ଦେଖନ୍ତୁ Shocking ଭିଡ଼ିଓ : ଏମିତି ଭୟାନକ Accident ଜୀବନରେ କେବେବି ଦେଖିନଥିବେ

ଆଜିକାଲି ସଡ଼କ ଦୁର୍ଘଟଣା ବହୁ ଲୋକଙ୍କ ମୁଣ୍ଡ ବିନ୍ଧା ର କାରଣ ସାଜିଛି।ନିଜର ଭୁଲ ଥାଉ ବା ନ ଥାଉ ବିନା କାରଣରେ ନିଜେ ଦଣ୍ଡ ପାଉଛି ଓ ଅନ୍ୟକୁ ମଧ୍ୟ ଦଣ୍ଡ ଦେଉଛି । ଆଜିର ସମୟରେ ମନୁଷ୍ୟର ଜୀବନକୁ ନିରାପତ୍ତା ଯୋଗାଇଦେବା ତଥା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ରୋକିବା କୁ ପ୍ରଥମ ପ୍ରାଧାନ୍ୟ ଦେଇ ବହୁ ବିଧ ପ୍ରକ୍ରିୟା ଅବଲମ୍ବନ ସ୍ୱରୂପ ଅନେକ ନିୟମାବଳୀ ଲାଗୁ କରିଛନ୍ତି।ଯେମିତିକି 18 ବର୍ଷ ରୁ ଉର୍ଦ୍ଧ୍ବ ନାଗରିକ ଗାଡି ଚଳେଇପାରିବେ।

ଗାଡି ଚଳାଇବା ସମୟରେ ବାଧ୍ୟତାମୂଳକ ଭାବେ ହେଲମେଟ ପିନ୍ଧିବେ।ଗାଡି ଧୀରେ ଚଳାଇବେ ତଥା ଟ୍ରାଫିକର ଅନ୍ୟାନ୍ୟ ନିୟମ ମାନି ଗାଡି ଛଳେଇବେ।ନଚେତ ବହୁ ମୋଟା ଅଙ୍କର ଫାଇନ ମଧ୍ୟ ଆଦାୟ କରିବାର ବ୍ୟବସ୍ଥା କରାଯାଇଛି ।

ତଥାପି ଲୋକମାନେ ଏହି ସବୁ ନିୟମ ଉଲ୍ଲଙ୍ଘନ କରୁଛନ୍ତି ଯେଉଁଥିପାଇଁ ଏହି ସଡ଼କ ଦୁର୍ଘଟଣା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି।ତେବେ ଏହି ଦୁର୍ଘଟଣା ବଢିବାର କାରଣ କଣ? ନିୟମ ରେ କଡାପଣ ର ଅଭାବ ନା ଲୋକମାନଙ୍କର ବେପରୁଆ ମନବୃତି।ତେବେ ଆଜି ସେମିତି ଏକ ଦୁର୍ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ବି କିଛି ସମୟ ନିସ୍ତବ୍ଧ ଓ ନିଶ୍ଚଳ ହୋଇଯିବେ। ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ।


ଘଟଣା ଅନୁସାରେ ଜଣେ ଦମ୍ପତି ଏକ ଛୋଟ ଛୁଆକୁ ଧରି ବାଇକ ଯୋଗେ କଲମଣ୍ଡପ ଗାଁରୁ ଦ୍ରୁତ ବେଗରେ ଯାଉଥିଲେ । ସେମାନେ ଯିବା ବାଟରେ ଏକ ବସ୍ କୁ କ୍ରସ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ନିକଟରୁ ଅନ୍ୟ ଏକ ବସ୍ ଆସି ଯାଇଥିଲା ଓ ଯାହାଫଳରେ କି ବାଇକଟି ଦୁଇ ବସ୍ ମଝିରେ ଫଶି ଯାଇଥିଲା । ଦୁଇ ବସ୍ ଚାଳକ ନିଜର ବୁଦ୍ଧି ଖଟାଇ ବସଟିକୁ ଅଟକାଇ ଦେଇଥିଲେ ଓ ଯାହାଫଳରେ କି ସୌଭାଗ୍ୟବଶତଃ ସେମାନଙ୍କର କିଛି କ୍ଷତି ହୋଇନଥିଲା ।

ଦୁଇଟି ବସ୍ ଭିତରେ ଥିବା ଯାତ୍ରୀ ମାନେ ଏହି ଘଟଣା କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସହିତ ବହୁତ ଭୟଭୀତ ମଧ୍ୟ ହୋଇ ଯାଇ ଥିଲେ । ବସ୍ ଭିତରେ ଥିବା ଯାତ୍ରୀମାନେ ବସ୍ ରୁ ଓହ୍ଲାଇ ଦମ୍ପତି ଓ ଛୋଟ ଛୁଆଟିକୁ ସାହାଯ୍ୟ କରିବା ବାହାର କୁ ଆସି ଯାଇ ଥିଲେ ଏବଂ ନିକଟ ରେ ଥିବା ଲୋକମାନେ ମଧ୍ୟ ସେଠାରେ ଭିଡ ଜମାଇବା ସହିତ ବହୁତ ଭୟଭୀତ ମଧ୍ୟ ହୋଇ ଯାଇ ଥିଲେ । ତେବେ ଘଟଣାଟି ବସ୍ ଲାଗିଥିବା ସିସିଟିଭି ଫୁଟେଜ୍ ରେ କଏଦ ହୋଇଥିଲା ।

ଆଉ ଘଟଣାର ଖବର ପାଇ ନେଟାପକମ୍ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ଯାଞ୍ଚ କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।