ଦେଖନ୍ତୁ EXCLUSIVE : ଅମାନିଆ ଡ୍ରାଇଭରଙ୍କୁ ଫୁଲ ମାଳ ସମ୍ବର୍ଦ୍ଧନା ଏହି ଭିଡିଓ ଦେଖିଲେ ଆପଣ ହସିବେ ନା କାନ୍ଦିବେ ନିଜେ ଜାଣିପାରିବେ ନାହିଁ
ପାଖାପାଖି ସକାଳ ୭ ଟା ପୂର୍ବରୁ ହିଁ ଯେଉଁ ଡ୍ରାଇଭର ଏକତା ମହାମଞ୍ଚ କୁହାଯାଉଛି, ତାର ସଦସ୍ୟ ମାନେ ଆସି ଏଠାରେ ଏକାଠି ହୋଇଥିଲେ ତୋମାଣ୍ଡ ରେ ଏବଂ ସେମାନଙ୍କୁ ତୋମାଣ୍ଡ ରେ ଧାରଣା ଦେବା ପାଇଁ ଅନୁମତି ମିଳିଥିଲା। ନିଜର ଦାବି ଦର୍ଶେଇବା ପାଇଁ ଯେଉଁ ସ୍ଥାନ ତାଙ୍କୁ ମିଳିଥିଲା ତୋମାଣ୍ଡ ଠାରେ NH ୧୬ ଠାରେ ସେମାନେ ତାଙ୍କର ଦାବି ଉପସ୍ଥାପନ କରିବା ପାଇଁ ଯେଉଁ ଗାଡ଼ି ଗୁଡ଼ିକ ଯାଉଥିଲେ ବହନ କଥା କୁହନ୍ତୁ,
ଆପାତକାଳୀନ ଗାଡ଼ି ଗୁଡ଼ିକୁ ଛାଡ଼ି ଯେଉଁ ଗାଡ଼ି ଗୁଡ଼ିକ ରହିଥିଲା ସେମାନଙ୍କୁ ଛାଡ଼ି ନଥିଲେ। ଆଉ ରାସ୍ତା କଡ଼ରେ ସେମାନଙ୍କୁ ଠିଆ ହେବା କହୁଥିଲେ। କାରଣ ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି ସେମାନଙ୍କୁ କୌଣସି ସୁଫଳ ମିଳି ପାରି ନଥିଲା।
ତାଙ୍କର ଯେଉଁ ଆଠ ଦଫା ଦାବି ରହିଥିଲା ଏବଂ ତାଙ୍କର ସେହି ଆଠ ଦଫା ଦାବି ବାରମ୍ବାର ସରକାରଙ୍କ ନିକଟରେ ଶୁଣାଣି କଲା ପରେ ବି ସେମାନଙ୍କୁ କୌଣସି ପ୍ରକାର ସୁଫଳ ମିଳି ପାରି ନଥିଲା। ଯେଉଁଥିପାଇଁ ସେମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଏହା ପୂର୍ବରୁ ମଧ୍ୟ ଆପଣମାନେ ଦେଖୁଥିବେ ଯେତେବେଳେ ଡ୍ରାଇଭର ମହାସଂଘ ନିଜର ଦାବି ଉପସ୍ଥାପନ କରିବା ପାଇଁ ଭୁବନେଶ୍ୱର ର ରାଜରାସ୍ତାରେ ଓହ୍ଲାଇଥିଲେ ଏବଂ ଲକ୍ଷ ଲକ୍ଷ ଡ୍ରାଇଭର ଏକାଠି ହୋଇଥିଲେ ଏବଂ କେଉଭଳି ଭାବରେ ସେମାନେ ରାସ୍ତା ରୋକ କରିଥିଲେ। ତେବେ ଚଳିତ ଥର ମଧ୍ୟ ଦେଖିବାଖୁ ପାଉଥିବେ କି ସରକାରଙ୍କ ସହ ଆଲୋଚନା କରିବା ସତ୍ତ୍ୱେ ବି ବିଫଳ ହେଉଛନ୍ତି ତାପରେ ନିର୍ଣୟ ନେଉଛନ୍ତି ଏଭଳି ରାସ୍ତା ଉପରେ ଧାରଣା ଦେବା।
ପୂର୍ବରୁ ଯେମିତି ସେମାନେ ଭୁବନେଶ୍ୱର ରେ ଆନ୍ଦୋଳନ କରିଥିଲେ କିନ୍ତୁ ଆଜି ସେମାନେ ଭୁବନେଶ୍ୱର ଛାଡ଼ି NH ୧୬ ଉପରେ ରାସ୍ତା ରୋକ କରିଛନ୍ତି। ଆଉ ଏମରଜେନ୍ସି ଗାଡ଼ି ମାନଙ୍କୁ ଛାଡ଼ୁଛନ୍ତି। ଆଉ ଶାନ୍ତି ଶୃଙ୍ଖଳା ର ସହିତ ସେମାନେ ଏହି ଆନ୍ଦୋଳନ କରୁଛନ୍ତି ବୋଲି ଡ୍ରାଇଭର ମହାସଂଘ ର ଜଣେ ଡ୍ରାଇଭର କହିଛନ୍ତି। ଆଉ ଭିଡିଓ ରେ ଦେଖିବା ପାଇଁ ମିଳିଛି ଯେଉଁ ଡ୍ରାଇଭର ଭାଇ ମାନେ ଏହି ଆନ୍ଦୋଳନ ରେ ଯୋଗ ନଦେଇ ଗାଡ଼ି ଚଳାଉଛନ୍ତି ସେମାନଙ୍କୁ ସଂଘରେ ବସିଥିବା ଡ୍ରାଇଭର ମାନେ ଅଟକାଇ ଫୁଲମାଳ ପିନ୍ଧାଉଛନ୍ତି। ଆଉ ତାପରେ ସେମାନଙ୍କୁ ଛାଡ଼ୁଛନ୍ତି।