ଦେଖନ୍ତୁ ଭିଡ଼ିଓ । ହେ ପ୍ରଭୁ ! ଜିଅନ୍ତା ମାଟିତଳେ ପୋତି ହୋଇଗଲେ ମହିଳା । ଦେଖିବା ପାଇଁ ଲୋକ ଙ୍କ ଭିଡ… ଭିଡ଼ିଓ ଟିକୁ ୮୦ ଲକ୍ଷ ଲୋକ ସେୟାର କରି ସାରିଲେଣି….

୨୦୨୦ ଶେଷ ବେଳକୁ ଆହୁରି ଉତୁପାତ ହେଉଛି ।ଯାହା ଚିନ୍ତା ବାହାରେ ସେପରି ଘଟଣା ଆଜିବି ଘଟି ଚାଲିଛି। ଆଜି ଏମିତି ଏକ ଘଟଣା ଘଟି ଯାଇଛି ଯାହା ଶୁଣି ଆପଣ ଦୁଇ ଦିନ ଯାଏଁ ସୋଇ ପାରିବେ ନାହିଁ। ଚଳିତ ବର୍ଷ ଅକାଳ ମୃତ୍ୟୁ ଛାଇ ହୋଇ ସାଙ୍ଗରେ ସାଙ୍ଗରେ ଚାଲିଛି। କଳ୍ପନା ବାହାରେ ଥିବା ଘଟଣା ସାମ୍ନା କୁ ଆସୁଛି । ରାମାୟଣ ଯୁଗ ରେ ଭୂମି ଫାଟି ସେଥିରେ ପୋତି ହୋଇ ଥିଲେ ମା ସୀତା ।ଆଜି ସେମିତି ଘଟଣା ଘଟି ଯାଇଛି ମାଟି ଫାଟି ଯାଇଛି ଓ ସେଥିରେ ଦବି ଯାଇଛନ୍ତି ମହିଳା ଜଣଙ୍କ।

ଭଗବାନ ରାମ ସୀତା ମାତା ଙ୍କ ପରୀକ୍ଷା ନେବା ପରେ ଧରିତ୍ରୀ ଭିତରେ ପଶି ଯାଇଥିଲେ ମାତା ସୀତା। ବାସ୍ତବିକ୍ ଚିତ୍ର ନା କେବେ ଆପଣ ଦେଖିଛନ୍ତି ନା ଏହାର ପ୍ରମାଣ ଆପଣ ଙ୍କ ହାତରେ ଲାଗିଛି ।

ହେଲେ ଏଭଳି ଏକ ଅଦଭୁଦ ଘଟଣା ଝାଡ଼ଖଣ୍ଡ ର ଧାନବାଦ ରେ ଘଟି ଯାଇଛି । ଜଣେ ମହିଳା ହଠାତ୍ ମାଟି ଫାଟି ଯାଇଥିବାରୁ ସେଥିରେ ପଶି ଯାଇଛନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇ ଯାଇଛି । ସକାଳୁ ସକାଳୁ ଶୌଚ ପାଇଁ ମହିଳା ଜଣଙ୍କ ଯାଇଥିଲେ ରାସ୍ତା ରେ ହଠାତ୍ ଜୋର୍ ଶବ୍ଦ ହେଲା ଆଉ ମହିଳା ଙ୍କ ପାଦ ତଳ ମାଟି ଫାଟି ଆଁ କଲା ଆଉ ସେହି ଆଁ ରେ ପଶିଗଲେ ମହିଳା ଜଣଙ୍କ।

ଝଡିଆ ଅଞ୍ଚଳ ର ବସ୍ତାକୁଲା ରେ ଏହି ଘଟଣା ଘଟିଛି। ହଠାତ୍ ମାଟି ଫାଟିଲା ଆଉ ମାଟି ଭିତରେ ୪୫ ବର୍ଷୀୟ କଲ୍ୟାଣୀ ଦେବୀ ପଶିଗଲେ । ଏହା ପରେ ସେଠାରୁ ଧୂଆଁ ବାହାରିଲା କୁହା ଯାଉଛି ଏହା ଏକ ପ୍ରକାର ବିଷାକ୍ତ ଗ୍ୟାସ। କୁହା ଯାଉଛି ଏହି ଅଞ୍ଚଳ ରେ ଆଗକୁ ବଡ଼ ଧରଣ ର ବିସ୍ଫୋରଣ ଘଟି ପାରେ। ବିଷାକ୍ତ ଗ୍ୟାସ ରେ ଆହୁରି ଅନେକ ଜଣଙ୍କ ଜୀବନ ଯିବାର ସମ୍ଭାବନା ରହିଛି।

ମହିଳା ଙ୍କୁ କ୍ରେନ୍ ଓ ରସି ଦ୍ଵାରା ବାହାର କରିବା ପାଇଁ ବହୁତ୍ ଚେଷ୍ଟା କରା ଯାଇଥିଲା କିନ୍ତୁ ପ୍ରଥମେ ତାଙ୍କୁ ବାହାର କରି ହେଲା ନାହିଁ । ଘଟଣା ସ୍ଥଳରେ ଲୋକ ମାନେ ରାସ୍ତା ରୋକ କଲେ ଓ କ୍ଷତି ପୂରଣ ଦାବି କଲେ। କ୍ଷତି ପୂରଣ ବାବଦ କୁ ମହିଳା ଙ୍କ ଦୁଇ ପୁଅ କୁ ୨ ଲକ୍ଷ ଲେଖାଏଁ ଟଙ୍କା ଦିଆ ଯିବ ବୋଲି ପ୍ରତିଶ୍ରୁତି ମିଳିଲା ଓ ପିଲାଙ୍କ ପାଠ ପଢ଼ା ଦାୟିତ୍ଵ ମଧ୍ୟ ସରକାର ନେଲେ ।

ଏହା ପରେ ମହିଳା ଙ୍କୁ ବାହାର କରାଗଲା କିନ୍ତୁ ସେତେବେଳକୁ କିଛି ନଥିଲା । ମହିଳା ଙ୍କ ଅନ୍ତିମ ସଂସ୍କାର ପାଇଁ ୫୦ ହଜାର ଟଙ୍କା ର ପ୍ରତିଶୃତି ଦେଇଛି ପ୍ରଶାସନ । ଏହା ପରେ ଲୋକ ମାନେ ରାସ୍ତା ରୋକ ହଟାଇଲେ । ଦେଖି ଥିବା ଲୋକ ମାନଙ୍କ କହିବା ଅନୁସାରେ ଯେଉଁ ସମୟ ରେ ମହିଳା ମାଟି ତଳେ ପଶି ଗଲେ ସେହି ସମୟରେ ଚିତ୍କାର କରୁଥିଲେ କିନ୍ତୁ କିଛି ସମୟ ପରେ ତାଙ୍କର ଚିତ୍କାର ଶୁଭି ନଥିଲା ଆଉ ତାଙ୍କର ମୃତ୍ୟୁ ଦେହ ଉଧାର କରାଗଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।