ହେ ପ୍ରଭୁ ଓଡିଶାକୁ ମାଡିଆସୁଛି ପୁଣିଏକ ଭୟଙ୍କର ବାତ୍ୟା, କେଉଁଠି ମାଡହେବ କଣ ହେବ ଓଡ଼ିଶାର?

ଆସୁଛି ବାତ୍ଯା। ପୁଣି ଡରାଇଲା ଅକ୍ଟୋବର। 24 କୁ ନେଇ ବଢିଲା ଚର୍ଚ୍ଚା । ଛାନିଆ ଉପକୂଳ ବାସୀ । ଲୋକଙ୍କ ମନରେ ପଶିଲା ଛାନିଆ। ପାଣି ପାଗ ବିଭାଗ ଦେଲା ବଡ ସୂଚନା । ତେବେ ବାତ୍ୟାକୁ ନେଇ ଛାନିଆ ହେଲେଣି ଉପକୂଳିଆ ଲୋକ। କେଉଁଠି ମାଡ ହେବ? କେତେ ଆସିବ? ତେବେ ଅକ୍ଟୋବର ମାସ ଆସିଲେ ଓଡିଶା ବାସୀ ଙ୍କ ମନ ରେ ଆସେ ବାତ୍ୟା ଛନକା ।24 ତାରିଖ ରେ ବାତ୍ଯା ଆସୁଥିବା ନେଇ ଖବର ପ୍ରଚାର ହେବା ପରେ ଏବେ ସମସ୍ତେ ଚିନ୍ତାରେ।

କାରଣ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇ ସାରିଛି ଘୂର୍ଣ୍ଣିବଳୟ ଯାହା କାଳକ୍ରମେ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। 20ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅନୁମାନ କରୁଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଭାଗର ଅନୁମାନ-ଏହି ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ। ଲୋ-ପ୍ରେସର ସୃଷ୍ଟିର 48 ଘଣ୍ଟା ପରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ତେବେ ଏହା ଦ୍ୱାରା ବାତ୍ୟା ହେବ କି ନାହିଁ ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି। 20 ରେ ଲଘୁଚାପ ସୃଷ୍ଟି ପରେ ବାତ୍ୟା କଥା ସ୍ପଷ୍ଟ ହୋଇଯିବ।

ସେପଟେ ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁ ମଧ୍ୟ ବାତ୍ୟା ଆଶଙ୍କାକୁ ଏଡ଼ାଇ ଯାଇ ନାହାନ୍ତି GFS, WINDY ଓ INCOIS ଭଳି ବିଭିନ୍ନ ପାଣିପାଗ ପୂର୍ବାନୁମାନ ସଂସ୍ଥାଙ୍କ ମଡେଲକୁ ଅନୁଧ୍ୟାନ କରି ସାଇକ୍ଲୋନର ସମ୍ଭାବନା ଅଧିକ ବୋଲି ସେ ଦେଇଛନ୍ତି।

ତାସହ କହିଛନ୍ତି ଆସନ୍ତା 22 ତାରିଖରେ ବାତ୍ୟାର ରୂପରେଖ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ। ଯଦି ବାତ୍ୟା ଆସେ ତାହାଲେ ଏହାର ଗତିପଥ ଆନ୍ଧ୍ର-ଓଡ଼ିଶା ଉପକୂଳ କିମ୍ବା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ରହିପାରେ ବୋଲି ସେ ଅନୁମାନ କରିଛନ୍ତି। ତେବେ 24ରୁ ଓଡ଼ିଶାରେ ବର୍ଷାର କୋପ ଆରମ୍ଭ ହୋଇଯିବ ଓ 24ରୁ 26, ତିନି ଦିନ ଧରି ସାରା ରାଜ୍ୟରେ ବର୍ଷିବ ବୋଲି ସେ କରିଛନ୍ତି ପୂର୍ବନୁମାନ।

ଏଣେ ଅକ୍ଟୋବରରେ ପୁଣି ବାତ୍ୟା ଆସୁଥିବା ଶୁଣି ଛାନିଆ ହେଲେଣି ସମୁଦ୍ର ଦାଢ଼ରେ ଚାଷ-ବାସ କରୁଥିବା ଲୋକମାନେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଉଦୟକଣି ଗାଁ ସମୁଦ୍ରଠୁ ମାତ୍ର 50 ମିଟର ଦୂରରେ ହୋଇଛି ଧାନ ଚାଷ। ଛନ ଛନିଆ ଧାନ ଗଛରେ କେଣ୍ଡା ଧରି ଫୁଲ ଉଡୁଛି।

ହେଲେ ଯଦି ବାତ୍ୟା ମାଡ଼ ଖାଏ, ତାହାଲେ ଉଜୁଡିଯିବ ବର୍ଷକର ଦାନା ସବୁ ଥର ସିଧା ବାତ୍ୟା ମୁହଁରେ ପଡୁଥିବା ଅସ୍ତରଙ୍ଗ ଭଳି କୋଣାର୍କ, କାକଟପୁର ଆଦି ଅଞ୍ଚଳର ଚାଷୀ ବି ସାଇକ୍ଲୋନ କଥା ଶୁଣି ପ୍ରମାଦ ଗଣିଲେଣି।

ସେମିତି ବାତ୍ୟା କଥା ଶୁଣୁ ଶୁଣୁ ଆଉ ସମୁଦ୍ରକୁ ଡଙ୍ଗା ଧରି ଯିବାକୁ ମନ କରୁନାହାନ୍ତି ବାଲେଶ୍ୱର ଜିଲ୍ଲା ତାଳସାରୀ ଅଞ୍ଚଳରେ ଯାହାଙ୍କ ଡଙ୍ଗା ଚାଲିଲେ, ଘରେ ଚୂଲି ଜଳେ ସେଭଳି ବହୁ ସଂଖ୍ୟକ ମତ୍ସଜୀବୀ ଏବେଠୁ ଡଙ୍ଗା ବାନ୍ଧି ଦେଲେଣି ଯେହେତୁ ସମୁଦ୍ର ଅଶାନ୍ତ ରହିବ ତେଣୁ କାହିଁକି ମରଣ ମୁହଁକୁ ଯିବୁ ବୋଲି କହୁଛନ୍ତି।ସାଧାରଣତଃ ମୌସୁମୀ ବାୟୁ ଫେରୁଥିବା ମାସ ଅକ୍ଟୋବର ଓଡ଼ିଶାରେ ବାତ୍ୟା ସମ୍ପର୍କ ବେଶ୍ ନିବିଡ଼। ତେବେ ସମୁଦ୍ର ଭିତରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସାରିଥିଲେ ବି ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ଅନୁମାନକୁ କିନ୍ତୁ ସମସ୍ତେ ଅପେକ୍ଷା କରିଛନ୍ତି।