ଜୁଇରେ ଜଳୁଛି ସିନ୍ଦୁର,ସ୍ତ୍ରୀ କହୁଛନ୍ତି ‘I Proud Of You’..ଏହି ଭିଡିଓ ଦେଖିଲେ ଆପଣ ବି ନ କାନ୍ଦି ରହିପାରିବେ ନାହିଁ….

ସ୍ୱାମୀଙ୍କୁ ସବୁଦିନ ପାଇଁ ହରାଇଲା ପରେ ବି ଏହା ଥିଲା ଏକ ସ୍ତ୍ରୀର ବୟାନ, କଅଁଳ ବୟସ ରେ ସଂସାର ଭାଙ୍ଗି ଯାଇଛି ତଥାପି ଆଖିର ଲୁହକୁ ଅଟକାଇ ହାତ ଉଠାଇ ମୃତ ସ୍ୱାମୀ କୁ ସାଲ୍ୟୁଟି କରି କହୁଛନ୍ତି କି ଆଇ ପ୍ରାଉଡ଼ ଅଫ ୟୁ | କାନ୍ଥରେ ବାହାଘର ର ଚିତା ନଥିବା ବେଳେ ମଥାରେ ସିନ୍ଦୁର ଲିଭି ଯାଇଛି ଏହି ଛାତି ଫଟା ଦୁଃଖକୁ କେମିତି ବା ସିଏ ସହିବେ |

ଦିନେ ଏହି ସାରା ଗାଁ ତାଙ୍କ ପାଇଁ ଗର୍ବ କରୁଥିଲା ଆଜି ସାରା ଗାଁ ତାଙ୍କ ପାଇଁ କାନ୍ଦୁଛି ଏହି ଝୋଟି ଚିତା ଗାଁ ରେ ତାଙ୍କ ପାଇଁ ଅଙ୍କା ଯାଉଛି ଆଉ ଏହି କଳସ ତାଙ୍କରି ପାଇଁ ସଜା ଯାଉଛି | ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ବାଟକୁ ଚାତକ ଭଳି ଚାହିଁ ରହିଛନ୍ତି ଯେ କେତେବେଳେ ସେ ଆସିବେ | କିନ୍ତୁ କିଏ ଜାଣିଥିଲା ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିବା ପ୍ରତାପ କଅଁଳ ବୟସରୁ ଦୁନିଆଁ ଛାଡ଼ି ଦେବେ ବୋଲି |

ରାସ୍ତାରେ ଗୋଟି ଗୋଟି କରି ଗାଡ଼ି ଗାଁ ଆଡ଼କୁ ମାଡ଼ି ଆସୁଛି ହେଲେ ଏଥିରେ କେଁଉ ନେତା ମନ୍ତ୍ରୀ କି ଅଫିସର ଆସୁ ନାହାଁନ୍ତି ଆସୁଛି ଗାଁର ଯବାନ ପୁଅ ପ୍ରତାପଙ୍କ ମୃତ ଶରୀର | ବଲାଙ୍ଗୀର ବେଲପଡା ବ୍ଲକର ମାଗହୁଡ଼ା ଗାଁର ପ୍ରତାପ 2013 ମସିହା ରେ ସେବା ସୁରକ୍ଷା ବଳରେ କନେଷ୍ଟବଳ ଭାବରେ ଭର୍ତ୍ତି ହୋଇ ଥିଲେ, ବିହାର ପାଟଣା ଅଞ୍ଚଳରେ ସେ କାମ କରୁଥିବା ବେଳେ କିଛିଦିନ ହେବ କ୍ୟାନ୍ସର ରୋଗରେ ଶିକାର ହୋଇ ଥିଲେ |

ଗତ 10 ତାରିଖ ଦିନ ସ୍ତ୍ରୀ ଆଉ ଝିଅକୁ ଧରି ଗାଁକୁ ଫେରୁ ଥିବା ବେଳେ ରେଲୁ୍ୱେ ଷ୍ଟେସନ ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ପଡିଥିଲା | ସାଥି ଯବାନ ମାନେ ତାଙ୍କୁ ଡାକ୍ତରଖାନା ନେଇ ଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଥିଲା |


ଏହି ଖବର ଗାଁ ରେ ବ୍ୟାପିବା ପରେ ଗାଁ ଲୋକ ସ୍ତବ୍ଧ ହୋଇ ଯାଇଥିଲେ, ଯବାନ ପୁଅର ମୃତ ଦେହ ଗାଁକୁ ଆସୁଥିବାର ଖବର ପାଇବା ପରେ ଆଖପାଖ ଲୋକ ସବୁ ଏକାଠି ହୋଇ ଥିଲେ | କାନ୍ଦ ବୋବାଳି ରେ ଗାଁ ଯେମିତି ଫାଟି ପଡ଼ୁ ଥିଲା ଆଉ ଶେଷରେ ପ୍ରତାପଙ୍କ ଘର ପଛ ପଟେ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇ ଥିଲା |

ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇ ଥିଲା ହେଲେ ସ୍ତ୍ରୀ ବନିତା ଭୋଇ କୁ ସାହିପଡ଼ିଶା ସମ୍ଭାଳି ପାରୁ ନଥିଲେ, ଘରେ ଛୋଟ ଛୋଟ ଛୁଆ ସହିତ ବୁଢ଼ୀ ମା ଆଉ ସ୍ତ୍ରୀ ଯେମିତି ବେସାହାରା ହୋଇ ପଡ଼ିଥିଲେ | ମୃତ ଯବାନଙ୍କ ପ୍ରାଣବାୟୁ ସିନା ଉଡ଼ି ଯାଇଛି ହେଲେ ଲୋକଙ୍କ ମନରେ ସେ ସବୁଦିନ ପାଇଁ ଅମର ହୋଇ ରହି ଗଲେ |