ଦେଖନ୍ତୁ ଭିଡ଼ିଓ – ଓଲିଉଡ ଜଗତର ସୁପରଷ୍ଟାର ଅରିନ୍ଦମ ରାୟ ଙ୍କ ଘରର ସବୁ କିଛି ଦେଖନ୍ତୁ LIVE ଭିଡ଼ିଓ ମାଧ୍ୟମରେ…ଏତେ କଷ୍ଟରେ ରୁହନ୍ତି…

ଓଲିଉଡ ଜଗତର ଜଣେ ଜଣାଶୁଣା ପ୍ରମୁଖ କଳାକାର, ଯିଏକି ଗୋଟିଏ ପରେ ଗୋଟିଏ ସୁପର୍ ହିଟ୍ ଫିଲ୍ମ୍, ଓଡ଼ିଆ ସିନେମା ଜଗତକୁ ଦେଇ ଆସିଛନ୍ତି ସେ ହେଉଛନ୍ତି ଓଡ଼ିଆ ସିନେମା ଜଗତର ହାଣ୍ଡସୋମ ହିରୋ ଅରିନ୍ଦମ ରାୟ। ତାଙ୍କ ସ୍ତ୍ରୀ ଜଣେ ରାଜନେତା ଙ୍କ ଭଉଣୀ ହୋଇଥିବା ବେଳେ ସେମାନେ ଉଭୟ କଟକ ରେ ବାସ କରନ୍ତି। ତାଙ୍କର ମଧ୍ୟ ସିନେମା ଜଗତ ସହିତ ରାଜନୀତିକ ପୃଷ୍ଠଭୂମିରେ ଏକ ଭଲ ପ୍ରତିଛବି ରହିଛି ଓଡ଼ିଶାର ରାଜନୈତିକ ମହଲରେ।

ତେବେ ଅରିନ୍ଦମ ରାୟ ତାଙ୍କର ଦମଦାର ଅଭିନେତା କାରଣରୁ ଏବଂ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ କାରଣରୁ ସମସ୍ତଙ୍କ ପ୍ରିୟର ଏବଂ ଓଡ଼ିଶାର ଜଣେ ଲୋକପ୍ରିୟ ଏବଂ ପ୍ରମୁଖ କଳାକାର ହୋଇ ପାରିଛନ୍ତି।

ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି।ସେ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର ଅଭିନେତା। ତାଙ୍କର ପରିଚୟ କେବଳ ଜଣେ ଅଭିନେତା ନୁହଁ ବରଂ ଜଣେ ରାଜନେତା ଭାବରେ ମଧ୍ୟ ସେ ବହୁତ ଜଣାଶୁଣା। ଶାସକ ବିଜୁ ଜନତା ଦଳର ସେ ହେଉଛନ୍ତି ଜଣେ ସକ୍ରିୟ କର୍ମୀ।

ଦୀର୍ଘ ଦିନ ହେଲା ସେ ବିଜେଡ଼ି ପାଇଁ କାମ କରି ଆସୁଛନ୍ତି।ତାଙ୍କର ଦଳ ପ୍ରତି ଅବଦାନ ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ବିଜେଡ଼ି ରେ ଜଣେ ସକ୍ରିୟ କର୍ମୀ ଭାବରେ ଏବେବି କାର୍ଯ୍ୟ କରୁଛନ୍ତି।ତେବେ ଅନେକ ଦିନ ପରେ ତାଙ୍କର ଜୀବନ ଶୈଳୀ ଅତିବାହିତ କରିବାର ଏକ ଝଲକ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ।

ସେ କିପରି ନିଜ ପୋଶା କୁକୁର ସହିତ ମଜା କରୁଛନ୍ତି ତାକୁ ଖୁଆଉ ଅଛନ୍ତି ଏବଂ ତା ସହ ନିଜର ସେଳଫି ଉଠାଉଛନ୍ତି ତାହା ଏଠାରେ ଦେଖିବାକୁ ମିଳିଛି। ଏହାସହ ସେ ଅନ୍ୟ ପଶୁ ପକ୍ଷୀ ମାନଙ୍କୁ ଖାଇବାକୁ ଦେଉ ଥିବାର ମଧ୍ୟ ଦେଖିବାକୁ ମିଳିଛି।ସେ ନିଜ ହାତ ରେ ପାରା, ଅନ୍ୟ ରଙ୍ଗ ବେରଙ୍ଗର ପକ୍ଷୀ, କୁକୁଡ଼ା ଛୁଆ ମାନଙ୍କୁ ଖାଇବାକୁ ଦେଉଛନ୍ତି। ଏହା ସହିତ ସମସ୍ତ ପଶୁ ମାନଙ୍କର ଯତ୍ନ ନେଉ ଥିବାର ଦେଖିବାକୁ ମିଳିଛି।ସେ ତାଙ୍କର କୁକୁର ମାନଙ୍କୁ ଯତ୍ନ ନେବା ସହିତ ସେମାନଙ୍କ ସହିତ ଖେଳୁଛନ୍ତି ଏବଂ ଗେଲ ମଧ୍ୟ କରୁଛନ୍ତି।

ଏହାଛଡା ସେ ତାଙ୍କ ସହିତ ତାଙ୍କୁ କୁକୁରକୁ ମଧ୍ୟ ଏକ୍ସରସାଇଜ କରୁଥିବାର ଭିଡିଓ ରେ ଦେଖାଇଛନ୍ତି, ଯାହାର ନାମ ହେଉଛି ଛୋଟୁ। ତେବେ ସେ କେବଳ କୁକୁର ନୁହେଁ ବରଂ ଅନ୍ୟ ପଶୁ ମାନଙ୍କର ଯତ୍ନ ବି ନେଉଛନ୍ତି।ଏକ ବାଛୁରୀ ଛୁଆକୁ ସେ କୁଣ୍ଢାଇ ଆଉଁସି ଦେଉ ଥିବାର ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓ ରୁ ଅନ୍ତତଃ ଏତିକି ସ୍ପଷ୍ଟ ହୋଇ ଯାଉଛି ଯେ ସେ ପଶୁ ପ୍ରେମୀ ଅଟନ୍ତି, ଏବଂ ସେମାନଙ୍କୁ ବହୁତ୍ ଭଲ ପାଆନ୍ତି ଏବଂ ଯତ୍ନ ମଧ୍ୟ ନିଅନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।