ଦେଖନ୍ତୁ ଭିଡ଼ିଓ ! ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ପୁରୀ ର ସମୁଦ୍ର କୂଳରେ ବୁଲୁଥିବାର ଭିଡ଼ିଓ ଭାଇରାଲ, ଏହି ଭିଡ଼ିଓ ଟିକୁ ୩୨ ଲକ୍ଷ ଲୋକ ଦେଖି ସାରିଲେଣି…

ପୁଣି ସାମ୍ନାକୁ ଆସିଲା ଜଲିଉଡ଼ ର ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଆଉ ଏକ ଭିଡ଼ିଓ, ଯାହା ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି। ବିଶେଷ କରି ରାଣୀ ପଣ୍ଡା ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ତିଭ ଥିବାର ଦେଖାଯାଏ। ଏମିତି ରେ ଏବେ ସେ ଓଡ଼ିଶାରେ ଜଣେ ଜଣା ଶୁଣା ଚେହେରା ପାଲଟି ଯାଇଛନ୍ତି। ରାଣୀ ପଣ୍ଡା, ଜଣେ ଏମିତି ବିବାଦୀୟ ଅଭିନେତ୍ରୀ ହୋଇ ପଡିଛନ୍ତି ।

ଏକି ସବୁବେଳେ ନିଜର ରୋକଠକ ଗୁଣ ପାଇଁ ବିବାଦ ରେ ରହିଥାନ୍ତି। ତାଙ୍କୁ କେହି କେହି ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ବୋଲି କହିଥାନ୍ତି।ରାଣୀ ପଣ୍ଡା ଙ୍କ ବିଷୟରେ ଅଳ୍ପେ ବହୁତେ ପ୍ରାୟତଃ ସମସ୍ତେ ଜାଣିଛନ୍ତି।

କାହିଁକି ନା ଅଭିନେତ୍ରୀ ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ କୁ ନେଇ ଜଡ଼ିତ ହୋଇ ରହିଥାନ୍ତି। ତାହା ତାଙ୍କର ରୋକ୍ ଠୋକ୍ ବାୟାନବାଜି ହେଉ କିମ୍ବା ତାଙ୍କର ବିବାଦୀୟ ମନ୍ତବ୍ୟ ହେଉ। ସମାଜ ସେବା, ଲୋକଙ୍କ ପାଇଁ କାମ କରିବାର ଝଲକ ମଧ୍ୟ ଆମେ ଅନେକ ସମୟରେ ତାଙ୍କ ନିକଟରେ ଦେଖିବାକୁ ପାଇଛୁ।ଯେଉଁ କାରଣରୁ ଆପଣ ମାନେ ଭିନ୍ନ ସମୟରେ ରାଣୀ ଙ୍କୁ ସବୁବେଳେ ଦୁଇଟି ରୂପରେ ଦେଖିଛନ୍ତି। ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଉଗ୍ର ରୂପ ଆଉ ଅନ୍ୟ ଟି ହେଉଛି ତାଙ୍କର ଲୋକଙ୍କ ପାଇଁ ସେବା ଓ ସହାୟତାର ହାତ ବଢ଼ାଇବା।

ତେବେ ଏହି ବହୁ ଚର୍ଚ୍ଚିତ ଅଭିନେତ୍ରୀ ଜଣଙ୍କ ତାଙ୍କ ବନ୍ଧୁ ପରିଜନଙ୍କ ସହ ମିଶି ବୁଲିବାକୁ ଯାଇ ଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ତାଙ୍କ ମାମୁଁ ମାଇଁ, ଭାଇ, ଭଉଣୀ ସହିତ ପୁରୀ ବୁଲିବାକୁ ଯାଇ ସେଠାରେ ଭିନ୍ନ ଭିନ୍ନ ସ୍ଥାନରେ ଅନେକ ମଜା ମସ୍ତି କରୁ ଥିବାର ଏବଂ ସମୟ ଅତି ବାହିତ କରୁଥିବାର ଦେଖିବାକୁ ମିଳିଛି।

ସେ ପ୍ରଥମେ ପୁରୀ ଯାଇ ଭଗବାନଙ୍କ ଆଶିର୍ବାଦ ଆଣିବା ସହିତ ବ୍ରାହ୍ମଣଙ୍କ ଠାରୁ ଆଶିର୍ବାଦ ଆଣିଥିଲେ। ମୁଣ୍ଡିଆ ମାରି ଆଶିର୍ବାଦ ଭିକ୍ଷା କରିଥିଲେ।ପରେ ସେ ପୁରୀରୁ ଫେରିବା ବାଟରେ ରାମଚଣ୍ଡୀ ପାଖରେ ଅଟକି ଥିଲେ।ଏବଂ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥିଲେ।

ଏହି ସମୟରେ ସେ ସମସ୍ତଙ୍କ ସହ ମିଶି କିଛି ଫଟୋ ମଧ୍ୟ ଉଠାଇଥିଲେ। ସେଠାକାର ଦୃଶ୍ୟ ଏବଂ ପ୍ରାକୃତିକ ଶୋଭା କୁ କ୍ୟାମେରା ରେ ରେକର୍ଡ କରିଥିଲେ ସେ। ଯାହା ଦେଖିବାକୁ ବହୁତ ସୁନ୍ଦର ଲାଗୁଥିଲା।ପରେ ସେ ତାଙ୍କ ମାମୁଁ, ମାଇଁ ଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ।ସେ ଏହି ସମୟରେ ବହୁତ୍ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଥିଲା।

ଏହିଭଳି ଭାବରେ ଏହି ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡିଆରେ ଅନେକ ଭିଡିଓ ବନାଇ ସେୟାର ଏବଂ ପୋଷ୍ଟ କରିବାର ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି।