ପ୍ରେମ କରି ବାହା ହେଲା ,5ମାସର ଗର୍ଭବତୀ କଲା I ଏବେ ଚାରିଆଡେ ବୁଲିବୁଲି ଖୋଜୁଛି ସ୍ତ୍ରୀ,କେବେ ଫେରିବେ ସୌମ୍ୟ

ନାରୀ ଆମ ଭଗବାନଙ୍କ ସୃଷ୍ଟିର ଏମିତି ଏକ ଅଭିନ୍ନ ଅଂଶ ଯାହା ବିନା ଏହି ଜଗତର କଳ୍ପନା କରିବା ସମ୍ଭବ ନୁହେଁ ।ତେବେ ଆଜିର ଏହି ଆଧୁନିକ ଯୁଗରେ ସେହି ନାହିଁ କେମିତି ଯେମିତି ପରିସ୍ଥିତି ଓ ଦୁର୍ଦ୍ଦଶାର ଶିକାର ହେଉଛି ତା କାହାକି ଅଛପା ନାହିଁ ।ପୁରୁଷ ପ୍ରଧାନ ସମାଜରେ ନାରୀ ଆଜି ନିଜର ଅସ୍ତିତ୍ଵ କୁ କୋଉଠି ହଜେଇ ଦେଇଛି,ଆଉ ଆଜି ସେହି ପୁରୁଷର ମିଛ ପ୍ରେମ,ଛଳନା ଓ ପ୍ରତାରଣା ର ଶିକାର ହେଇ ବାଧ୍ୟ ହେଇଚି ରାଜ ରାସ୍ତା କୁ ଆସିବା ପାଇଁ ।ତେବେ ଆଜିର ଦୁନିଆରେ ଭଲପାଇବା ର ଅର୍ଥ ମନର ମିଳନ ନୁହେଁ ଶାରୀରିକ ସୁଖ ପାଲଟି ଯାଇଛି ।

ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଇଥିବା ଏକ ଭିଡ଼ିଓ ଯାହାକୁ ନେଇ ଏବେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଥିବା କୁହାଯାଇଛି |

ତେବେ ଆପଣ ମାନେ ତ ଜାଣିଥିବେ କି ଆଜି କାଲି ପ୍ରେମ ସମ୍ପର୍କ ଆଉ ତାହାକୁ ନେଇକି ଗର୍ଭବତୀ ହେବା ଗୋଟିଏ ସାଧାରଣ ଘଟଣା ହୋଇ ଗଲାଣି ଆଜିର ସମାଜରେ |ତେବେ କୁହାଯାଏ ପ୍ରେମ ଯିଏ କରିଛି ସେ ଏକା ଜାଣିଛି ପ୍ରେମ ମୂଲ୍ୟ କଣ କିନ୍ତୁ ଏହି ପ୍ରେମ ଯେ କେତେ ବେଳେ କାହା ପାଇଁ ଅଭିଶାପ ପାଲଟି ଯାଏ ତାହା ଆଜିର ସମାଜ ଆମକୁ ସବୁ ବେଳେ ଶିଖାଇ ଚାଲି ଥିଲେ ମଧ୍ୟ ତାକୁ କେହି ଗ୍ରହଣ କରିବା ପାଇଁ ରାଜି ନୁହଁନ୍ତି ଯାହା ପାଇଁ ସବୁବେଳେ ନାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ମଧ୍ୟ ସେହିପରି ଗୋଟିଏ ଘଟଣା ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ପେଟରେ ଅଛି 5ମାସର ଛୁଆ ଆଫ ଗର୍ଭବତୀ ଅବସ୍ଥାରେ ସ୍ବାମୀକୁ ଖୋଜୁଛି ସ୍ତ୍ରୀ । କେତେବେଳେ ପୋଲିସ ଷ୍ଟେସନ ତ କେତେବେଳେ ମହିଳା କମିଶନ ଚାରି ଆଡେ ଘୂରି ବୁଲୁଛି ସ୍ତ୍ରୀ । ଯାହାକୁ ଭରଷା କରି ବାହା ହେଲା ଆଜି ସେହି ସ୍ବାମୀ ଗର୍ଭବତୀ କରି କୁଆଡେ ଫେରାର ହୋଇଗଲା ।

ତେବେ ପ୍ରେମ ବିବାହ ପରେ ଯେତେବେଳେ ସୁଖରେ ସଂସାର ଗଢି ଉଠିଥିଲା ସେତେବେଳେ ବେଶ୍ ଖୁସି ଥିଲେ ସୌମ୍ୟ ଓ ଗାୟତ୍ରୀ । ଦୁହେଁ ମୁକ୍ତ ଆକାଶରେ ପ୍ରେମପକ୍ଷୀ ହୋଇ ଘୂରି ବୁଲୁଥିଲେ ଆଉ ସଂପର୍କର ଡୋରି ବାନ୍ଧିଥିଲେ କିନ୍ତୁ ସେ ସଂପର୍କରେ ସୌମ୍ୟର ଛଳନା ପ୍ରତାରଣା ଭରି ରହିଥିଲା । ଆଉ ଏକଥାକୁ ବୁଝି ପାରିନଥଛିଲା ଗାୟତ୍ରୀ ,ମିଠାମିଠା କଥା କହି ଗୋଟିଏ ଛାତତଳେ ରହୁଥିବା 420 ସୌମ୍ୟରଞ୍ଜନ ସୁନା ଟଙ୍କା ଧରେ ଫେରାର ହୋଇ ଯାଇଛି ।


ଏପଟେ 5ମାସର ଗର୍ଭବତୀ ଗାୟତ୍ରୀ ସ୍ବାମୀକୁ ଖୋଜିଖୋଜି ଥକି ଗଲାଣି ,ସେପଟେ ଶାଶୁଘରେ ଲୋକେ ଗାୟତ୍ରୀକୁ ଘରେ ପୁରାଇ ଦେଉନଥିବା ଗାୟତ୍ରୀ ଅଭିଯୋଗ ଆଣିଛନ୍ତି । ଲକ୍ଷାଧିକ ଟଙ୍କାର ସୁନାଗହଣା ଓ 1ଲକ୍ଷ ଟଙ୍କା କ୍ୟାସ୍ ଧରି ଫେରାର ହୋଇଯାଇଛି ସ୍ବାମୀ । ଆଉ ଏବେ ସ୍ବାମୀ ନାଁରେ ଭୂବନେଶ୍ବର ଭରତପୁର ଥାନାରେ ଅଭିଯୋଗ କରିଛି ସ୍ତ୍ରୀ ।

ଏମିତି କିଛି ରୋଚକପୂର୍ଣ୍ଣ ଘଟଣା ଘଟିଛି ଭୂବନେଶ୍ବର ଭରତପୁର ଥାନା ଏବଂ ପୁରୀ ଜିଲ୍ଲା ଗଡିଶାପଦାଥାନା ଅଞ୍ଚଳରେ । ଇନଷ୍ଟଗ୍ରାମରୁ ପ୍ରେମ ଆରମ୍ଭ ହୋଇଥିଲା ଏହାପରେ ଦୁଇ ପରିବାରର ସହମତିରେ ବୈଦିକ ରୀତିରେ ବିବାହ ହୋଇଥିଲା କିନ୍ତୁ ହଠାତ୍ 29ତାରିଖ ଦିନ ଭୂବନେଶ୍ବର ଭଡାଘରୁ ଫେରାର ହୋଇଯାଇଛନ୍ତି ସ୍ବାମୀ ସୌମ୍ୟରଞ୍ଜନ । ସ୍ବାମୀ ଫେରାର ହେବା ପରେ ଶାଶୁଘରେ ପହଞ୍ଚିଥିଲେ ଗାୟତ୍ରୀ କିନ୍ତୁ ଶାଶୁଘର ଲୋକେ ତାଙ୍କୁ ଚିହ୍ନି ନଥିବା କହି ଘରୁ ତଡିଦେଇଥଛିବା ଗାୟତ୍ରୀ ଅଭିଯୋଗ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।