ଦେଖନ୍ତୁ ଭିଡ଼ିଓ । ମୁଁ ଛାଡ଼ିଲି ସ୍ୱାମୀ କୁ, ସ୍ୱାମୀ ଛାଡି ଦେଲା ମୋତେ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ….
ହାତେ ଲମ୍ବର ଓଢନି ଟାଣି ଚୌରା ମୂଳେ ବସିଛି ଜଣେ ନବ ବିବାହିତା ବଧୂ। ଏପଟେ ଘର କବାଟରେ ତାଲା,ପ୍ରେମିକା ବାଟକୁ ଚାହିଁ ବସିଛି ଦାଣ୍ଡ ପିଣ୍ଡାରେ ହେଲେ ପ୍ରେମିକର ଦେଖା ନାହିଁ। ମୁଁ ଆସୁଛି କହି କୁଆଡେ ଚାଲିଯାଇଥିଲେ। ଏପଟେ ପ୍ରେମିକ ନଆସିଲେ ତାଙ୍କ ଘର ଆଗରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ବିବାହିତା ପ୍ରେମିକା।
ଏହି ଘଟଣାଟି ଘଟିଛି କଟକ ଜିଲ୍ଲା ଜୟପୁର ଫାଣ୍ଡି ଅଧିନ ଓରିଲ ଗ୍ରାମରେ। ଗତ ୧୩ ତାରିଖରେ ବିବାହ ହେଇଥିଲା। ତେବେ ଅଷ୍ଟମଙ୍ଗଳରେ ନିଜ ବାପ ଘରକୁ ଆସିନଥିବା ଏହି ନବ ବଧୂଟି, ତେବେ ଷୋହଳମଙ୍ଗଳାରେ ଘରକୁ ବୁଲିବାକୁ ଆସିଥିଲେ ନିଜ ସ୍ୱାମୀଙ୍କ ସହ।
ଝିଅ ଜୁଅଁଙ୍କ ପାଇଁ ଭଲ ଖାଇବାର ବ୍ୟବସ୍ଥା କରିଥିଲେ ଘର ଲୋକ, କିନ୍ତୁ ଠିକ ଖାଇସାରିବା ପରେ ଜୁଆଇଁ ଆଉ ପାଇଲେନି ଝିଅକୁ। ଝିଅଟି ପୂର୍ବରୁ ଭଲପାଇଥିବା ତାର ପ୍ରେମିକା ସହ ପଳେଇଯାଇଛି। ବେଶ କିଛି ସମୟ ଖୋଜାଖୋଜି ଚାଲିଲା ପୁରା ଗାଁରେ ଖବର ବ୍ୟାପିଗଲା। ଶେଷରେ ସ୍ତ୍ରୀକୁ ନପାଇ ନିରାଶ ହୋଇ ଏକା ଏକା ଘରକୁ ଫେରିଗଲେ ସ୍ୱାମୀ।
ନିଜ ପ୍ରେମିକା ସହ ପଳେଇଥିବା ନବ ବଧୂଟି ଧୋକା ଖାଇଗଲାପ୍ରେମିକ ସେହି ଗାଁର ରଘୁ ରାଉତ କହିଲା, ଘରକୁ ଯାଆ ମୁଁ ପରେ ଯାଉଛି। ପ୍ରେମିକା ଯାଇ ପ୍ରେମିକର ଘରେ ପହଁଚିବା ପରେ ଦେଖିଲା ଘରେ ତାଲା ଝୁଲୁଛି, କେହିବି ଘରେ ନାହାନ୍ତି ତେଣୁ ପ୍ରେମିକର ଘର ଆଗରେ ବାସିରହିଲା ପ୍ରେମିକା। ଜଣା ପଡିଲା ଯେ ପରିବାର ଲୋକେ ଝିଅକୁ ବହୁ ବୋଲି ସ୍ୱୀକାର କରୁନାହାନ୍ତି।
ଘରେ ତାଲା ପକେଇ କେଉଁ ଆଡେ ଫେରାର ହେଇଯାଇଛନ୍ତି। ଝିଅ ଏବଂ ତାଙ୍କ ମାଆ ରାତିସାରା ବସିଥିଲେ ଘର ଆଗରେ। ଘଟଣାଟି ଯାଇ ପହଁଚିଛି ପୋଲିସ ପାଖରେ। ଝିଅର ବାପା ରଘୁ ନାଁରେ ଏତେଲା ଦେଇଛନ୍ତି। ଏପଟେ ଘରକୁ ଫେରିବା ପରେ ରଘୁର ପରିବାର ତରଫରୁ ପୁଅର ଅପହରଣ କରିଥିବା ଏତେଲା ଦେଇଛନ୍ତି।
ଚର୍ଚ୍ଚା ହେଉଛି ଯେ ଝିଅର ଇଚ୍ଛା ବିରୋଧରେ ଅନ୍ୟ ଜାଗାରେ ବାହାଘର କରାଯାଇଥିଲା। ଝିଅର ମାଆ କହିଛନ୍ତି ଯେ, ପ୍ରେମିକ ରଘୁ ରାଉତଙ୍କ ସହ ଭଲ ପାଇବା ସମ୍ପର୍କ ଆଗରୁ ଥିଲା କିନ୍ତୁ ସେ ଵିଵାହ କରିବାକୁ ମନା କରିଦେଇଥିଲେ ତେଣୁ ଝିଅକୁ ଅନ୍ୟ ଜାଗାରେ ବିବାହ କରେଇ ଥିଲେ। ଏନେଇ ଉଭୟ ପକ୍ଷ ଥାନାରେ ଏତେଲା ଦେଇଛନ୍ତି। ଝିଅର ମାଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ ରଘୁ ରାଉତ ଏବଂ ତାଙ୍କ ପରିବାର ଲୋକ ବଧୂ ଭାବେ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତି।
ଏପଟେ ପ୍ରେମିକା କହିଛନ୍ତି ଯେ ତାକୁ ଗ୍ରହଣ ନକଲେ ପ୍ରେମିକର ଘର ଆଗରେ ଆତ୍ମହତ୍ୟା କରିବା କଥା କହିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।