ଦେଖନ୍ତୁ ଭିଡ଼ିଓ ! ଦ୍ଵିତୀୟ ଦିନିକିଆ ରେ ପରାଜୟ ସତ୍ତ୍ଵେ ବି ଅଷ୍ଟ୍ରେଲିଆ ରେ ଜିତିଲା ଭାରତ । କ୍ରିକେଟ୍ ଷ୍ଟାଡିୟମ୍ ରେ ଅଷ୍ଟ୍ରେଲିଆ ଯୁବତୀ ଙ୍କୁ କଲେ ଏମିତି…..
ଆପଣ ଅନେକ ପ୍ରକାର ପ୍ରେମ କାହାଣୀ ବିଷୟରେ ଶୁଣିଥିବେ। ପ୍ରେମ ନିବେଦନ ପାଇଁ ଆପଣମାନେ ଯୁବକ ଯୁବତୀ ମାନଙ୍କର ଅନେକ ଶୈଳୀ ମଧ୍ୟ ଦେଖିଥିବେ। ନିଜର ପ୍ରେମ କୁ ପାଇବା ପାଇଁ ଏବଂ ତାଙ୍କୁ ପ୍ରେମ ର ନିବେଦନ କରିବା ପାଇଁ ପ୍ରେମିକ ମାନେ ବିଭିନ୍ନ ଉପହାର ଦେଇ ରୋମାଂଚକ ଶୈଳୀ ଆପଣେଇ ଥାଆନ୍ତି। ସେହିପରି ଏକ ନିଆରା ପ୍ରେମ ନିବେଦନ ର ଚିତ୍ର ଏବେ ଦେଖିବାକୁ ମିଳିଛି ବିଦେଶ ମାଟିରେ ଭାରତୀୟ ଯୁବକଙ୍କ ଦ୍ବାରା।
ଆଜି ଅଷ୍ଟ୍ରେଲିଆରେ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ପୁଣି ୫୧ ରନ୍ରେ ପରାସ୍ତ କରିଛି ସତ କିନ୍ତୁ ଭାରତୀୟ ଯୁବକଙ୍କ ପ୍ରେମର ବିଜୟ ଘଟିଛି।
ସେଥିପାଇଁ କୁହାଯାଉଛି ଭାରତ ମ୍ୟାଚ୍ ରେ ପରାଜୟ ବରଣ ସତ୍ତ୍ଵେ ଅଷ୍ଟ୍ରେଲିଆରେ ଯୁବତୀଙ୍କ ହୃଦୟକୁ ଜିତି ପାରିଛି । ତେବେ ଦ୍ବିତୀୟ ଦିନିକିଆ ର ଏହି ମ୍ୟାଚ୍ରେ କ୍ୟାପଟେନ କୋହଲି ୮୯ରନ୍ର ଆକ୍ରମଣାତ୍ମକ ଇଂନିଶ ଖେଳି ଥିବା ବେଳେ ଯେତେବେଳେ ସେ ତାଙ୍କର ଅର୍ଦ୍ଧଶତକ ଆଡକୁ ଯାଉଥିଲେ ସେତେବେଳେ ହଠାତ୍ ସମସ୍ତଙ୍କ ଧ୍ୟାନ ଖେଳାଳିଙ୍କ ଉପରକୁ ନଯାଇ ଦର୍ଶକଙ୍କ ଆଡକୁ ଯାଇଥିଲା।
କୋହଲି ୩୫ରେ ରନ୍ରେ ବ୍ୟାଟିଂ କରୁଥିବାବେଳେ ଦର୍ଶକ ଗ୍ୟାଲେରୀରେ ବସିଥିବା ଜଣେ ଭାରତୀୟ ପ୍ରଶଂସକ ତାଙ୍କ ଅଷ୍ଟ୍ରେଲୀୟ ଗର୍ଲଫ୍ରେଣ୍ଡଙ୍କୁ ମୁଦି ଦେଇ ପ୍ରେମର ନିବେଦନ ସହିତ ବିବାହ ପ୍ରସ୍ତାବ ଦେଇଥିଲେ। ଏହାର ଜବାବରେ ଉକ୍ତ ଅଷ୍ଟ୍ରେଲିଆ ଦଳକୁ ସମର୍ଥନ କରୁଥିବା ମହିଳା ପ୍ରଶଂସକ ମଧ୍ୟ ଯୁବକଙ୍କ ପ୍ରସ୍ତାବରେ ହଁ କହିଥିଲେ।
ଏହାକୁ ଦେଖି ଷ୍ଟାଡିୟମ୍ ର ଗ୍ୟାଲେରୀ ରେ ବସିଥିବା ନିକଟସ୍ଥ ଲୋକ ମାନେ ମଧ୍ୟ ଖୁସି ହୋଇ ତାଳି ମାରିଥିଲେ। ଉପସ୍ଥିତ ସମସ୍ତ ଜନତା ବହୁତ୍ ଖୁସି ହୋଇଥିଲେ। ତେବେ ସେହି ସମୟରେ କ୍ରିକେଟ୍ ପଡ଼ିଆରେ ଅଷ୍ଟ୍ରେଲିଆ ଖେଳାଳି ଗ୍ଲେନ ମ୍ୟାକ୍ସୱେଲ ତାଳି ବଜାଇ ଉଭୟ ଯୁବକ ଯୁବତୀଙ୍କୁ ପ୍ରଶଂସା କରିଥିଲେ।
ତେବେ ଏହାପରେ ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଓ୍ଵାନ୍ ଡେ ସିରିଜ୍ର ଦ୍ୱିତୀୟ ମୁକାବିଲା ଆଜି ସିଡ୍ନୀରେ ଖେଳା ଯାଇଛି। ଏହି ମ୍ୟାଚ୍ ବେଳେ ଜଣେ ଭାରତୀୟ ଫ୍ୟାନ୍ ସମସ୍ତଙ୍କ ସାମ୍ନାରେ ଅଷ୍ଟ୍ରେଲିଆର ଜଣେ ଯୁବତୀଙ୍କୁ ପ୍ରପୋଜ୍ କରିଛନ୍ତି।
ଏହି ଘଟଣାକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକ ତାଳି ବଜାଇ ପ୍ରଶଂସା କରିବା ସହିତ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।ତେବେ ଯାହା ଦେଖା ଯାଉଛି ଫ୍ୟାନ୍ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରପୋଜ୍ କରିଥିଲେ। ତାପରେ ସେ ଆଣ୍ଠେଇ ବସି ମୁଦି ଉପହାର ଦେଇଥିଲେ। ଏହା ପରେ ଉଭୟେ ପରସ୍ପରକୁ ଆଲିଙ୍ଗନ କରିଥିବାର ମଧ୍ୟ ଦେଖିବାକୁ ମିଳିଛି ଏବଂ ଚୁମ୍ବନ କରିବାର ମଧ୍ୟ ନଜର ଆସିଛନ୍ତି ଏହି ଦୁଇଜଣ। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଅନେକ ମଜାଳିଆ କମେଣ୍ଟ ସବୁ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।