ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ – ଶ୍ରୀ ଜଗନ୍ନାଥ ଙ୍କ ଧାମ ବଡ ଦାଣ୍ଡରେ ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା, ଦେଖିବା ପାଇଁ ହଜାର ହଜାର ଲୋକ ଙ୍କ ଭିଡ….

ଆପଣମାନେ ଜାଣିଛନ୍ତି କିଛିଦିନ ତଳେ ପତିତପାବନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଖୋଲିବା ମାତ୍ରେ ନାଗା ସାଧୁ ଜଣଙ୍କ ବ୍ୟାକୁଳ ହୋଇ ସିଧା ୨୨ ପାହାଚ ଦେଇ ଦୌଡିବାକୁ ଲାଗିଥିଲେ।ସେ ମହାପ୍ରଭୁଙ୍କ ଦିବ୍ୟ ଅନୁଭବକୁ ଅନୁଭବ କରିବା ପାଇଁ କିପରି ବ୍ୟାକୁଳ ହୋଇ ପଡ଼ିଥିଲେ ତାହା ଆପଣ ଦେଖିଥିବେ। ଏ ବିଷୟରେ ସେ ନିଜେ ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ଏବେ ପୁଣି ସେ ପୁରୀ ଶ୍ରୀ ମନ୍ଦିର ସମ୍ମୁଖରେ ବଡ଼ ଦାଣ୍ଡରେ ଖୁଣ୍ଟି ଉପରେ ବସି ଭଗବାନ ଙ୍କ ସଙ୍କୀର୍ତ୍ତନ ସହିତ ଝୁମି ଯାଇଛନ୍ତି। ତାଙ୍କ ତଳେ ଶତାଧିକ ଭକ୍ତ ଘଣ୍ଟା ଘଣ୍ଟି ବଜାଇ ସଙ୍କୀର୍ତ୍ତନ କରୁଛନ୍ତି ଏବଂ ସେ ଖୁଣ୍ଟ ଉପରେ ଚଢ଼ି ସେଠାରେ ବସିଛନ୍ତି।

ତେବେ ଭଗବାନଙ୍କ ଏହି ଅପୂର୍ବ ଦର୍ଶନ ପରେ ଏକ ପ୍ରକାର ଭାବାବେଗ ସ୍ଥିତି ସୃଷ୍ଟି ହୋଇଛି। ନାଗା ସାଧୁଙ୍କ ଏହିପରି କାର୍ଯ୍ୟ ଏବେ ସମସ୍ତଙ୍କୁ ଆଚମ୍ବିତ କରିଛି। କିଛି ସମୟ ଖୁଣ୍ଟି ଉପରେ ଚଢ଼ି ସଙ୍କୀର୍ତ୍ତନ ର ତାଳରେ ଝୁମି ଯିବା ପରେ ସେ ସେଠାରୁ ଉଲ୍ହାଇ ଦୌଡ଼ିବାକୁ ଲାଗିଛନ୍ତି। ତାଙ୍କ ପଛରେ ଅନ୍ୟ ଭକ୍ତ ମାନେ ମଧ୍ୟ ଚାଲିଛନ୍ତି।

ତେବେ ଖୁଣ୍ଟି ଉପରେ ଚଢ଼ି ତାଙ୍କର ଏହି ଭକ୍ତିର କାର୍ଯ୍ୟ ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସବୁଆଡେ ନାଗା ସାଧୁ ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଯାହା ସୂଚନା ରହିଛି ମନ୍ଦିର ଖୋଲିବା ଦିନରୁ ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଥିବା ଲଙ୍ଗୁଳି ମଠରେ ବିଭିନ୍ନ ରାଜ୍ୟରୁ ଆସିଥିବା ନାଗା ସାଧୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ।

ସେମାନଙ୍କୁ ପୋଲିସ୍ ପ୍ରଶାସନ ମଧ୍ୟ ଅଟକିବା ପାଇଁ ଚେଷ୍ଟା କରିଥିଲେ। ଏହାସହ ମେଘନାଦ ପାଚେରୀକୁ ଲାଗି କରି ଥିବା ଧୂନୀ କୁଣ୍ଡରେ ପୂଜାର୍ଚ୍ଚନା କରିବାକୁ ଜିଦ ଧରିଥିଲେ ନାଗା ସାଧୁ ମାନେ।ତେବେ ଦୀର୍ଘ ୯ ମାସ ପରେ ଯେତେବେଳେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି ସେତେବେଳେ ଭକ୍ତ ମାନଙ୍କୁ ବା ଅଟକାଇବ କିଏ। କିନ୍ତୁ ଶ୍ରୀକ୍ଷେତ୍ର ଖୋଲିବା ପରେ ପ୍ରଥମେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିବା ପାଇଁ କୁହା ଯାଇଥିଲା। ତେବେ ଦୀର୍ଘ ମାସ ପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଭାବବିହ୍ଵଳ ହୋଇ ପଡିଛନ୍ତି ସଭିଏଁ।ମନ୍ଦିର ଖୋଲିବାର ଦିନଠାରୁ ୩ ଦିନ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବାର ବ୍ଯବସ୍ଥା କରା ଯାଇଥିଲା।

ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ କରା ଯାଇଛି। ପ୍ରଥମେ ସକାଳ ସମୟରେ ସିଂହଦ୍ୱାର ଫିଟିବା ପରେ ଆରମ୍ଭ ହୋଇଥିଲା ଭଗବାନଙ୍କ ଦର୍ଶନ। ମାର୍କେଟ ଛକରୁ ରାଜନଅର ଯାଏ ନିର୍ମାଣ ହୋଇଛି ଅସ୍ଥାୟୀ ବ୍ୟାରିକେଡ।ଏହି ବ୍ୟାରିକେଡ ଦେଇ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଯାଏଁ ଯାଉଛନ୍ତି।ଏବେ ଭକ୍ତ ମାନେ ଭଗବାନଙ୍କ ଦର୍ଶନ ପାଇ ଦିବ୍ୟ ଅନୁଭୂତି ପାଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।