ଦେଖନ୍ତୁ ଭିଡିଓ ! ଶୁଣନ୍ତୁ ମୁସଲମାନ ଭାଇଙ୍କ କଣ୍ଠରୁ ଶୁଣନ୍ତୁ ସୁନ୍ଦର ଜଗନ୍ନାଥ ଭଜନ ! ଦୟାକରି ଏହି ମୁସଲିମ୍ ଭାଈ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ଲେଖନ୍ତୁ ଜୟ ଜଗନ୍ନାଥ…
ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବେ , କାରଣ ଜଣେ ମୁସଲମାନ ହୋଇକରି ବହୁତ ସୁନ୍ଦର ଭାବରେ କିପରି ଜଗନ୍ନାଥଙ୍କର ଓଡିଆ ଭଜନକୁ ଟିକେ ବି ଭୁଲ ନକରି ବହୁତ ସୁନ୍ଦର ସ୍ୱରରେ ଏବଂ ତାଳରେ ଗାଇ ଚାଲିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହା ସହିତ ତାଙ୍କର ସେହି ଗୀତରେ ଜଗନ୍ନାଥଙ୍କ ପ୍ରତି ଥିବା ସ୍ନେହ , ଶ୍ରଦ୍ଧା ଏବଂ ଭକ୍ତି ସ୍ପଷ୍ଟ ରୂପରେ ତାଙ୍କର ସୁନ୍ଦର ସ୍ୱରରେ ଦେଖାଦେଇଛି ।
ଆପଣ ମାନେ ଜାଣନ୍ତି କି ଆମ ଦେଶରେ ଅନେକ ଧର୍ମର ଲୋକମାନେ ରହିଥାନ୍ତି , ତେବେ ସମସ୍ତ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା ଆମର କର୍ତ୍ତବ୍ୟ । କାରଣ ଧର୍ମ ଅଲଗା ହେଲେ ମଧ୍ୟ ଭଗବାନ ହେଉଛନ୍ତି ଏକ । ହିନ୍ଦୁ ମାନଙ୍କର ମନ୍ଦିର , ମୁସଲମାନ ମାନଙ୍କର ମସଜିଦ ଏବଂ ଖ୍ରୀଷ୍ଟିଆନ ମାନଙ୍କର ଚର୍ଚ୍ଚ ରହିଥିଲେ ମଧ୍ୟ ଭଗବାନ ହେଉଛନ୍ତି ଏକ ମାତ୍ର ରୂପ ଅଲଗା ଧାରଣ କରି ସେଠାରେ ବାସ କରିଥାନ୍ତି ।
ହିନ୍ଦୁ ମାନଙ୍କର ବେଦ ଶାସ୍ତ୍ରରେ ଯାହା ରହିଥାଏ ମୁସଲମାନ ମାନଙ୍କର କୋରାନରେ ମଧ୍ୟ ସେହି ନିୟମ ରହିଥାଏ ମାତ୍ର ତାହାକୁ ସମସ୍ତେ ବୁଝିପାରନ୍ତି ନାହିଁ ଧର୍ମକୁ ଅଲଗା କହିଥାନ୍ତି । ପ୍ରତ୍ୟେକ ଧର୍ମର ଲୋକମାନଙ୍କର ରକ୍ତକୁ ଦେଖି କେବେ କହିହେବ କି ସେ ହିନ୍ଦୁ କି ମୁସଲିମ ।
କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ଏକା ହୋଇଥାଏ ସମସ୍ତଙ୍କର ରକ୍ତ ଲାଲ ହୋଇଥିବ ହିନ୍ଦୁର ଧଳା କି ମୁସଲିମ ମାନଙ୍କର ହଳଦିଆ ତାହା କେବେବ ସମ୍ଭବ ନୁହେଁ । ମାତ୍ର ଆମର ସମାଜର ଲୋକମାନେ ଏହି ଧର୍ମକୁ ବାହାର କରିଛନ୍ତି ସେହି ଅନୁସାରେ ସମସ୍ତ ନିତି ନିୟମକୁ ମାନି କରି ଚାଲିଛନ୍ତି ।
ଅନେକ ସମୟରେ ଦେଖାଯାଏ କି ହିନ୍ଦୁ ଏବଂ ମୁସଲମାନ ମାନଙ୍କ ମଧ୍ୟରେ ଆନ୍ଦୋଳନ ହେବାର , ଏଥିପାଇଁ କେତେକ ଲୋକମାନେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି । ମାତ୍ର ସେମାନେ କେବେ ଭାବିପାରନ୍ତି ନାହିଁ କି ସେମାନେ କେବେ ବୁଝିପାରନ୍ତି ନାହିଁ କି ସେମାନେ ନିଜ ଲୋକଙ୍କ ସହିତ ଆନ୍ଦୋଳନ କରୁଛନ୍ତି । ମାତ୍ର ଏବେର ସମୟରେ ହିନ୍ଦୁ , ମୁସଲିମ ମଧ୍ୟରେ ସେତେ ଆନ୍ଦୋଳନ ଦେଖାଦିଏ ନାହିଁ ଏବେ ସମସ୍ତେ ଭାଇ ଭାଇ ପରି ରହିଥାନ୍ତି ।
କୌଣସି ଧର୍ମର ପରମ୍ପରା ରୀତିନୀତିର ଅନ୍ୟ ଧର୍ମ ଲୋକମାନେ ମଧ୍ୟ ଯୋଗ ଦେବାର ଦେଖାଯାଇଛି । ଭାରତ ପରି ଏକ ଧର୍ମାମ୍ବଲମ୍ବୀ ଦେଶରେ ସମସ୍ତେ ଭାଇ ଭାଇ ହୋଇ ରହିଲେ ଆମର କେହି ହେଲେ କ୍ଷତି କରିପାରିବ ନାହିଁ ।
ସୋସିଆଲ ମିଡିଆରେ ଏବେ ଯେଉଁ ମୁସଲମାନ ଭାଇଙ୍କର ଜଗନ୍ନାଥଙ୍କର ଓଜିଆ ଭଜନ ଗୀତ ଭାଇରାଲ ହେବାରେ ଲାଗିଛି ତାହା ମଧ୍ୟ ହିନ୍ଦୁ ଏବଂ ମୁସଲିମକୁ ଏକ କରିବାର ଏକ ରାହା ଯୋଗେଇଛି । ସମସ୍ତଙ୍କ ମଧ୍ୟରେ ଭାଇ ଭାଇ ଭାବର ଉତ୍ପନ୍ନ କରିବାର ରାସ୍ତା ଦେଖାଇଛି ।
ତାଙ୍କର ସେହି ଗୀତରୁ ଏପରି ଜଣାପଡୁଛି କି ସେ ଓଡିଶାର ସମସ୍ତ ସଂସ୍କୃତିକୁ ନିଜର ବୋଲି ଭାବିଛନ୍ତି ଏପରିକି ଜଗନ୍ନାଥଙ୍କୁ ନିଜର ପ୍ରଭୁ ବୋଲି ମାନିକରି ” ହଟିଆ ଠାକୁର ନାମେ କେତେ ନାଟ କରିବ ” ଏହି ସୁନ୍ଦର ଗୀତକୁ ଖୁସି ମନରେ ଗାନ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।