ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ଉଦ୍ଧାର ସମୟରେ ଚିତାବାଘ ର ଭୟଙ୍କର ଆକ୍ରମଣ, ଭିଡ଼ିଓ ଟି ଦେଖିଲେ ଛାତି ଥରି ଉଠିବ…..

ଦିନକୁ ଦିନ ପୃଥିବୀରେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ହେଉଥିବାର ଆପଣ ମାନେ ଜାଣିଥିବେ । ତେବେ ଏହାର କାରଣ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । କାରଣ ହେଉଛି ପୃଥିବୀର ଅଧିକ ସଂଖ୍ୟକ ଗଛ କଟା ଯିବା କାରଣରୁ ଗ୍ଲୋବାଲ ୱାର୍ମିଙ୍ଗ ହେଉଛି ।

ସେହିପରି ବଛା କଟା କାରଣରୁ ଜଙ୍ଗଲ ନଷ୍ଟ ହେଉଛି ଏବଂ ଏହାଦ୍ୱାରା ବନ୍ୟଜନ୍ତୁ ଙ୍କ ଆଶ୍ରୟସ୍ଥଳୀ ନଷ୍ଟ ହେଉଛି । ଯେଉଁ କାରଣରୁ ବନ୍ୟଜନ୍ତୁ ଜଙ୍ଗଲ ମଧ୍ୟରୁ ବାହାରି ଆସି ମନୁଷ୍ୟ ରହୁଥିବା ସ୍ଥାନରେ କ୍ଷତି ଘଟାଉଛନ୍ତି ।ଆଜିକାଲି ଆପଣ ମାନେ ନିଶ୍ଚିତ ଭାବରେ ଖବର କାଗଜ କିମ୍ୱା ନ୍ୟୁଜ ଚ୍ୟାନେଲ ମାନଙ୍କରେ ଦେଖି ପାରୁଥିବେ ଯେ ଅନେକ ସ୍ଥାନରେ ଲୋକେ ବନ୍ୟଜନ୍ତୁ ଙ୍କ କାରଣରୁ ଆତଙ୍କିତ ହେଉଛନ୍ତି । ପୁଣି କୌଣସି ସ୍ଥାନରେ ବନ୍ୟଜନ୍ତୁ ଲୋକଙ୍କ ଜୀବନ ମଧ୍ୟ ନେଇଯାଉଛି ।

ଯାହାକି ଏବେକାର ସମୟରେ ଅଙ୍ଗେ ଲିଭାଇବା କଥା ଭଳି ହୋଇଛି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ । ତେଣୁ ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଇନ୍ଦୋର ର ପଲହାର ଠାରେ ଏକ ଭୟଙ୍କର ଘଟଣା ଘଟିଛି । ସେଠାରେ ଏକ ଚିତାବାଘ ମନୁଷ୍ୟ ରହୁଥିବା ସ୍ଥାନରେ ଆତଙ୍କ ଖେଳାଇଛି । ତେବେ କେବଳ ସେତିକି ନୁହେଁ କେତେ ଜଣ ଲୋକଙ୍କୁ ମଧ୍ୟ ଆକ୍ରମଣ କରିଛି । ତେବେ ଏହା କୁହାଯାଉଛି ଯେ ସେହି ଚିତା ବାଘଟି ପାଖ ଜଙ୍ଗଲରୁ ମନୁଷ୍ୟ ରହୁଥିବା ସ୍ଥାନକୁ ପଶି ଆସିଥିଲା ଏବଂ ପରେ ଏକ ଲୋକକୁ ଉଠାଇ ନେଇଥିଲେ । ଯାହାକି ଏକ ସିସିଟିଭିରେ ମଧ୍ୟ ରେକର୍ଡ଼ ହୋଇଛି ।

ତେବେ ଏପରି ଏକ ଘଟଣା ଘଟିବା ପରେ ଲୋକେ ଖୁବ ଭୟଭୀତ ହୋଇ ଯାଇଥିଲେ ଏବଂ ବନ୍ୟ ବିଭାଗ ଅଧିକାରୀ ଙ୍କୁ ଡକାଇଥିଲେ । ବନ୍ୟ ବିଭାଗ ଅଧିକାରୀ ମାନଙ୍କ ସହ କିଛି ସ୍ଥାନୀୟ ଲୋକେ ମଧ୍ୟ ବାଘକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେମାନେ ବାଘକୁ ଧରିବାକୁ ଏକ ବଡ଼ ଜାଲ ବିଛାଇ ଥିଲେ ।

ମାତ୍ର ଜାଲ ବିଛାଇବା ସମୟରେ ବାଘଟି ଜଣେ ବ୍ୟକ୍ତିଙ୍କ ଉପରକୁ ଡେଇଁଥିଲା ଏବଂ ତାକୁ ଆକ୍ରମଣ କରିଥିଲା । ପରେ ବାଘଟି କୁ ଲୋକେ ଧରିବାରେ ଅସମର୍ଥ ହୋଇଥିଲେ । ଅନେକ ସମୟ ଧରି ଲୋକେ ପ୍ରଚେଷ୍ଟା ଜାରି ରଖିଥିଲେ । ବାଘ ଦ୍ୱାରା ଅନେକ ଲୋକ ଆହତ ହୋଇଥିଲେ । କିଛି ଲୋକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମଧ୍ୟ ପହଞ୍ଚିଛନ୍ତି । କିନ୍ତୁ ବନ୍ୟ ବିଭାଗର ଅଧିକାରୀ ମାନେ ନିଜର ଅନେକ ପ୍ରଚେଷ୍ଟା ଦ୍ୱାରା ପରେ ବାଘ ଟିକୁ ଧରିବାକୁ ସମର୍ଥ ହୋଇଥିଲେ ।

ଯାହାଦ୍ୱାରା ଲୋକେ ଆଶ୍ୱାସନା ଅନୁଭବ କରିଥିଲେ । ତେବେ ଜଙ୍ଗଲ କ୍ଷୟ ହେବାରୁ ଲୋକଙ୍କୁ କେଉଁ ପ୍ରକାରର ସମସ୍ୟାରେ ରହିବାକୁ ପଡ଼ୁଛି ତାହା ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରୁଥିବେ । କିନ୍ତୁ ମନୁଷ୍ୟ ହିଁ କିପରି ଜଙ୍ଗଲ କ୍ଷୟ କରି ଚାଲିଛି ଯାହାଦ୍ୱାରା ସେ ନିଜେ ହିଁ ସମସ୍ୟାରେ ପଡ଼ୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।