ପାପାଙ୍କ ଗାଡିରେ ପେଟ୍ରୋଲ ନଥିଲା। ପକେଇବାକୁ ଆସିଥିଲି ,ଛାଡି ଦିଅନ୍ତୁ ମତେ..

ଆପଣ ତ ଜାଣିଛନ୍ତି ଆଜିକାଲି ଯୁଗରେ ଘରେ ଘରେ ସମସ୍ତ ଙ୍କ ଘରେ ଗାଡ଼ି ଯାହା ଦ୍ୱାରା ରାସ୍ତାଘାଟ ସବୁବେଳେ ଭିଡ଼ ରହୁଛି ଆଉ ଏହି ଗାଡ଼ି ମଟର ପାଇଁ ପ୍ରତିଦିନ ଦୁର୍ଘଟଣା ମଧ୍ୟ ଦେଖିବା ପାଇଁ ମିଳୁଛି | ଆଗ କାଳରେ ଏତେଟା ଗାଡ଼ି ନଥିଲା ପ୍ରାୟ ଲୋକ ଚାଲି କରି ଯିବା ଆସିବା କରୁ ଥିଲେ ନଚେତ ସାଇକେଲ ବ୍ୟବହାର କରୁ ଥିଲେ କିନ୍ତୁ ଏବେ ଘରେ ଯେତେ ସଦସ୍ୟ ସେତେ ଗାଡ଼ି ଆଉ ନିଜ ଅସାବଧାନତା ଯୋଗୁଁ ଅନେକ ସମୟରେ ସଡ଼କ ଦୁର୍ଘଟଣା ମଧ୍ୟ ହେଉଛି | ତେବେ ଏଥିପାଇଁ ଗାଡ଼ି ଚାଲେଇବା
କୁ ନେଇ ଅନେକ ନିୟମ କାନୁନ ମଧ୍ୟ ରହିଛି, ଯାହାକି ଗାଡ଼ି ଚାଲେଇବା ସମୟରେ ହେଲମେଟ ୟୁଜ କରିବା, ଗାଡ଼ି କାଗଜ ପତ୍ର ରଖିବା, ସିଗନାଲ କୁ ମାନି ଅର୍ଥାତ ଟ୍ରାଫିକ ମାନି ଗାଡ଼ି ଚାଲେଇବା |

କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଏହି ସବୁ ନିୟମ କୁ ବେଳେ ବେଳେ ଖାତିର କରନ୍ତି ନାହିଁ ଆଉ ଯାହା ଦ୍ୱାରା ସେମାନଙ୍କୁ ଅସୁବିଧା ର ସାମ୍ନା କରିବା ପାଇଁ ପଡ଼େ |

ଅନେକ ଅଛନ୍ତି ଯେଉଁ ମାନେ ବୟସ ହୋଇ ନଥାଏ ଅର୍ଥାତ ଖୁବ ବୟସ ରୁ ଗାଡ଼ି ଚାଲେଇବା ଆରମ୍ଭ କରି ଦିଅନ୍ତି ଏବଂ ତାଙ୍କ ବାପା ମା ମାନେ ମଧ୍ୟ ପୁଅକୁ ଗାଡ଼ି ଚଳେଇବା ପାଇଁ ଅନୁମତି ଦେଇ ଥାଆନ୍ତି ଆଉ ଏହା ଦ୍ୱାରା ସେମାନଙ୍କୁ ବଡ଼ ଦୁର୍ଘଟଣା ର ସାମ୍ନା କରିବା ପାଇଁ ପଡ଼େ ଆଉ ଏହି ଦୁର୍ଘଟଣା ରେ ଅନେକ ଙ୍କର ଅକାଳ ଜୀଵନ ମଧ୍ୟ ଚାଲି ଯାଇଛି ଯାହାକି ଏଭଳି ଘଟଣା ଅନେକ ସମୟରେ ଦେଖିବା ପାଇଁ ମିଳିଥାଏ |


ତେବେ ସେଭଳି ଏକ କିଛି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯେଉଁଠି ଏକ ଯୁବକ ଯାହାଙ୍କର 18 ବର୍ଷ ବି ହୋଇ ନାହିଁ ସେ ତାଙ୍କ ବାପା ଙ୍କର ଗାଡ଼ି ରାସ୍ତା ରେ ଚଲାଉ ଥିଲେ ଆଉ ଏବେ ପୋଲିସ ହାତରେ ଧରା ପଡ଼ିଛନ୍ତି | ଏଭଳି ଏକ ଘଟଣା କଟକ ଜିଲ୍ଲା ର ବିଚ ରାସ୍ତା ରେ ଦେଖିବା ପାଇଁ ମିଳିଛି |

ତେବେ ଯୁବକ ଜଣଙ୍କ ଧରା ପଡିବା ପରେ କହିଛନ୍ତି କି ମୁଁ ଏଇ ପାଖରୁ ଆସି ଥିଲି ମୋ ବାପା ଙ୍କ ଗାଡ଼ିରେ ତେଲ ପକାଇବା ପାଇଁ ମୁଁ ଚଳାଉ ନାହିଁ | ଗାଡ଼ିରେ ପେଟ୍ରୋଲ ନଥିଲା ବାସ ପେଟ୍ରୋଲ ପକାଇବା ପାଇଁ ମୁଁ ଆସିଥିଲି ଏଭଳି କିଛି କହି ଯୁବକ ଜଣଙ୍କ ପୋଲିସ ଙ୍କ ଗୋଡ଼ କୁ ଧରି ନେହୁରା ହୋଇଛନ୍ତି ଛାଡ଼ି ଦିଅନ୍ତୁ ବୋଲି କିନ୍ତୁ ପୋଲିସ ତାଙ୍କର କୌଣସି କଥାକୁ ମଧ୍ୟ ଶୁଣି ନଥିଲେ | ତେବେ ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |