ଦେଖନ୍ତୁ ଭିଡ଼ିଓ – ହେ ପ୍ରଭୁ ! ଛୋଟ ହାତୀ ଛୁଆଟିକୁ ନେଉ ନାହାନ୍ତି ହାତୀ ପଲ, ଭିଡ଼ିଓ ଟି ଦେଖିଲେ ଆଖିରୁ ଲୁହ ଆସିଯିବ….
ବ୍ରହ୍ମପୁର ଉପକଣ୍ଠ ସୁନପୁର ରୁ ଉଦ୍ଧାର ହୋଇଥିବା ହାତୀ ଛୁଆ କୁ ଢେଙ୍କାନାଳ ର କପିଳାସ ଜଙ୍ଗଲ କୁ ପଠାଇ ଦିଅ ଯାଇଛି ।ଆଜି ତମନା ନର୍ସରୀ ରୁ ବନବିଭାଗ ଅଧିକାରୀ ତାଙ୍କୁ ଏକ ଗାଡି ରେ ନେଇ କପିଳାସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେଠାରେ ଜଙ୍ଗଲ ରେ ପ୍ରାକୃତିକ ଆବାସ ସ୍ଥଳୀ ରେ ହାତୀ ଛୁଆ ଟିକୁ ଛଡ଼ା ଯିବ । ବ୍ରହ୍ମପୁର ରୁ ଢେଙ୍କାନାଳ ପାଖାପାଖି ୩୦୦ କିମି ହୋଇଥିବା ବେଳେ ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିଛି ବନ ବିଭାଗ। ଗାଡି ରେ ହାତୀ ଛୁଆ ପାଇଁ ଖାଇବା ଓ ଔଷଧ ମଧ୍ୟ ନିଆ ଯାଇଛି। ଢମଣା ନର୍ସରୀ ରୁ ବିଦା ହେବା ବେଳେ ସୃଷ୍ଟି ହୋଉଥିଲା ଭାବ ବିହୋଳ ପରିବେଶ ।
ମା ଛାଡ଼ି ଅନାଥ ହୋଇଥିବା ଏହି ହାତୀ ଛୁଆ ର ମାତ୍ରା ଦୁଇ ଦିନ ଯତ୍ନ ନେବା ପରେ ବନ ବିଭାଗ କର୍ମଚାରୀ ମାନେ ତକୁ ନିଜର କରି ନେଇଥିଲେ । ହାତୀ ଛୁଆ ଟି ମଧ୍ୟ ସେମାନଙ୍କ ସହିତ ମିଶି ଯାଇଥିଲା । ଘଟାଙ୍କୁ ଘଣ୍ଟା ତାକୁ ଖାଇବା କୁ ଦେବା ସହିତ ତାର ଯତ୍ନ ନେଉଥିଲେ ଏହି କର୍ମଚାରୀ ମାନେ ।
ଯେତେବେଳେ ଏହି ହାତୀ ଛୁଆଟିକୁ ଗାଡି ଉପରକୁ ଚଢାଇ ଦିଆ ଯାଇଥିଲା ଏହି ବନ ବିଭାଗ କର୍ମଚାରୀ ମାନେ ନିଜର କୋହ ସମ୍ଭାଳି ପାରି ନଥିଲେ। ସେମାନଙ୍କ ଆଖିରେ ଲୁହ ଚାଲି ଆସିଥିଲା। ହାତୀ ଛୁଆ ଏଠାରୁ ଚାଲି ଯିବା ପରେ ମଧ୍ୟ ସ୍ଥାନୀୟ ଲୋକ ମାନେ ଦୁଃଖ ପ୍ରକାଶ କରିଥିଲେ। ଦୁଇ ଦିନ ଏହି ହାତୀ ଛୁଆ ର ସେବା କରିଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ସାହୁ କହିଛନ୍ତି ଯେ ହାତୀ ଛୁଆ ଟି ଆସିବା ବେଳେ ତା ଦେହ ରେ କ୍ଷତ ଥିଲା କିନ୍ତୁ ଚିକିତ୍ସା ପରେ ସେ ସମ୍ପୂର୍ଣ ସୁସ୍ଥ ହୋଇ ଯାଇଥିଲା ।
ଭୋକ କରିଲେ ସେ ରଡ଼ି ଛାଡ଼ୁ ଥିଲା । ସେ ରଡ଼ି ଛାଡ଼ିଲେ ମୁ ତାକୁ ଖାଇବାକୁ ଦିଏ ଦୁଇ ଦିନ ଭିତରେ ସେ ମୋର ନିଜ ଛୁଆ ପରି ହୋଇ ଯାଇଥିଲା । ମତେ ଜମାରୁ ପାଖରୁ ଛାଡ଼ୁ ନଥିଲା ଆଉ ମୋ ପାଖରେ ଗେଲ ହେଉ ଥିଲା।ସେ ଏଠାରୁ ପଳାଇ ଯିବା ପରେ ଆମକୁ ଭାରି କଷ୍ଟ ଲାଗୁଚି । ସୂଚନା ଯୋଗ୍ୟ ଯେ ଗତ କାଲି ପାଣି ରେ ଗାଧୋଇବାର ମଜା ନେଉଥିବା ବେଳେ ଏହି ହାତୀ ଛୁଆ ଟି ଭାସି ଯାଉଥିବା ବେଳେ ଏହି ଛୁଆ କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଥିଲେ ।
ଏହା ପରେ ବନବିଭାଗ କର୍ମଚାରୀ ମାନେ ହାତୀ ଛୁଆ ଟିକୁ ତା ଦଳକୁ ପୁଣି ଫେରାଇ ଦେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଗୋଠ ଛଡ଼ା ହୋଇଥିବା ଏହି ହାତୀ ଛୁଆ ଟିକୁ ଦନ୍ତା ଆଉ ଗ୍ରହଣ କରି ନଥିଲା । ହାତୀ ଛୁଆ ଟି ଯେତେ ଦଳ ରେ ମିଶିବା ପାଇଁ ଚେଷ୍ଟା କରୁଥିଲା ଦନ୍ତା ତାକୁ ଶୁଣ୍ଢ ରେ ଘୋଉଦାଇ ଦେଉଥିଲା । ଏହା ପରେ ବନବିଭାଗ କର୍ମଚାରୀ ମାନେ ହାତୀ ଛୁଆ ଟିକୁ ଉଦ୍ଧାର କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।