ଦେଖନ୍ତୁ ଭିଡ଼ିଓ – ହ୍ବାଟସ୍ଆପ ରେ ଚାଲିଥିଲା ରାସଲୀଳା, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ….

ଆଜିବି କିଛି ଲୋକେ ନିଜର ଜୀବନ ଜୀବିକା କୁ ଅତିବାହିତ କରିବା ପାଇଁ କିଛି ଏମିତି କାମ କରୁଛନ୍ତି ଯାହା ସେମାନଙ୍କୁ ପରବର୍ତ୍ତୀ ସମୟରେ ଲଜ୍ଜିତ ଏବଂ ଅପମାନିତ କରୁଛି। କିନ୍ତୁ ତଥାପି ସେମାନେ ସେହି ଘୃଣ୍ୟ କାମରୁ ନିଜକୁ ଦୂରେଇ ରଖୁ ନାହାନ୍ତି।ଆଉ ପରିସ୍ଥିତି କ୍ରମେ ସେମାନେ ଏକ ଅପ୍ରୀତିକର ବାତାବରଣ ଦେଇ ଗତି କରୁଛନ୍ତି। ଆମେ ଆପଣଙ୍କୁ କହୁଚୁ ବେଶ୍ୟାବୃତ୍ତି ବା ଦେହ ବ୍ୟବସାୟ ର ଭିତିରି କଥା।

କିପରି ଭାବରେ ଆଜିର ସମାଜରେ ଏହାର ପ୍ରଳାପ ଏବଂ ମାତ୍ରା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଓଡ଼ିଶାର ରାଜଧାନୀ ରେ ଅନେକ ସମୟରେ ଏହାକୁ ଠାବ କରା ଯାଉଥିବା ବେଳେ ଏବେ ମାଲକାନଗିରି ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ମାଲକାନଗିରି ଅଞ୍ଚଳରେ ବେଶ୍ୟା ବୃତ୍ତି ଚାଲିଥିବା ନେଇ ପୋଲିସ୍ କୁ ଖବର ମିଳିବା ପରେ, ପୋଲିସ୍ ଯାଇ ସେଠାରେ ପହଞ୍ଚିଥିଲା।ଏହାପରେ ପୋଲିସ୍ ଟିମ୍ ଭିନ୍ନ ଭିନ୍ନ ଜାଗାରେ ରେଡ୍ କରିଥିଲା। ତେବେ ପୋଲିସ୍ ର କହିବା ଅନୁସାରେ ବାରିଗୁଡା ଅଞ୍ଚଳରେ ରେଡ୍ କରିବା ସମୟରେ ଦୁଇଜଣ ଯୁବତୀକୁ ଗିରଫ କରିଥିଲୁ। କାରଣ ସେମାନେ ନାବାଳିକା ଥିଲେ ଏବଂ ତାଙ୍କର ବୟସ ୧୫ ରୁ ୧୬ ବର୍ଷ ଭିତରେ ଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି।ଏହି ଦୁଇ ଝିଅକୁ ସେମାନେ କୌଣସି କାରଣରୁ ଦେହ ବ୍ୟବସାୟ ରେ ପୁରାଇ ଥିଲେ।ସେହି ସ୍ଥାନରେ ଆଉ ଦୁଇଜଣ ପୁରୁଷଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ୍।

ପରେ ସେହି ନାବାଳିକା ଦୁଇଜଣଙ୍କୁ ପୋଲିସ୍ ରେସ୍କୁ କରି ତାଙ୍କର ମେଡିକାଲ୍ ଚିକିତ୍ସା କରାଇଥିଲେ। ପରବର୍ତ୍ତୀ ସମୟରେ ତିକବାଡି ଅଞ୍ଚଳରେ ରେଡ୍ କରିବା ସମୟରେ ପୋଲିସ୍ ଦୁଇଜଣ ଯୁବତୀଙ୍କୁ ଗିରଫ କରିଥିଲା। ଯେଉଁ ମାନେ ୱେଷ୍ଟ ବେଙ୍ଗଲ ର କୋଲକାତା ରୁ ଆସି ଏଠାରେ ବେଶ୍ୟା ବୃତ୍ତି କରୁଥିଲେ।ଆଉ ଏଠାରେ ଆସି ଏହି କାର୍ଯ୍ୟରେ ଲିପ୍ତ କରାଇଥିବା ୩ ଜଣଙ୍କୁ ଗିରଫ କରି ପୋଲିସ୍ ୨ ଜଣଙ୍କୁ ରେସ୍କୁ କରିଥିଲା।

ପରବର୍ତ୍ତୀ ସମୟରେ ମାଲିକେଶ୍ୱର କଲୋନୀ ରୁ ମଧ୍ୟ ଜଣେ ଯୁବତୀ କୁ ବେଶ୍ୟା ବୃତ୍ତି କରିଥିବା ଏବଂ ତାଙ୍କୁ ଏଥିରେ ସହଯୋଗ କରିଥିବା ପୁରୁଷଙ୍କୁ ଗିରଫ କରିଥିଲୁ।ଆଉ ସେଠାରେ ଉତ୍ତେଜିତ କରିବା ପାଇଁ ସେବନ କରା ଯାଉଥିବା ଅନେକ ଟାବ୍ଲେଟ୍ କୁ ଜବତ ମଧ୍ୟ କରିଥିଲୁ।

ତେବେ ଏହି ସବୁ ଅଞ୍ଚଳରେ ଧରା ପଡ଼ିଥିବା ଯୁବକ ଯୁବତୀ ମାନଙ୍କୁ ଗିରଫ କରି ସେମାନଙ୍କ ମୋବାଇଲ ଫୋନ କୁ ପୋଲିସ୍ ଜବତ କରିଥିଲା। ଅଭିଯୁକ୍ତ ପୁରୁଷ ସେମାନେ ପ୍ରଥମେ ଝିଅ ମାନଙ୍କର ଫଟୋ କୁ ମୋବାଇଲ ରେ ପଠାଇ ହ୍ୱାଟସଆପ ଜରିଆରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ।ହ୍ୱାଟସଆପ ରେ ସମସ୍ତ ଠିକଣା ଏବଂ ଏହି ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରି ସେକ୍ସ୍ ପାଇଁ ସେମାନଙ୍କୁ ଟଙ୍କା ପଠାଇବାକୁ କହି ଏହିପରି ଏକ କଳା ବ୍ୟବସାୟ ଆରମ୍ଭ କରିଥିଲେ ଏହି ଅଭିଯୁକ୍ତ ମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।