ଦେଖନ୍ତୁ ଆଶ୍ଚର୍ଯ୍ୟ ଘଟଣା ! ଜନ୍ମ ନେଲେ ଗଜାନନ , ଗାଁ ରେ ଘଟୁଛି ଚମତ୍କାର,ଚାଲିଛି ପୂଜାର୍ଚ୍ଚନା ସୋସିଆଲ ମିଡିଆରେ ଏହି ପୁଅର ଫଟୋ ଭିଡ଼ିଓ କୁ ଲୋକେ ସେୟାର୍ କରୁଛନ୍ତି
ବର୍ତ୍ତମାନ କହିବାକୁ ଗଲେ ପ୍ରତ୍ୟେକ ନ୍ୟୁଜ ପେପର କିମ୍ବା ଅନ୍ୟାନ୍ୟ ନ୍ୟୁଜ ଚ୍ୟାନେଲ ମାନଙ୍କରେ ମଧ୍ୟ ଅନେକ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥାଏ । ତେବେ ସେଥିମଧ୍ୟରୁ ଦେଶ ଭିତରର ଘଟଣା ହେଉ କିମ୍ବା ଦେଶ ବାହାରର ଘଟଣା ହେଉ ।
ସେସବୁ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ କାରଣରୁ ଦ୍ରୁତ ବେଗରେ ଭାଇରଲ ହୋଇଯାଏ । ଆଜିକା ସମୟରେ ଗୋଟିଏ ସାଧରାଣ ଘଟଣା ମଧ୍ୟ ଭାଇରଲ ହେବାକୁ ଉଣା ଅଧିକେ ସମୟ ଲାଗି ନଥାଏ । ପୁଣି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ତ ଖୁବଶୀଘ୍ର ଭାଇରଲ ହେବା ଅତ୍ୟନ୍ତ ସହଜ ଅଟେ ।
ଆପଣ ମାନେ ଦେଖିଥିବେ ଯେ ଦୁନିଆରେ ଅନେକ ଲୋକ ଏପରି ଜନ୍ମ ହୋଇଥାନ୍ତି ଯେଉଁମାନେ ଦେଖିବାକୁ ଅନ୍ୟ ମାନଙ୍କ ଭଳି ସ୍ୱାଭାବିକ ହୋଇ ନଥାନ୍ତି । କିଛି ଦେଖିବାକୁ ଖୁବ ଭୟଙ୍କର ହୋଇଥାନ୍ତି ଆଉ କିଛି ଅଜବ ମଧ୍ୟ ହୋଇଥାନ୍ତି । ଆଉ କିଛି ମନୁଷ୍ୟ ଏପରି ଦେଖା ଯାଇଛି ଯାହାକୁ ଦେଖି ଲୋକେ ଏଲିଏନ ଓ ଭଗବାନ ଙ୍କ ରୂପ ବୋଲି ମଧ୍ୟ କହି ଦେଇଥାନ୍ତି ।
ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଅନ୍ୟ ଜଣେ ଛୋଟ ପିଲା ବିଷୟରେ କହିବୁ ଯାହାଙ୍କୁ ଲୋକେ ଗଜାନନ ବୋଲି କହି ପୂଜା କରି ଆସୁଛନ୍ତି ଏବଂ ମାନସିକ ମଧ୍ୟ କରି ଆସୁଛନ୍ତି । ତେବେ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
ତେବେ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ପଞ୍ଜାବ ର ଜଳନ୍ଧରରେ ଦେଖା ଯାଇଛି । ତେବେ ସେଠାରେ ୨୦୧୦ ମସିହାରେ ଏକ ପରିବାରରେ ଜଣେ ଶିଶୁ ଜନ୍ମ ନେଇଥିଲେ । ଯାହାଙ୍କୁ ଦେଖିବାକୁ ଆଦୋୖ ସାଧାରଣ ନଥିଲା । ତାଙ୍କ ମୁଣ୍ଡ ଶରୀର ଠାରୁ ଖୁବ ବଡ଼ ଥିଲା । ଆଖି ଦୁଇଟି ଟଣା ଟଣା ଥିଲା । ସମ୍ପୂର୍ଣ୍ଣ ଭାବରେ ଗଣେଶ ଙ୍କ ଭଳି । ତେଣୁ ତାଙ୍କୁ ଦେଖି ଲୋକେ ମାନସିକ କରିବା ଆରମ୍ଭ କରିଦେଲେ । କିଛି ଲୋକ ପୂଜା ମଧ୍ୟ କରିଲେ ଏବଂ ନିଜର ଦୁଃଖ ଜଣାଇଲେ ।
ଲୋକମାନେ ତାଙ୍କ ନାମ ଗଜାନନ ଦେଇଦେଲେ । କିଛି ଲୋକଙ୍କ କହିବା କଥା ଯେ ତାଙ୍କ ଆଶୀର୍ବାଦ ଦ୍ୱାରା ତାଙ୍କ ଘରକୁ ଖୁସି ଫେରି ଆସିଛି । ଡାକ୍ତର କହନ୍ତି ଯେ ଏହା ଏକ ରୋଗ ଯେଉଁଥିରେ ମଣିଷର ମୁଣ୍ଡ ତାର ଶରୀର ଠାରୁ ବଡ଼ ହୋଇଯାଏ । କିନ୍ତୁ ଗଜାନନ ଙ୍କ ବାପା କହନ୍ତି ଯେ ଏହା ଭଗବାନଙ୍କର ଏକ ବରଦାନ ଅଟେ । ତେଣୁ ତାଙ୍କ ପରିବାର ଲୋକେ ଏହି କାରଣରୁ ଖୁବ ଖୁସି ଅଛନ୍ତି ।
ଏମିତିକି ସେହି ଗ୍ରାମ ବ୍ୟତୀତ ଅନ୍ୟ ଗ୍ରାମ ଏବଂ ଦୂରରୁ ମଧ୍ୟ ଲୋକ ଗଜାନନଙ୍କ ଆଶୀର୍ବାଦ ପାଇବା ପାଇଁ ଏବଂ ନିଜର ମାନସିକ କରିବା ପାଇଁ ଆସନ୍ତି ଏବଂ ଗଜାନନ ସେମାନଙ୍କୁ ଆଶୀର୍ବାଦ ମଧ୍ୟ କରନ୍ତି । ଗଜାନନ ଙ୍କୁ ବର୍ତ୍ତମାନ ୧୦ ବର୍ଷ ଅଟେ । ତାଙ୍କର ଲକ୍ଷ ଯେ ସେ ବଡ଼ ହୋଇ ଆଧ୍ୟାତ୍ମିକ ଦିଗରେ ଅଧିକ ରିସର୍ଚ୍ଚ କରିବେ ବୋଲି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।