ଦେଖନ୍ତୁ ଭିଡ଼ିଓ । ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ପଡିଲା ମହଙ୍ଗା, ଗାଁ ଲୋକ ଉଲଗ୍ନ କରି କେଲେ ଏମିତି…..

ପୁଣି ମଦ ପିଇ ଭୁଲି ଗଲେ ମାନବିକତା । ଯୁବତୀ ଙ୍କୁ ଉଠାଇ ନେଇ କରୁଥିଲେ ଅସଦାଚରଣ । ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଗଙ୍ଗାପୂର୍ ଶାସନ ଅଞ୍ଚଳ ରେ ଘଟିଛି ଏମିତି ଏକ ଘଟଣା । ନବରତ୍ନପୂର୍ ଗାଁ ର ଜଣେ ଅସାମାଜିକ ଯୁବକ ସେହି ଗ୍ରାମ ର ଜଣେ ଭିନ୍ନକ୍ଷମ ଯୁବତୀ ଙ୍କୁ ଅପହରଣ କରି ନେଇ ଆସିଥିଲେ।

ତା ସହିତ ଅସଦାଚରଣ କରୁ ଥିବା ସମୟ ରେ ଗାଁ ଲୋକ ଙ୍କ ନଜର ପଡ଼ିଥିଲା । ସଙ୍ଗେ ସଙ୍ଗେ ଯୁବତୀ କୁ ଉଦ୍ଧାର କରି ନେଲେ ସେମାନେ । ଆଉ ଏହା ପରେ ଆରମ୍ଭ ହେଲା ସ୍ପଟ୍ ଆକ୍ସନ । ଗାଁ ଲୋକ ମାନେ ଏକାଠି ହୋଇ ଯୁବକ ଙ୍କୁ ଖୁବ୍ ଛେଚିଲେ ।

ଅଧା ଲଣ୍ଡା କରି ଚପଲ ମାଳ ପିନ୍ଧାଇ ଦେଲେ ।ପରେ ପୋଲିସ କୁ ଖବର ଦେଇ ଯାହା ସବୁ ଦେଖି ଥିଲେ ସବୁ ତଥ୍ୟ ର ସାକ୍ଷୀ ବି ଦେଲେ । ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିଛି ଆଉ ଯୁବକ କୁ ଥାନା କୁ ନେଇ ପଚରା ଉଚୁରା କରୁଛି । ଗତ କିଛି ଦିନ ଧରି ଅପହରଣ ଆଉ ବଳାତ୍କାର ଘଟଣା ବଢ଼ି ବଢ଼ି ଚାଲିଛି । ପ୍ରତିଦିନ କେହି ନା କେହି ଅପହରଣ ହେବା ସହିତ ଅସଦାଚରଣ ର ଶିକାର ହେଉଛନ୍ତି। ଗାଁ ହେଉ କି ସହର ସବୁଠି ସମାନ ସ୍ଥିତି। ତେବେ ନବରତ୍ନପୁର ର ଗାଁ ଲୋକ ମାନେ ନିକଟ ରେ ଥିବା ମଦ ଦୋକାନ କୁ ଦାୟୀ କରିଛନ୍ତି ।

କାରଣ ଯାହା ବି ହେଉ ନା କାହିଁକି ଏହାର କୁ ପ୍ରଭାବ ର ଶିକାର ହେଉଛନ୍ତି ମହିଳା ମାନେ।ଆଉ ଏଠି ତ ଭିନ୍ନକ୍ଷମ ଯୁବତୀ ଙ୍କୁ ଅସଦାଚରଣ କରିବା ପରି ଏଇ ବଡ଼ ପାପ କରିଛି ଯୁବକ ଜଣକ । ତେବେ ଦିନକୁ ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଓ ଅନ୍ୟାୟ ବଢ଼ି ଚାଲିଛି। କୌଣସି ନାରୀ ଆଉ ସମାଜ ରେ ସୁରକ୍ଷିତ ନାହାନ୍ତି।ତେବେ ଯଦି ଆପଣ ଙ୍କ ନଜର ରେ ଏହିପରି କିଛି ଘଟଣା ଆସୁଛି ତେବେ ଶୀଘ୍ର ଏହାକୁ ନିକଷ୍ଠତ ପୋଲିସ୍ ଷ୍ଟେସନ ରେ ଜଣାନ୍ତୁ ।

ଏମାନଙ୍କୁ ଥଇଥାନ ପାଇଁ ସମସ୍ତେ ମିଳି ମିଶି ହାତ ବଢ଼ାଇବା ଆବଶ୍ୟକ । ଏହା ସହିତ ପ୍ରଶାସନ ଏହି ଘଟଣା ପ୍ରତି ଦୃଷ୍ଟି ପକାଇବା ନିହାତି ଆବଶ୍ୟକ । ତେବେ ଏହି ପରି ଘଟଣା ପାଇଁ ଆପଣ ବି ନିଜର ସ୍ୱର୍ ଉଠାନ୍ତୁ । ଯେମିତି ଏହି ପରି ଅସାମାଜିକ ଯୁବକ ମାନଙ୍କ ପାଇଁ କୌଣସି ବି ନାରୀ ଅସୁବିଧା ରେ ନ ପଡେ । ତେଣିକି ସେ ସାଧାରଣ କିମ୍ବା ମାନସିକ ଭାରସାମ୍ୟ ହରାଇ ଥିବା ମହିଳା ହେଉ ନା କାହିଁକି। ସମାଜ ରେ ସମସ୍ତ ଙ୍କ ର ବଞ୍ଚିବାର ସମାନ ଅଧିକାର ରହିଛି। ମହିଳା ମାନଙ୍କ ପ୍ରତି ହେଉ ଥିବା ଅନ୍ୟାୟ କୁ ମିଳିତ ଭାବେ ରୋକିବା ପାଇଁ ଚେଷ୍ଟା କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।