ସାମ୍ନାକୁ ଆସିଲା ମହା ଖୁଲାସା ! ମୋ ସ୍ୱାମୀର 12 ଟା ସ୍ତ୍ରୀ ଅର୍ଚ୍ଚନା ନାଗୁଣୀ ହେଲେ ସେ ଡବଲ ନାଗ… ଏ ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video
କିଛି ଦିନ ହେବ ସବୁ ଗଣମାଧ୍ୟମରେ ଖୁବ ପରିଚିତ ହୋଇଚାଲିଛନ୍ତି ଅର୍ଚ୍ଚନା ନାଗ । କଥାରେ ଅଛି ମନ୍ଦରି ତୋଳିରେ ନା, ରାସ୍ତାରେ… କଲେ ବି ନା । ଏହି ମହିଳା ଭଲ ନୁହେଁ ବରଂ ମନ୍ଦ କାମ କରି ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଠାରୁ କଥା ଏବେ ଜାତୀୟ ସ୍ତରରେ ମଧ୍ୟ ପହଞ୍ଚିଲାଣି । ସବୁଠାରେ ଓଡିଶା ଆଉ ଓଲିଉଡର ନାମ ବଦନାମ କରିବାରେ ଲାଗିଛନ୍ତି ।
ତେବେ ଲେଡି ବ୍ଲାକମେଲରଙ୍କ କାହାଣୀ ପଦାକୁ ବାହାରିଲା ପରେ ଏବେ ଜେଲରେ ସମୟ କାଟୁଛନ୍ତି ଅର୍ଚ୍ଚନା । ବେଲ ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଜାମିନକୁ ନା ମଞ୍ଜୁର କରାଯାଇଛି ।
ତେବେ ତାଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି କି ସେ ଏହି କାମ 5 ବର୍ଷ ହୋଇ ଗଲାଣି କଲେଣି | ସେ ଅନେକ ଙ୍କୁ ବିବାହ କଲେଣି ଆଉ ତାଙ୍କ ସହିତ ଖରାପ ସମ୍ପର୍କ ରଖି ତାଙ୍କ ଭିଡ଼ିଓ ଭାଇରାଲ କରି ଦେବେ ବୋଲି ଧମକ ଦେଇ ବ୍ଲାକମେଲ କରନ୍ତି | ଆଉ ସେ ମତେ ମଧ୍ୟ କହି ଥିଲେ କି ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖି ତାଙ୍କୁ ବ୍ଲାକମେଲ କରିବା ପାଇଁ କିନ୍ତୁ ମୁଁ ତାଙ୍କର ଏକଥା ରେ ରାଜି ନଥିଲି |
ସେ ଯେତେ ବେଳେ 7 ନମ୍ବର କୁ ବିବାହ କରିଥିଲା ମୁଁ ସେତେବେଳେ ତା ନାଁ ରେ କେସ ମଧ୍ୟ କରିଥିଲି ଆଉ ତାର ଯଦି ସ୍ତ୍ରୀ ହିସାବ କରାଯିବ ତେବେ 12ଟି ସ୍ତ୍ରୀ ତାର ହେବ | ଆଉ ତାଙ୍କର ପ୍ରାୟ ସ୍ତ୍ରୀ ତାଙ୍କର ଏଭଳି କାମ କରିବା ପାଇଁ ରାଜି ହୋଇ ଯାଆନ୍ତି ଆଉ ଏକଥା ରେ ସେମାନେ କେହି ମୁହଁ ଖୋଲନ୍ତିନି କାରଣ ମୁହଁ ଖୋଲିଲେ ତାଙ୍କର ଇଜ୍ଜତ ଆଉ ପରିବାର ନଷ୍ଟ ହୋଇଯିବ |
କିନ୍ତୁ ମୁଁ ଦେଢ଼ ବର୍ଷ ପୂର୍ବେ ମୁହଁ ଖୋଲି ଥିଲି ଆଉ ଡିସିପି ଙ୍କ ପାଖକୁ ସବୁ ପ୍ରମାଣ ନେଇକି ଯାଇଥିଲି କିନ୍ତୁ ମୋ କଥା କେହି ଶୁଣି ନଥିଲେ | ଆଉ ଗୋଟେ ବ୍ୟକ୍ତିଙ୍କୁ ସେ ବ୍ଲାକମେଲ କରିଥିବାର ମୁଁ ନିଜେ ଦେଖିଛି ଆଉ ସେ 5ଲକ୍ଷ ଟଙ୍କା ମଧ୍ୟ ଦେଇ ଥିଲେ |
ଆଉ ଏବେ ଯୋଉ ବାହାରୁଛି ଅର୍ଚନା ନାୟକ ସେ ତ ଏବେ ବାହାରିଛି କିନ୍ତୁ ତା ସ୍ୱାମୀ 5 ବର୍ଷ ପୂର୍ବରୁ ବାହାରି ସାରିଲାଣି ମାନେ ଅର୍ଚନା ଯଦି ନାଗୁଣୀ ହେବ ତେବେ ସେ ହେଉଛି ଡବଲ ନାଗ | ଆଉ ତାର ଇଚ୍ଛା ଥିଲା କି ସେ କୋଟିପତି ହେବ ଆଉ ମତେ ସବୁବେଳେ କୁହେ କି ମୁଁ ଗରିବ ହେଇକି ଜନ୍ମ ହେଇଛି କିନ୍ତୁ କୋଟିପତି ହେଇକି ମରିବି ଆଉ ସେଇଟା ସେ ବି କରିକି ଦେଖେଇ ଦେଇଛି ବୋଲି ମହିଳା ଜଣଙ୍କ କହିଛନ୍ତି |
ତେବେ ବର୍ତ୍ତମାନ ସମୟରେ ଏହି ମହିଳା ଙ୍କର କଥା ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାର ର ମତ ଦେଉଛନ୍ତି |