ଦେଖନ୍ତୁ ଭିଡିଓ -ମନ୍ତ୍ରୀ ଙ୍କ ଅଡିଓ କଲ ଶୁଣନ୍ତୁ ୫ ମାସପରେ ମହାଖୁଲାସା ” ପରି ” କୁ ନ୍ୟାୟ ପାଇଁ ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ….
ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ରେ ଦିନକୁ ଦିନ ନୂଆ ମୋଡ଼ ଆସୁଛି। ସମସ୍ତେ ପରୀ କୁ ନ୍ୟାୟ ଦେବା ପାଇଁ ସଂଗ୍ରାମ କରୁଥିବା ବେଳେ ରାଜ୍ୟବ୍ୟାପୀ ଅସନ୍ତୋଷ ର ନିଆଁ ଜଳୁଛି। ଯାହାକୁ ଦେଖି ଲାଗୁଛି ରାଜ୍ୟ ବାସୀ ଏହି କୁନି ନିଷ୍ପାପ ଶିଶୁ ର ମୃତ୍ୟୁ ରେ କେତେ ବ୍ୟଥିତ ହୋଇଛନ୍ତି।ଏହା ସେମାନଙ୍କୁ କେତେ ଆଘାତ ଦେଇଛି।
ଏହି ଘଟଣା ରୁ ଗୋଟିଏ ଜିନିଷ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରେ ଯେ ଆମ ଦେଶରେ ନାରୀ ବା ମହିଳା ମାନଙ୍କ ପ୍ରତି କେତେ ସମ୍ମାନ ରହିଛି ଏବଂ ସେମାନେ ଏଠାରେ କେତେ ସୁରକ୍ଷିତ। ଦିନ ଦ୍ବିପହରରେ କାହାର ଜୀବନ ଯାଉଛି ତ ପୁଣି କିଏ ରାତିର ଅନ୍ଧକାରରେ ସବୁଦିନ ପାଇଁ ଉଭେଇ ଯାଉଛି।
ସତେ ଯେମିତି ନାରୀ ସୁରକ୍ଷା ଏକ ବଡ଼ ଧରଣର ଆହ୍ୱାନ ଦେବାରେ ଲାଗିଛି ଓଡିଶାରେ।ଯେତେ ମହିଳା ମାନଙ୍କ ପାଇଁ ସମ୍ବେ ଦନ ଦେଖାଇଲେ ସେମାନଙ୍କ ପ୍ରତି ଦରଦ ଭରା କଥା କହିଲେ କଣ ହେବ ଯଦି ସେମାନଙ୍କ ଉପରେ ଘଟୁଥିବା ଘଟଣାର ଉଚିତ୍ ତଦନ୍ତ ନହେଲେ କିମ୍ବା ଏହାକୁ ନ୍ୟାୟ ଦିଆ ଯାଇ ନ ପାରିଲା ତେବେ ସେ ସବୁର ମୂଲ୍ୟ କଣ ରହିଛି।
ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ନିୟମ କାନୁନ ର ଭୟ ଦେଖାଇ ଏବଂ ସେମାନଙ୍କ ପ୍ରତି ସହାନୁଭୂତି ର ଡିଡିମ୍ବ ପିଟିଲେ ହେବନି ବରଂ ବାସ୍ତବରେ ସେମାନଙ୍କର ଏହିଭଳି ପରିସ୍ଥିତି କୁ ଅନୁଧ୍ୟାନ କରି ଏହାର ସମାଧାନ ସମେତ କିଭଳି ଉଚିତ୍ କାର୍ଯ୍ୟପନ୍ଥା ଏବଂ ଦୃଢ଼ ଆଇନ୍ ଅଣାଯାଇ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଦିଆ ଯାଇ ପାରିବ ତାହା କରିବା ଅବଶ୍ୟ ଦରକାର୍।
ତେବେ ବର୍ତ୍ତମାନର ପରୀ ଘଟଣା ନୟାଗଡ଼ ର ପଲ୍ଲୀରୁ ଯାଇ ଦିଲ୍ଲୀ ରେ ପହଞ୍ଚିଲାଣି।ଆଉ ଏହାରି ଭିତରେ ଏକ ଭାଇରାଲ ଅଡିଓ କୁ ନେଇ ଚାଲିଛି ବହୁତ୍ ଚର୍ଚ୍ଚା। ଯେଉଁ କଲ୍ ଭିତରେ ରହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ଏବଂ ପରୀ ଗାଆଁ ର ସରପଞ୍ଚ ସୌମ୍ୟରଞ୍ଜନ।ଏହି ଦୁଇ ଜଣଙ୍କ କଲ୍ ରେକର୍ଡ ସାମ୍ନା କୁ ଆସିବା ପରେ ଲୋକେ ଏହା ଚର୍ଚ୍ଚା କରୁଛନ୍ତି କି କୁଆଡେ ଏହି ଘଟଣାରେ ବର୍ତ୍ତମାନ ର ମନ୍ତ୍ରୀ ତଥା ବିଜେଡ଼ିର ଟାଣୁଆ ନେତା ଅରୁଣ ସାହୁ ଙ୍କ ସଂପୃକ୍ତି ରହିଛି।
ଆପଣ ବି ଥରେ ଏହାକୁ ଶୁଣନ୍ତୁ କାରଣ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ଏକ ଭିନ୍ନ ମୋଡ ନେବାରେ ଲାଗିଛି। ସମସ୍ତେ ଅରୁଣ ସାହୁ ଙ୍କୁ ଘେରିବା ସହିତ ତାଙ୍କର ଇସ୍ତଫା ଦାବି କରିଛନ୍ତି ଏବଂ ତାଙ୍କ ବିରୋଧରେ ରାଜନୈତିକ ଦଳ ର ସଭ୍ୟ ଏବଂ କର୍ମୀ ମାନେ ନାରା ବାଜି ଦେଇ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ପାଇଁ ସମସ୍ତେ ଦାବି କରି ତାଙ୍କର କୁଶ ପୁତ୍ତଳିକା ମଧ୍ୟ ଦାହ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।