ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ଟ୍ରାକ୍ଟର ଦ୍ୱାରା ବାହାର କରା ଯାଉଛି ମଇଁଷିଠୁ କ୍ଷୀର, ଭାଇରଲ ଭିଡିଓକୁ ସେୟାର କଲେ ନିଜେ ଆନନ୍ଦ ମହିନ୍ଦ୍ରା……

ସାମ୍ପ୍ରତିକ ମଣିଷ ସମାଜ ବର୍ତ୍ତମାନ ବିକାଶ ମୁଖୀ। ଆଜିର ଏହି ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଯଥେଷ୍ଟ ଉନ୍ନତି ଘଟିଛି। ସେଥିପାଇଁ ମଣିଷ ନିଜକୁ ଖୁବ୍ ସଭ୍ୟ ଶିକ୍ଷିତ ଓ ସଂସ୍କୃତି ସଂପନ୍ନ ମନେ କରୁଛି। ପୁନଶ୍ଚ ଗ୍ରହରୁ ଗ୍ରହାନ୍ତାର ଯାତ୍ରା ର ସାଫଲ୍ୟତା ମନରେ ସୃଷ୍ଟି କରୁଚି ଦୁର୍ଲଘ୍ୟ ପ୍ରାଚୀର ସମଗର୍ବ ଓ ଅହଂକାର। କିନ୍ତୁ ସୀମିତ ଜ୍ଞାନ ର ପ୍ରୟୋଗ କରି ଏବଂ ଅଧିକ ଅର୍ଥ ଖର୍ଚ୍ଚ ନକରି ମଧ୍ୟ କିଛି ବ୍ୟକ୍ତି ଆଜିର ଦୁନିଆରେ ଏମିତି କିଛି ଜିନିଷ ଉଦ୍ଭାବନ କରୁଛନ୍ତି ଯାହାର କଳ୍ପନା ବି ଆପଣ କରି ପାରିବେନି।

ଦୃଢ଼ ଇଚ୍ଛାଶକ୍ତି ଭାବରେ ଯେ ସବୁ କିଛି ହାର ମାନି ଥାଏ ତାହା ଆପଣଙ୍କୁ ବିଶ୍ୱାସ କରିବାକୁ ପଡ଼ିବ। ଆଜିର ଏହି ଲେଖାରେ ଆମେ ଆପଣଙ୍କୁ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ବିଷୟରେ କହିବୁ।

ସେଠାରୁ ଆପଣ ଅନ୍ଦାଜ ଲଗାଇ ପାରିବେ ଯେ ମଣିଷର ବୁଦ୍ଧି ଏବଂ କୌଶଳ ର କେମିତି ବିକାଶ ଘଟିଛି। ଆପଣ ଜାଣିଥିବେ ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ନିକଟରେ ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଶେୟାର କରିଥାନ୍ତି।ସେ ନିକଟରେ ଟ୍ରାକ୍ଟର ଜରିଆରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଫଟୋ ଶେୟାର କରିଛନ୍ତି। ଏବେ ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓ ରେ ଆପଣ ଦେଖିବେ ଯେ କିଭଳି ଭାବରେ କୌଶଳ କ୍ରମେ ଏହାକୁ ସମ୍ଭବ ପର କରା ଯାଇଛି। ଯେଉଁ ଭିଡିଓ ଟି ଏବେ ଅଧିକ ମାତ୍ରା ରେ ଆଦୃତ ହେବାରେ ଲାଗିଛି।ଏହି ଭିଡିଓ କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ଭିଡିଓ ଟି ବାସ୍ତବରେ ସତ ଏବଂ ଏହି ଭିଡିଓରେ କିଛି ଲୋକ ଟ୍ରାକ୍ଟର ସାହାଯ୍ୟରେ ମଇଁଷିଠାରୁ କ୍ଷୀର ବାହାର କରୁଥିବା ଦେଖା ଯାଇଛି। ଏହି ଭିଡିଓ କୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ଏକ ନିଆରା ଉପାୟ ଏବଂ କୌଶଳ ର ପ୍ରୟୋଗ। ସେହିଭଳି ଏହା ଦେଖି ଆନନ୍ଦ ମହିନ୍ଦ୍ରା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ସେ ଭିଡିଓକୁ ଶେୟାର କରି ସେ କହିଛନ୍ତି,ଗ୍ରାମୀଣ ଅଞ୍ଚଳରେ ଟ୍ରାକ୍ଟର କେମିତି ଅନେକ କାର୍ଯ୍ୟରେ ବ୍ୟବହାର ହୋଇ ପାରୁଛି। ଏହାର ଭିଡିଓ ମୋତେ ପଠାଇଛନ୍ତି। ଏହା ମୋ ପାଇଁ ନୂଆ। ଆପଣଙ୍କ ମଧ୍ୟରୁ ଅଣ-ଇଞ୍ଜିନିୟର କହିପାରିବେ କି ଏଥିରେ କ’ଣ ନୂଆ ରହିଛି।

ତେବେ ସୂଚନାଯୋଗ୍ୟ ଯେ, ଟ୍ରାକ୍ଟର ଏୟାର ସେକ୍ସନରୁ ଏକ ପାଇପ୍‌ କୁ କ୍ଷୀର ବାହାର କରିବା ମେଶିନ ସହ ଯୋଡା ଯାଇଛି। ଯାହା ଫଳରେ ଅତି ସହଜରେ କ୍ଷୀର ବାହାର କରାଯାଇ ପାରୁଛି। ଏହିଭଳି ଭାବରେ ଏହି ଉପାୟରେ ବିନା ଶ୍ରମରେ ମଣିଷର ଶ୍ରମ ବିନିଯୋଗ ନହୋଇ ମଧ୍ୟ କ୍ଷୀର ବାହାର କରିବାର ଏହି ଅଭିନବ ପଦ୍ଧତି କୁ ବିଭିନ୍ନ ମହଲରୁ ସ୍ବାଗତ ମଧ୍ୟ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।