ଦେଖନ୍ତୁ ଭିଡିଓ – ଅରୁଣ ବୋଥ୍ରା ଙ୍କ ଅଡିଓ କଲ ଶୁଣନ୍ତୁ ୫ ମାସ ପରେ ମହାଖୁଲାସା ପରିକୁ ନ୍ୟାୟ ପାଇଁ ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ

ନାବାଳିକା ପରୀ ହତ୍ୟା ମାମଲାରେ ତେଜୁଛି ରାଜନୀତି ର ବାତାବରଣ।ଜାତୀୟ ସ୍ତରକୁ ଗଲାଣି ନୟାଗଡ଼ ନାବାଳିକା ହତ୍ୟା ମାମଲା। ଏହି ଘଟଣାରେ ନୟାଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ମଧ୍ୟ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମନ କରିଛି।ଉଭୟ କଂଗ୍ରେସ ଓ ବିଜେପି ମୃତ ନାବାଳିକାର ପରିବାରକୁ ଭେଟିଛନ୍ତି। ମୃତ ନାବାଳିକାର ପରିବାରକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି କହିଛି କଂଗ୍ରେସ।

ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣିଥିବା ବିଜେପି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ଦାବି କରିଛି। ସେପଟେ ତଦନ୍ତ ଚାଲିଥିବା ବେଳେ ବିରୋଧୀ ରାଜନୀତି ନକରିବାକୁ କହିଛି ବିଜେଡ଼ି।

ଏପଟେ ଏହି ଘଟଣାର ସଠିକ ଏବଂ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର୍ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆଉ ଏତିକି ବେଳେ ଏହି SIT ଦଳର ତଦନ୍ତଭାର ତୁଲାଉଥିବା ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଙ୍କୁ ନେଇ ଉଠିଛି ବିବାଦ।

ଏକ ଯୁବକ ସହିତ ତାଙ୍କର ଫୋନ ରେ ବାର୍ତ୍ତାଳାପ ର କଲ୍ ରେକର୍ଡ଼ ଶୁଣିବା ପରେ ଆଉ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଏହାକୁ ନେଇ ଘେରିବାକୁ ଲାଗିଛନ୍ତି। ବିଭିନ୍ନ ମହଲରୁ ଏହି ବାର୍ତ୍ତା ଆସି ପହଞ୍ଚିଛି ଯେ ସରକାରଙ୍କ ଚାପରେ କାମ କରୁଥିବା ଏହି ଅଧିକାରୀ ଜଣଙ୍କ କିଭଳି ଭାବରେ ପରୀ କୁ ନ୍ୟାୟ ଦେଇ ପାରିବେ।

ଯେଉଁ ଅଧିକାରୀ ଏତେ ମାତ୍ରାରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସେ କିପରି ଏହି ଘଟଣାର ନିରପେକ୍ଷ ତଦନ୍ତ କରି ପାରିବେ ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ।ତେବେ ଏହି କଲ୍ ରେକର୍ଡ଼ ରେ ଏହା ଶୁଣିବାକୁ ମିଳୁଛି ଯେ ଯୁବକ ଜଣଙ୍କ ଅରୁଣ ବୋଥ୍ରା ଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଆପଣ ଓଡ଼ିଶା ସରକାରଙ୍କ ମୋ ସରକାର୍ ଠାରୁ ମଧ୍ୟ ବହୁତ୍ ଭଲ କାମ କରୁଛନ୍ତି।

ଆପଣ ମୋ ଜରୁରୀ ମେସେଜ ର ଉତ୍ତର ନଦେଇ କାହିକି ଅଦରକାରୀ ମେସେଜ ଗୁଡ଼ିକର ଉତ୍ତର ଦେଉଛନ୍ତି।ଏହାପରେ ଅରୁଣ ଯୁବକଙ୍କ ନମ୍ୱର୍ ମାଗିଛନ୍ତି ଏବଂ ଯୁବକ ମଧ୍ୟ ତାଙ୍କୁ ଦେଇଛନ୍ତି। ଏହାପରେ ସେ ଯୁବକ ଜଣଙ୍କୁ ଫୋନ୍ କରି ବହୁତ୍ ଗାଳି ଦେବା ସହିତ ସରକାରଙ୍କ ସହ ମୋର ଝଗଡ଼ା କରାଉଛ ବୋଲି ସେ ଯୁବକଙ୍କୁ କହିଛନ୍ତି ଏବଂ ତାଙ୍କୁ ଉଠାଇ ଆଣିବେ ବୋଲି ମଧ୍ୟ ଫୋନ୍ ରେ କହୁଛନ୍ତି।ଏହାପରେ ଯୁବକ ଜଣଙ୍କ ତାଙ୍କୁ କ୍ଷମା ମାଗୁଛନ୍ତି।

କିନ୍ତୁ ଏହି ଘଟଣା ପରେ ବିରୋଧୀ ଅରୁଣ ବୋଥ୍ରା ଙ୍କ ତଦନ୍ତ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି।ତେବେ ଏହି ଘଟଣାରେ ପୂର୍ବରୁ ବିଜେଡ଼ି କହିଛିି ନାବାଳିକାକୁ କୁଟାଖିଅ ନକରନ୍ତୁ। ଦୋହରାନୀତି ଆପଣାଉଛନ୍ତି ବିରୋଧୀ। ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ବେଳେ ବିରୋଧୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।