ଦେଖନ୍ତୁ Viral ଭିଡିଓ – ଜୀବନ ଚାଲିଗଲା ପରେ । DJ ଲଗାଇ ନାଚିଲେ ସଭିଏଁ ….ଘଟଣା ଟି ଆପଣ ଙ୍କୁ ଅଜବ ଲାଗିଥାଇପାରେ କିନ୍ତୁ ଏହା ବାସ୍ତବ….

କୋକେଇ ଧରି ନାଚି ଲେ ଲୋକେ, ଡିଜେ ରେ ଦୁଲୁ କିଲା ଦାଣ୍ଡ ଯିଏ କୋକେଇ କାନ୍ଧେଇଛି ସେ ନାଚୁଛି, କୋକେଇ ଆଗରେ ଓ ପଛରେ ଆସୁଥିବା ଲୋକ ବି ନାଚୁ ଛନ୍ତି। କୋକେଇ ଆଗ ରେ ଡିଜେ ବାଜୁଛି, ଅଧୁନିକ ଗୀତ ର ତାଳେ ତାଳେ ସମସ୍ତେ ମତୁଆଲା ହୋଇ ନାଚୁ ଛନ୍ତି। ଦୁଲୁ କୁଛି ଗାଁ ଦାଣ୍ଡ। ମରି ଯାଇ ଥିବା ଲୋକ ଙ୍କ ନିମନ୍ତେ କାହାରି ଆଖି ରେ ନା ଟୋପାଏ ଲୁହ ଅଛି, ନା ହୃଦୟ ରେ ସାମାନ୍ୟ ଶୋକ କେହି ସମ୍ପର୍କୀୟ ମାନେ କାନ୍ଦିଲେ ନାହିଁ ।

ସୁନ୍ଦରଗଡ଼ କୁତ୍ରା ବ୍ଲକ ପଞ୍ଚରା ବସ୍ତିପଡ଼ା ରେ ଦେଖିବା କୁ ମିଳିଛି ଏଭଳି ଦୃଶ୍ୟ। ଗାଁର ମାଙ୍ଗରୀ ସୁରିନ୍ ନାମକ ଜଣେ ମହିଳା ୧୧୫ ବର୍ଷ ବୟସ ରେ ମୃତ୍ୟୁ ହୋଇଛି। ତାଙ୍କ ଶବ ସଂସ୍କାର ଶୋଭା ଯାତ୍ରା ରେ ଦେଖିବା କୁ ମିଳିଛି ଏଭଳି ନାଚ ଗୀତ। ଯାହାକୁ ନେଇ ସବୁଠି ଅଲୋଚନା।

ବାର୍ଦ୍ଧକ୍ୟ କାରଣ ରୁ ସେ ଦୀର୍ଘ ଦିନ ଶଯ୍ୟା ସାୟୀ ରହିବା ପରେ ଗତ ରାତି ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କ ଶବ ସଂସ୍କାର ହୋଇଛି ଓ ଡିଯେ ବାଜୁଛି ଲୋକ ଗୀତ ତାଳେ ତାଳେ ନାଚି ନାଚି ଯାଉଥିଲା ଶବ ସତ୍କର ଲାଗି ।

ତେବେ ତାଙ୍କ ପରିବାର ଓ ସମ୍ପର୍କିୟ ମାନେ ଡିଜେ ବଜାଇ, ନାଚି ନାଚି ଶୋଭା ଯାତ୍ରା ରେ ନେଇଛନ୍ତି ମୃତ ଦେହ। ଶ୍ମଶାନ ରେ ଖୁସି ରେ ଖୁସି କରିଛନ୍ତି ଶେଷ ସଂସ୍କାର । ଶେଷ ନିଃଶ୍ୱାସ ତ୍ୟାଗ କରିବା ପରେ ମାଙ୍ଗରୀ ଙ୍କୁ ଖୁସି ରେ ଖୁସି ରେ ବିଦାୟ ଦିଆ ଯାଇ ଥିବା ପରିବାର ଓ ସମ୍ପର୍କୀୟ ମାନ ଙ୍କ ପକ୍ଷ ରୁ ଜଣା ପଡ଼ିଛି । ସେ ବଞ୍ଚି ଥିବା ବେଳେ ଖୁସି ଥିଲେ, ସମସ୍ତ ପ୍ରକାର ଖୁସି ତାଙ୍କୁ ଜୀବନ ରେ ମିଳି ଥିଲା, ତେଣୁ ମୃତ୍ୟୁ ପରେ ଆଉ ଶୋକ ନ କରି ତାଙ୍କ ମୃତ ଦେହ କୁ ହସ ଖୁସି ରେ ଭିତ ରେ ବିଦାୟ ଦିଆ ଯାଇଛି।

ସେପଟେ ଜଣା ପଡ଼ିଛି ଯେ, ସ୍ଥାନୀୟ ଅଞ୍ଚଳ ର ଆଦିବାସୀ ପରିବାର ର କେହି ଲୋକ ଶହେ ବର୍ଷ ବଞ୍ଚିବା ପରେ ମୃତ୍ୟୁ ବରଣ କରିଲେ ପାରମ୍ପରିକ ଢଙ୍ଗ ରେ ହସ ଖୁସି ରେ ଭିତରେ ଶେଷ ସଂସ୍କାର କରା ଯାଉ ଥିଲା। ଜୀବନ କୁ ସେ ପୂର୍ଣ୍ଣତଃ ଶତାୟୁ ହୋଇ ବଞ୍ଚିଥିବା ରୁ ଖୁସି ପ୍ରକାଶ କରା ଯାଉ ଥିଲା।

ତେବେ ଅଧୁନିକତା ସ୍ପର୍ଶ ପାଇ ଥିବା ଆଦିବାସୀ ମାନେ ମୃତ ଦେହ ସଂସ୍କାର ଶୋଭା ଯାତ୍ରା କୁ ଡିଜେ ବଜାଇ ଏହାର ତାଳେ ତାଳେ ନାଚି ପାଳନ କରୁଥିବା ଜଣା ପଡ଼ିଛି। ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ଭାଇରାଲ କୁ ହେବା କୁ ଲାଗିଛି ।