜରେ ପ୍ରେମ କଳଙ୍କିତ ହୋଇଥାଏ।କିଛି ହାତ ଗଣତି ପ୍ରେମ ସମ୍ପର୍କ କୁ ଛାଡ଼ିଦେଲେ ଆଉ ସମସ୍ତ ପ୍ରେମୀ ଯୁଗଳଙ୍କ ପ୍ରେମ ବିଷୟରେ ନକହିବା ଟା ଭଲ। କାରଣ ସେମାନଙ୍କ ହାବ ଭାବ ଏମିତି ରହିଛି ଯାହା ସମାଜକୁ କଳୁଷିତ କରିବାରେ ଲାଗିଛି।

ତେବେ ପ୍ରେମକୁ ନେଇ ସମସ୍ତଙ୍କର ମତ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ଅଟେ। ପ୍ରେମର ସଂଜ୍ଞା କୁ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତନ କରି ଦେଉଛନ୍ତି ବର୍ତ୍ତମାନ ର କିଛି ପ୍ରେମୀ ଯୁଗଳ। ଶିକ୍ଷା ଗ୍ରହଣ କରିବା ସମୟରେ ପ୍ରେମୀ ଯୁଗଳ ମାନେ ଉପଯୁକ୍ତ ଶିକ୍ଷା ଗ୍ରହଣ କରି ମଧ୍ୟ ନିଜର ଜ୍ଞାନକୁ ଉଚିତ୍ ସ୍ଥାନରେ ବ୍ୟବହାର କରୁ ନାହାନ୍ତି।

ସେହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଘଟିଛି ମହାରାଷ୍ଟ୍ରର ଏକ ଶିକ୍ଷା ଅନୁଷ୍ଠାନରେ। ଯେଉଁ ଖବର ପ୍ରମେୟ ନ୍ୟୁଜ ୭ ରେ ପ୍ରସାରିତ ହେବା ସହ ଏହି ଖବର ବହୁତ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି।ଏଠାରେ ଏକ ଶିକ୍ଷା ଅନୁଷ୍ଠାନରେ +୨ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ଭିତରେ ଗଢ଼ି ଉଠିଛି ପ୍ରେମ ସମ୍ପର୍କ। ଏହା ପରେ ଏହି ସମ୍ପର୍କ ଏତେ ଗଭୀର ସେମାନଙ୍କ ଭିତରେ ହୋଇ ଯାଇଛି ଯେ ସେମାନେ ଶ୍ରେଣୀ ଗୃହ ମଧ୍ୟରେ ବିବାହ କରି ନେଇଛନ୍ତି। ପୁଅ ଟି ଝିଅକୁ କ୍ଲାସ୍ ରୁମ୍ ରେ ମଙ୍ଗଳ ସୂତ୍ର ପିନ୍ଧାଉଛି।

ଏହିପରି ସେମାନଙ୍କ ବିବାହ ମୁହୂର୍ତ୍ତର ଭିଡିଓ କୁ ଅନ୍ୟ କେଉଁ ଛାତ୍ର ଛାତ୍ରୀ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ କଲେଜ ର ଅଧ୍ୟକ୍ଷ ଏ ବିଷୟରେ ଜାଣିବା ପରେ ଏହି ଛାତ୍ର ଛାତ୍ରୀ ଦୁହିଁଙ୍କୁ କଲେଜ୍ ରୁ ସି ଟି ସହ ବିଦା କରି ଦେଇଛନ୍ତି।ପରେ ଉଭୟଙ୍କ ବାପା ମାଆ ଙ୍କୁ ମଧ୍ୟ ଏ ବିଷୟରେ ଜଣାଇଛନ୍ତି। ଫଳରେ ଏମାନଙ୍କର କ୍ଲାସ୍ ରୁମ୍ ରେ ଏହିଭଳି ନିନ୍ଦନୀୟ କାର୍ଯ୍ୟ କୁ ଜାଣିବା ପରେ ଅଭିଭାବକ ମାନେ ମଧ୍ୟ ସେଠାରେ ପହଞ୍ଚି ଲଜ୍ଜିତ ଓ ଅପମାନିତ ହୋଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।