ଦେଖନ୍ତୁ ଭିଡ଼ିଓ । କୁକୁରକୁ ବଞ୍ଚାଇବାକୁ ନିଜ ଜୀବନ ବାଜି ଲଗାଇ ଦେଲେ ହୋମ୍‌ଗାର୍ଡ଼, ସମାଜରେ ଏଭଳି ବ୍ୟାକ୍ତିଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ସମାଜରେ ଜୀବମାନଙ୍କ ପ୍ରତି ମନୁଷ୍ୟର ଦୟନୀୟ ଅତ୍ୟାଚାରର ସୁଲଭ ଚିତ୍ରପଟ ସବୁ ଗଣମାଧ୍ୟମ ତଥା ପ୍ରତ୍ୟକ୍ଷ ଭାବରେ ଆମେ ଦେଖିଥିବା । ମନୁଷ୍ୟ ଏହି ନିର୍ବାକ ନିରୀହ, ସରଳ, ଜୀବମାନଙ୍କ ପ୍ରତି ତିଳେ ମାତ୍ର ଖାତିର୍ ନ କରି ଯେପରି ଭାବେ ସେମାନଙ୍କ ଜୀବନ ସହ ଖେଳୁଛି ସେସବୁ ଦେଖିଲେ ମନେ ହେଉଛି ସତେ ଯେମିତି ଧରା ପୃଷ୍ଠରୁ ମାନବିକତା ହଜିଗଲାଣି ।ମାନବର ହୃଦୟରୁ ଭଗବାନ ଦେଇଥିବା ଦୟାର ପରିପୂର୍ଣ୍ଣ କଳସୀ ଖାଲି ହେଲା ଭଳି ବୋଧ ହେଉଛି ।

ନିକଟ ଅତୀତରେ ଜଣେ ବ୍ୟକ୍ତବିଶେଷ ରାସ୍ତା ଉପରେ ଶୋଇ ରହିଥିବା ନବଜାତ କୁନି କୁନି ୪ ଟି କୁକୁର ଛୁଆଙ୍କୁ ନିଜ ଗାଡ଼ି ତଳେ ଦଳି ଚାଲିଯାଇଥିଲେ ।ସେହି ସ୍ଥାନରେ ନିଜ ଛୁଆଙ୍କୁ ନ ପାଇ ମରିଯାଇଥିବା ଦେଖି ମା କୁକୁର ଟି ର କରୁଣ ଭାବ ବିହ୍ୱଳ କାନ୍ଦ ବାସ୍ତବରେ ଲୋତକପୂର୍ଣ୍ଣ ଥିଲା ।

ସେହି ସ୍ଥାନରେ ଯିଏ ବି ଏହି ଦୃଶ୍ୟକୁ ଦେଖିଥିବେ ସେ ନିଶ୍ଚିତ ଆଖିରୁ ଲୁହ ଝରାଇଦେଇଥିବେ ।ଠିକ୍ ସେହିଭଳି ଅନ୍ୟ ଜଣେ ବ୍ୟକ୍ତିବିଶଷ ନିଜକୁ ସୋସିଆଲ ମିଡିଆରେ ଲୋକପ୍ରିୟ କରିବା ନିମନ୍ତେ ଗୋଟେ କୁକୁରକୁ ପାଖକୁ ଡାକି ତାକୁ ପୋଲ ତଳକୁ ଫୋପାଡିଦେଇଥିଲେ ।

ତାମିଲନାଡୁର କର୍ଣୁଲ୍ ରେ ଏହି ଦୃଶ୍ୟ ଆପଣଙ୍କ ହୃଦୟକୁ ତରଲାଇଦେବ ।ନଦୀର ଗର୍ଜନମୁଖର ସ୍ରୋତ ଆରପାଖେ ଗୋଟେ ବୁଦାମୂଳରେ ଗୋଟିଏ ଛୋଟିଆ କୁକୁର ଛୁଆ ଦୁର୍ଭାଗ୍ୟବଶତଃ ଫସିଯାଇଥିଲା।ନିଜକୁ ବଞ୍ଚେଇ ନ ପାରି ସାହାଯ୍ୟ ପାଇଁ କରୁଣ ଚିତ୍କାର କରୁଥିବା କୁକୁର ଛୁଆଟି ସର୍ବହାର ହୋଇ ରହିଥିଲା ନଦୀ ସେ ପାଖରେ ।ଏହି ଅବସ୍ଥାରେ ଥିବା କୁକୁରଟି କୁ ଦେଖି ସେଠାକାର ଜଣେ ହୋମଗାର୍ଡ ନାମ – ମୋଜିତ୍ ,ଙ୍କ ମନରେ ତା ପ୍ରତି ଦୟା ଭାବ ଜାତ ହେଲା ।

ସେ ଗୋଟେ ଦ୍ରୋଜର୍ ମାଧ୍ୟମରେ ନଦୀ ଆର ପାଖକୁ ଯିବା ପାଇଁ ତା ଲୁହା ଡାଲା ଉପରେ ବସିପଡିଲେ ।କିନ୍ତୁ ଦ୍ରୋଜର୍ ର ବାହୁଟି ଆର ପାଖକୁ ପହଞ୍ଚି ନ ପାରିବାରୁ ହୋମଗାର୍ଡ ଜଣକ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନଦୀର ନିରନ୍ତର ସ୍ରୋତ ମଧ୍ୟ ଦେଇ ପହଁରି ଯାଇ ପହଞ୍ଚିଥିଲେ ଆର ପାରିରେ।ବୁଡ଼ ମୂଳରୁ କୁନି କୁକୁରଟିକୁ ଉଦ୍ଧାର କରି ପୁଣି ଦ୍ରୋଜର୍ ଯୋଗେ ଫେରିଥିଲେ ।

କଥାଟି ସାମାନ୍ୟ ଲାଗିଲେ ମଧ୍ୟ କାମଟି ବିପଦପୂର୍ଣ୍ଣ ଏବଂ ପ୍ରଣନାଶକ ଥିଲା ।ଏମିତି ଗୋଟିଏ ଛୋଟିଆ ଜୀବକୁ ବଞ୍ଚେଇବା ପାଇଁ କିଏ ବା ନିଜ ଜୀବନକୁ ବିପଦରେ ପକେଇପାରିବ।ଆପେ ବଞ୍ଚିଲେ ବାପୋର ନା କଥାଟି କୁ ଏଠାରେ ଶ୍ରୀ ମୋଜିତ୍ ଭୂଲ୍ ପ୍ରମାଣିତ କରିଛନ୍ତି । ଯିଏ ନିଜ କଥା ଚିନ୍ତା ନ କରି ଅନ୍ୟ ପାଇ ନିଜକୁ ବିପଦରେ ପକେଇଥାଏ ତାକୁ ଲୋକେ ଭଲ ପାଆନ୍ତି ।ଲୋକଙ୍କ ପାଇଁ ସେ ମାନବିକତାର ଅନନ୍ୟ ଉଦାହରଣ ପାଲଟିଯାଏ ।

ବାସ୍ତବରେ ମୋଜିତ୍ ମାନବିକତାର ଜ୍ୱଳନ୍ତ ଉଦlହରଣ ଅଟନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।