ଦେଖନ୍ତୁ ଭିଡ଼ିଓ ! ବିଷଧର ନାଗସାପ କିପରି କାଳ ହୋଇ ବସି ରହିଛି ଦ୍ୱାର ମୁହଁରେ, ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

ଆପଣ ପୃଥିବୀରେ ଅନେକ ବିଶାଳକାୟ ଜୀବ ରହିଥିବାର ଜାଣିଥିବେ। କାରଣ ବିଶାଳକାୟ ଜୀବ ଏବେବି କିଛି ମାତ୍ରାରେ ଦେଖା ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ସାପ ଅନ୍ୟତମ।ପ୍ରାୟ ସମସ୍ତଙ୍କୁ ସାପ ନାମ ଶୁଣିଲେ ଭୟ ଲାଗିଥାଏ।ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ।

ସେମାନଙ୍କ ମଧ୍ୟରୁ ସାପ ଏକ ଏଭଳି ଜୀବ ଯିଏକି ମଣିଷକୁ ଭୟଭୀତ କରି ଦେଇଥାଏ। ଆମ ପୃଥିବୀରେ ଅନେକ କିସମ ର ସାପ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ସାପ ମାନଙ୍କୁ ଚିହ୍ନିବା ଓ ଜାଣିବା ଆଜି ମଧ୍ୟ ସମ୍ଭବ ହୋଇପାରି ନାହିଁ।

କିନ୍ତୁ କିଛି ସାପ ପ୍ରାୟତଃ ବହୁଳ ଭାବରେ ଦେଖା ଯାଆନ୍ତି ଏବଂ ଏହା ସାଧାରଣ ଜନବସତି ମାନଙ୍କରେ ଦୃଷ୍ଟି ଗୋଚର ହୋଇଥାଏ। ସେମିତି ନାଗ ସାପ ଏବଂ ଗୋଖର ସାପ ଇତ୍ୟାଦି।କିନ୍ତୁ ଅାନାକୋଣ୍ଡା ଓ ଅଜଗର ସେମାନଙ୍କର ବିଶାଳକାୟ ଶରୀର ପାଇଁ ପରିଚିତ ଅଟନ୍ତି। ଆଉ କିଛି ବିଷଧର ସାପ ମଧ୍ୟ ରହିଛନ୍ତି ଯେଉଁମାନେ ମଣିଷକୁ ନିମିଷକରେ ଶେଷ କରି ଦେଇଥାନ୍ତି।

ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସାପ ସମ୍ବନ୍ଧୀୟ ଏକ ଭିଡିଓ କୁ ଦେଖିବା ଯେଉଁଠି ଏକ ବିଷଧର ସାପକୁ କିଭଳି ଭାବରେ ଜଣେ ସାପ ଧରାଳି ଆୟତ୍ତ କରି ତାଙ୍କୁ କବଜାକୁ ନେଇ ଡବାରେ ପୁରାଉଛନ୍ତି ତାହା ଦେଖିବା।ଏହି ଘଟଣା ଟି ହେଉଛି ଜନପୁର ସହର ନିକଟସ୍ଥ ୧୬ କିମି ଦୂରରେ ଥିବା ବୋବରାଖାଁ ର। ବର୍ଷା ଦିନରେ ପ୍ରାୟତଃ ସାପମାନେ ଘରେ ପଶି ଯାଇଥାନ୍ତି। କେତେବେଳେ ଭୋଜନ ସନ୍ଧାନରେ ତ ପୁଣି କେତେବେଳେ ଲୁଚି ରହିବା ପାଇଁ।

ବର୍ଷା କାରଣରୁ ବିଲରେ ପାଣି ଜମିବା ଫଳରେ ଏହି ସାପ ଗୁଡ଼ିକ ଘର ଭିତରେ ପଶି ଯାଇଥାନ୍ତି।ତେବେ ଏଠାରେ ମଧ୍ୟ ଏହି ଭିଡିଓ ରେ ଏକ ନାଗ ସାପ ଘର ଭିତରକୁ ପଶି ଆସିବା କାରଣରୁ ଲୋକେ ସାପ ଧରାଳି କୁ ଡାକିଥିଲେ ଏବଂ ସେ ପହଞ୍ଚି ଏହାକୁ ତାଙ୍କର କୌଶଳ କ୍ରମେ ଧରିବାରେ ସଫଳ ହୋଇଥିଲେ।

ଆପଣ ଦେଖୁଛନ୍ତି ଏହି ସାପଟି ମୂଷା ଖାଇ ଥିବାର ତା ପେଟରୁ ଜଣା ଯାଉଛି ବୋଲି ସାପ ଧରାଳି ଜଣଙ୍କ କହୁଛନ୍ତି। ତାକୁ କିପରି ଭାବରେ କୌଣସି ଆଘାତ ନଦେଇ ସେ ଧରିବା ପରେ ଶେଷରେ ଏକ ବଡ଼ ଡବା ରେ ପୁରାଉଛନ୍ତି। ଏବଂ ସାପ କିପରି ଭଲ ଭାବରେ ନିଃଶ୍ୱାସ ପ୍ରସ୍ଵାସ କରି ପାରିବ ସେଥିପାଇଁ ସେ ଡବାରେ ଚଣା ମଧ୍ୟ କରୁଛନ୍ତି। ଶେଷରେ ସାପ ଧରାଳି ଜଣଙ୍କ ଏତିକି କହିଛନ୍ତି ଯେ ସାପକୁ ନମାରି ମାନବିକତା ର ପରିଚୟ ଦେଇ ଜୀବକୁ ବଞ୍ଚାନ୍ତୁ।

କାରଣ ସାପଟି ମଧ୍ୟ ବିନା କାରଣରେ କାହାକୁ ମାରି ନଥାଏ।ସେ ଆଘାତ ପାଇଲେ ହିଁ ଦଂଶନ କରେ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।