ଦେଖନ୍ତୁ Secret ଭିଡ଼ିଓ : ଗତକାଲି ମ୍ୟାଚ୍‌ରେ କୋହଲି କରିଥିଲେ ଚିଟିଂ, ଧରାପଡ଼ିଥିଲେ ଜିତିଯାଇଥାନ୍ତା ବାଂଲାଦେଶ….

ତେବେ ବର୍ତ୍ତମାନ କ୍ରିକେଟ୍ ଖେଳକୁ ନେଇ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଆଜି ଯେଉଁ ଭିଡିଓ ବିଷୟରେ ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଭାରତ ଆଉ ବାଂଲାଦେଶ ମଧ୍ୟରେ ଚାଲିଥିବା ମ୍ୟାଚ ବିଷୟରେ ।ଆଉ ଯେଉଁଠି ଭାରତ ବାଂଲାଦେଶ କୁ ପରାସ୍ତ କରିବା ପରେ ଏବେ ଚର୍ଚ୍ଚା ଚାଲିଛି ଯେ ଭାରତ ଓ ବାଂଲାଦେଶୀ ମଧ୍ୟରେ ଚାଲୁଥିବା ଖେଳ ସମୟରେ ବିରାଟ କୋହଲି କରିଥିଲେ ଏକ ମସ୍ତ ବଡ଼ ଭୁଲ ଯାହାକି ଆମ୍ପୟାର ନଜରକୁ ଆସି ନଥିଲା। ଆଉ ଏହି ଭୁଲ ପାଇଁ କୋହଲି ବିରୋଧରେ ବାଂଲାଦେଶ ଖେଳାଳି ଲୁରୁଲ ହମନ କମ୍ପ୍ଲେନ୍ କରିଥିଲେ।

ତେବେ ଜାଣିବା ଭାରତ ଓ ବାଂଲାଦେଶୀ ଖେଳ ମଧ୍ୟରେ କଣ ଘଟିଥିଲା ଏବଂ ବିରାଟ କୋହଲି ଙ୍କ କଣ ଭୁଲ ରହିଥିଲା। ଗତକାଲି କ୍ରିକେଟ ମ୍ୟାଚରେ ଭାରତ ସହିତ ବାଙ୍ଗାଲାଦେଶ ଖେଳୁଥିଲା ।ଏହି ଖେଳର ଶେଷ ପ୍ରଯ୍ୟୟରେ ଭାରତ ବିଜୟ ଲାଭ କରିଥିଲା ।

ମାତ୍ର 5ରନ ରେ ଭାରତ ଆଗୁଆ ରହିଥିଲା, ଏହି ମ୍ୟାଚରେ ପ୍ରଥମେ ବାଙ୍ଗାଲାଦେଶ ଖେଳିଥିଲା ପରେ ଭାରତ । ଭାରତ ବାଙ୍ଗଲାଦେଶକୁ 5ରନରେ ପରାସ୍ତ କରି ପଏଣ୍ଟ ଟେବୁଲରେ ଛଅ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଛି । କିନ୍ତୁ ମ୍ୟାଚ ଚାଲିଥିବା ସମୟରେ ବିରାଟ କୋହିଲି ଏକ ବଡ ଭୁଲ କରିଥିଲେ ସେ ଖେଳ ସମୟରେ ଫେକ ଫିଲଡିଂ କରିଥିଲେ ଯାହାକି ଆମ୍ପୟାରଙ୍କ ନଜରକୁ ଆସିନଥିଲା ।


ନହେଲେ ବିରାଟଙ୍କ ଏହି ବଡ଼ ଭୁଲ ପାଇଁ ଭାରତ କାଲି ମ୍ୟାଚ ହାରି ଯାଇଥାନ୍ତି ଏବଂ ବଙ୍ଗାଳଦେଶ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଥାନ୍ତା ।
ବିରାଟଙ୍କ ଏହି ଫେକ ଫିଲଡିଂ ବିଷୟରେ ମ୍ୟାଚ ଶେଷରେ ବାଙ୍ଗାଲାଦେଶର ଖେଳାଳି ଲୁରୁଲ ହମନ କଥା ଉଠାଇ ଥିଲେ । ଯଦି ଆମ୍ପୟାର ଏଥିପ୍ରତି ଧ୍ୟାନ ଦେଇଥାନ୍ତେ ତେବେ ବଙ୍ଗାଳଦେଶକୁ ପାଞ୍ଚ ରନ ମିଳିଥାନ୍ତା ।ଆପଣ ନିଶ୍ଚିତ ଭାବୁଥିବେ ଯେ ବିରାଟ କୋହିଲି ଏତେ ଭଲ ଖେଳାଳି ହୋଇ କେମିତି ଏତେ ବଡ଼ ଭୁଲ କରିଥିଲେ ।

ଆପଣ ଜାଣିଛନ୍ତିକି ଫେକ ଫିଲଡିଂ କଣ, ଫେକ ଫିଲଡିଂ ହେଉଛି କ୍ରିକେଟର ନିୟମ ଅନୁଯାୟୀ ବେଟ୍ସମ୍ୟାନକୁ ରନ ସଂଗ୍ରହ କରିବାକୁ ଯଦି ଛଳନା ପୂର୍ବକ ଅଟକାଯାଏ ତେବେ ଅମପେୟାର ଏହାକୁ ଡେଡବଲ ଘୋଷଣା କରନ୍ତି ।

ଡେଡବଲର ମାନେ ହେଉଛି ସେହି ଓଭରେ ଡେଡବଲକୁ କାଉଁଟିଙ୍ଗ କରାଯିବ ନାହିଁ,ତାହା ସହିତ ବେଟିଂ କରୁଥିବା ଟିମକୁ ପାଞ୍ଚରନ ଦିଆଯାଇଥାଏ । ସବୁଠାରୁ ବଡ଼କଥା ଯେ ଯଦି ଏହି ପାଞ୍ଚରନ କାଲି ବାଙ୍ଗାଲାଦେଶକୁ ମିଳିଥାନ୍ତା ତେବେ ସେ ଖେଳରେ ବିଜୟଲାଭ କରିଥାନ୍ତେ । ବିରାଟଙ୍କ ଫେକ ଫେଲଡିଂରେ ଲିଟନ ବେଟିଂ କରୁଥାନ୍ତି, ତୃତୀୟ ବଲକୁ ସେ ଅଫ ସାଇଡରେ ଖେଳି ରନ ନେଉଥିଲେ ।

ସେହି ସମୟରେ ବଲ ସିଧା ଅସ୍ତିଙ୍କ ହାତକୁ ଯାଇଥିଲା ଏବଂ ସେ ବଲକୁ କିପରକୁ ଦେଇଥିଲେ କିନ୍ତୁ ବିରାଟ ମିଛରେ ବଲ ଧରିବା ବାହାନା କରି ଥ୍ରୋ କରିଥିଲେ । ଯାହାକି ଆମ୍ପୟାର ନଜରକୁ ଆସିନଥିଲା ତେଣୁ ବିରାଟ ବଞ୍ଚିଯାଇଥିଲେ ।ବୁଧବାର ଦିନ ହୋଇଥିବା ମ୍ୟାଚରେ ଭାରତ ଡଗବାର୍ଥ ଲୁଇସ ନିୟମ ମୁତାବକ ପାଞ୍ଚ ରନରେ ବାଙ୍ଗଲାଦେଶକୁ ପରାସ୍ତ କରିଥିଲେ ।ବିରାଟଙ୍କ ଏହି ଫେକ ଫିଲଡିଂ ଆଜି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।